
ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସି ନିକଟରେ ବହୁଦିନ ଧରି ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଲାଗିରହିଛି। ଏହା ଭିତରେ ସିକ୍କିମରେ ପୁଣି ଭାରତୀୟ ଯବାନ ଏବଂ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି। ଚୀନ ସୈନ୍ୟ ଭାରତର ସୀମା ଭିତରେ ଜବରଦସ୍ତ ପଶିବା ଲାଗି ପ୍ରୟାସ କରୁଥିଲେ। ହେଲେ ଭାରତୀୟ ଯବାନ ତାଙ୍କୁ ଅଟକାଇଥିଲେ। ଯଦ୍ୱାରା ଉଭୟଙ୍କ ମଧ୍ୟରେ ହତାହତି ହୋଇଥିଲା। ଏଥିରେ ୪ ଭାରତୀୟ ଯବାନ ଆହତ ହୋଇଥିବା ବେଳେ ଚୀନର ୨୦ ଜଣ ସୈନ୍ୟ ମଧ୍ୟ ଆହତ ହୋଇଛନ୍ତି।