ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୮୨ ଜଣ କରୋନା ଆକ୍ରାନ୍ତ

Published: Jan 24, 2021, 7:00 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୧୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୨୩, ଅନୁଗୁଳରୁ ୧୯, ପୁରୀରୁ ୧୯, ସମ୍ବଲପୁରରୁ ୧୯, ନୂଆପଡାରୁ ୧୮, ବରଗଡରୁ ୧୫, କଟକରୁ ୧୪, ବାଲେଶ୍ବରରୁ ୧୧, ଖୋର୍ଦ୍ଧାରୁ ୧୧, ଯାଜପୁରରୁ ୭, ଝାରସୁଗୁଡାରୁ ୪, କୋରାପୁଟରୁ ୪, ବଲାଙ୍ଗୀରିରୁ ୩, କେନ୍ଦ୍ରାପଡାରୁ ୩, ଗଜପତିରୁ ୩, ଗଞ୍ଜାମରୁ ୩, ନବରଙ୍ଗପୁରରୁ ୨, ବୌଦ୍ଧରୁ ୧, ଦେବଗଡରୁ ୧, କେନ୍ଦୁଝରରୁ ୧, ମାଲକାନାଗିରିରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟପୁଲରୁ ୧ ଜଣ ସୁସ୍ଥ ହୋଇଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୧ ହଜାର ୧୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୩୦୦ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୧୯୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts