Categories
ଆଜିର ଖବର ଜାତୀୟ ଖବର

ଉରିରେ ଦୁଇ ଆତଙ୍କବାଦୀ ନିହତ, ଅନୁପ୍ରବେଶ ଉଦ୍ୟମକୁ ବିଫଳ କଲେ ଭାରତୀୟ ଯବାନ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉରିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଆତଙ୍କବାଦୀଙ୍କ ନିକଟରୁ ସୁରକ୍ଷା ବାହିନୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଚାଲିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କାଶ୍ମୀର ପୋଲିସ ଏହି ଘଟଣାକୁ ନିଶ୍ଚିତ କରିଛି। କାଶ୍ମୀର ପୋଲିସ ଲେଖିଛି ଯେ- “ଉରିରେ ଭାରତୀୟ ସେନା ଏକ ବଡ଼ ଅନୁପ୍ରବେଶକୁ ପଣ୍ଡ କରିଛି। ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଚାଲିଛି। ଉରିରେ ଅନୁପ୍ରବେଶକୁ ରୋକିବା ପାଇଁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ପକ୍ଷରୁ ଅନେକ ଆତଙ୍କବାଦୀ ଆହତ ହୋଇଥିବା ଖବର ରହିଛି।”

Categories
ଆଜିର ଖବର ଜାତୀୟ ଖବର

କାରଗିଲରେ ପହଞ୍ଚିଲେ ପିଏମ ମୋଦୀ: ଭାରତୀୟ ଯବାନଙ୍କ ସହ ପାଳିବେ ଦିୱାଲୀ

ନୂଆଦିଲ୍ଲୀ: ସୈନିକମାନଙ୍କ ସହ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାରଗିଲରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ କାରଗିଲରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଦେଶର ସାହସୀ ସୈନିକମାନଙ୍କ ସହ ଦିୱାଲୀ ପାଳନ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦିୱାଲୀରେ ଦେଶବାସୀଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଆଲୋକର ପର୍ବ ସମସ୍ତଙ୍କ ଜୀବନରେ ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ।”

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପାକିସ୍ତାନୀ ଆତଙ୍କବାଦୀଙ୍କ ଚତୁର୍ଥ ପ୍ରୟାସ ମଧ୍ୟ ବିଫଳ, ୩ ଅନୁପ୍ରବେଶକାରୀଙ୍କୁ ସଫା କଲା ସେନା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଅନୁପ୍ରବେଶକାରୀଙ୍କ ଆଉ ଏକ ପ୍ରୟାସକୁ ଭାରତୀୟ ଯବାନମାନେ ବିଫଳ କରିଛନ୍ତି। ଜମ୍ମୁ କାଶ୍ମୀରର ଊରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଛନ୍ତି। ଉତ୍ତର କାଶ୍ମୀରର ବରମୁଲ୍ଲା ଜିଲ୍ଲାର ଉରି ସେକ୍ଟରର କମଲକୋଟ ଅଞ୍ଚଳରେ ଥିବା ମଦିୟାନ୍ ନାନକ ପୋଷ୍ଟ ନିକଟରେ ଏହି ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଛି। ଜବାନମାନଙ୍କ ଗୁଳି ଦ୍ଵାରା ତିନି ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ପୋଲିସ ଆଜି ଏହି ସୂଚନା ଦେଇଛି।

ଗତ ୪ ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଚତୁର୍ଥ ପ୍ରୟାସକୁ ଯବାନମାନେ ବିଫଳ କରିଛନ୍ତି। ଗତକାଲି ରାତିରେ ଆତଙ୍କବାଦୀମାନେ ନୋଶେରା ସେକ୍ଟରରେ ମଧ୍ୟ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଯାହା ଭାରତୀୟ ସେନା ଦ୍ୱାରା ବିଫଳ ହୋଇଥିଲା।

ଯଦି ଆମେ ନାଉଶେରା ସେକ୍ଟର ବିଷୟରେ କହିବା, ତେବେ ସେଠାରେ ଜଣେ ଆତଙ୍କବାଦୀ ଜୀବନ୍ତ ଧରାପଡିଥିବା ବେଳେ ବିସ୍ଫୋରଣରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ନୋଶେରାର ଝଙ୍ଗର ସେକ୍ଟରରେ ନିୟୋଜିତ ଥିବା ଯବାନ ଅଗଷ୍ଟ ୨୧ ତାରିଖ ସକାଳେ LoC ରେ ୨-୩ ଆତଙ୍କବାଦୀଙ୍କ ଅନୁପ୍ରବେଶ ଦେଖିଥିଲେ। ଜଣେ ଆତଙ୍କବାଦୀ ଭାରତୀୟ ପୋଷ୍ଟ ନିକଟରେ ପହଞ୍ଚି ବାଡ କାଟିବାକୁ ଚେଷ୍ଟା କରୁଥିଲେ। ଯେତେବେଳେ ଯବାନମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ, ସେ ଖସି ପଳାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ଗୋଡରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲା। ହେଲେ ଅନ୍ୟ ଦୁଇଜଣ ଆତଙ୍କବାଦୀ ଜଙ୍ଗଲ ଭିତରକୁ ଖସି ପଳେଇଯାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ଦୁଇ ଲସ୍କର-ଏ-ତୋଏବା ଆତଙ୍କୀ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଶୋପିୟା ଜିଲ୍ଲାରେ ଲସ୍କର-ଏ-ତୋଏବା ସଂଗଠନର ଦୁଇ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ଯବାନମାନେ ମୃତ୍ୟୁମୁଖରେ ପହଞ୍ଚାଇ ଦେଇଛନ୍ତି। ସୁରକ୍ଷାବାହିନୀଙ୍କୁ ଏହା ଏକ ବଡ ସଫଳତା ମିଳିଛି।

ସୂଚନା ମୁତାବକ, ସନ୍ଦିଗ୍ଧ ଆତଙ୍କିଙ୍କ ଖବର ପାଇ ସୁରକ୍ଷା ବାହିନୀ ତଦନ୍ତ ଅଭିଯାନଙ୍କୁ କଡାକଡି କରିଥିଲା। ଏହି ସମୟରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଫଳରେ ସୁରକ୍ଷାବାହିନୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ କିଛି ଆତଙ୍କବାଦୀ ଲୁଚି ଥିବା ସନ୍ଦେହରେ ସେହି ଅଞ୍ଚଳକୁ ଆହୁରି ତଦନ୍ତ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ-କାଶ୍ମୀର: ଭାରତୀୟ ଯବାନଙ୍କ ଗୁଳିରେ ଟଳିଲେ ତିନି ଲସ୍କର ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଭାରତୀୟ ଯବାନଙ୍କ ଗୁଳିରେ ଲସ୍କର-ଏ-ତୋଏବାର ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଅନନ୍ତନାଗ ଜିଲ୍ଲାର ବାଇଲୋ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀ ଲୁଚି ରହହିଥିବା ଖବର ପାଇ ଭାରତୀୟ ଯବାନମାନେ ଚତୁଃପାର୍ଶ୍ୱକୁ ଘେରିଯାଇଥିଲେ। ଭାରତୀୟ ଯବାନ, ସିଆରପିଏଫ ଏବଂ ପୋଲିସ ଦ୍ଵାରା ତଦନ୍ତ ଅଭିଯାନ ଆରମ୍ଭ ହୋଇଥିଲା।

ଯେମିତି ସେଓର ଏକ ବଗିଚାରେ ଲୁଚିଥିବା ଆତଙ୍କବାଦୀମାନଙ୍କୁ ସୁରକ୍ଷା ବଳ ଘେରିଗଲେ, ତତକ୍ଷଣାତ ସେନାଙ୍କ ଉପରକୁ ସେମାନେ ଗୁଳି ବର୍ଷିଥିଲେ। ତଥାପି ସୁରକ୍ଷା ବଳ ସେମାନଙ୍କୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦେଇଥିଲେ। ହେଲେ ସେମାନେ ଆକ୍ରମଣ ଜାରି ରଖିଥିଲେ।

ଫଳରେ ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରି ତିନି ଜଣ ଆତଙ୍କବଦୀଙ୍କୁ ସଫା କରିଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଆତଙ୍କୀଙ୍କ ପରିଚୟ ମିଳିପାରିନାହିଁ। ତେବେ ଏହା ପୂର୍ବରୁ ମେ’ ୬ ତାରିଖରେ ନିକଟସ୍ଥ ଶୋପିୟା ଜିଲ୍ଲାରେ ମଧ୍ୟ ତିନି ଜଣ ଆତଙ୍କବାଦୀଙ୍କୁ ମାରିବାରେ ଭାରତୀୟ ଯବନମାନେ ସକ୍ଷମ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଭାରତୀୟ ଯବାନଙ୍କ ଆକ୍ରମଣ: ଆତ୍ମସମର୍ପଣ କଲା ଜଣେ, ଟଳିଲେ ତିନି ଆତଙ୍କୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଶୋପିୟା ଜିଲ୍ଲାରେ ଭାରତୀୟ ଯବାନଙ୍କ ଏନକାଉଣ୍ଟର ସମୟରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହାସହ ଜଣେ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛି।

ପୋଲିସର ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀରର କନିଗମ ଅଞ୍ଚଳରେ କେତେ ଜଣ ଆତଙ୍କବାଦୀ ଉପସ୍ଥିତ ଥିବା ଖବର ପାଇ ଭାରତୀୟ ଯବାନମାନେ ଘେରାବନ୍ଦୀ କରିବା ସହ ତଲାସ ଅଭିଯାନ ଆରମ୍ଭ କରିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାପାଇଁ ସେନା ପକ୍ଷରୁ କୁହାଯାଇଥିଲା।

କିନ୍ତୁ ଆତ୍ମସମର୍ପଣ କରିବା ବଳଦଳରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚାଳନା ଆରମ୍ଭ କରିଦେଇଥିଲେ। ଯାହାଫଳରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଆକ୍ରମଣ କରାଯାଇଥିଲା। ତେବେ ଗୁଳିବିନିମୟ ସମୟରେ ଜଣେ ଆତଙ୍କି ସେନା ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ତିନିଜଣ ମୃତ୍ୟୁବରଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ଛତିଶଗଡ଼ର ସୁକୁମା-ବିଜାପୁର ସୀମାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୨୨ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ଏବଂ ୩୦ରୁ ଉର୍ଦ୍ଧ୍ୱ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ଜୟଦେବ ତରଫରୁ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନଛକଠାରେ ସହିଦ ବୀର ଯବାନ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀମାନେ ଉପସ୍ଥିତ ରହି ସହିଦ ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ମହମବତୀ ଜାଳି ଏକ ମିନିଟ୍ ନୀରବ ପ୍ରାର୍ଥନା କରିବା ସହିତ ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡ଼ିଆରଆର ହରିଶଙ୍କର ଜେନା, ପିଡ଼ିଆରଆର ସ୍ମୃତିରଞ୍ଜନ ବିଶ୍ୱାଳ, ଅନୁଷ୍ଠାନର ସଭାପତି ତାପସ ରଞ୍ଜନ ମଲ୍ଲିକ, ସମ୍ପାଦକ ରଞ୍ଜନ କୁମାର ମହାପାତ୍ର, ଶିକ୍ଷାବିତ୍ ନାରାୟଣ ବେହେରା, ପ୍ରତୀକ ନନ୍ଦ, ସୁଶ୍ରୀ କାମିନୀ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ଯବାନଙ୍କ ଗୁଳିରେ ଟଳି ପଡିଲା ଆଉ ଏକ ଆତଙ୍କୀ: ବିପୁଳ ପରିମାଣର ଗୁଳି, ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ଆଜି ଜମ୍ମୁ-କଶ୍ମୀରର ସୋପିୟା ଜିଲ୍ଲାରେ ଭାରତୀୟ ଯବାନ ଏବଂ ଆତଙ୍କବାଦୀ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କବଦୀର ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ରାବଳପୁରା ଅଞ୍ଚଳରେ ଆତଙ୍କବାଦୀ ରହିଥିବା ଖବର ପାଇ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ଖୋଜିବା ଆରମ୍ଭ କରିଦେଇଥିଲେ। ପରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀଙ୍କ ଉପରେ ଗୁଳି ପ୍ରୟୋଗ କରିଥିଲେ। ଜବାବରେ ସୁରକ୍ଷାବାହିନୀ ପାଲଟା ଆକ୍ରମଣ କରିଥିଲେ। ଯେଉଁଥିରେ ଜଣେ ଆତଙ୍କବାଦୀ ମୃତୁବରଣ କରିଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ଗୁଳି, ଅସ୍ତ୍ରଶସ୍ତ୍ର ଆଦି ଜବତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ଯବାନ ଏବଂ ଚୀନ ସେନା ମଧ୍ୟରେ ମୁହାଁମୁହିଁ: ୨୦ ଚୀନ ସୈନ୍ୟ ହେଲେ ଆହତ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସି ନିକଟରେ ବହୁଦିନ ଧରି ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଲାଗିରହିଛି। ଏହା ଭିତରେ ସିକ୍କିମରେ ପୁଣି ଭାରତୀୟ ଯବାନ ଏବଂ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି। ଚୀନ ସୈନ୍ୟ ଭାରତର ସୀମା ଭିତରେ ଜବରଦସ୍ତ ପଶିବା ଲାଗି ପ୍ରୟାସ କରୁଥିଲେ। ହେଲେ ଭାରତୀୟ ଯବାନ ତାଙ୍କୁ ଅଟକାଇଥିଲେ। ଯଦ୍ୱାରା ଉଭୟଙ୍କ ମଧ୍ୟରେ ହତାହତି ହୋଇଥିଲା। ଏଥିରେ ୪ ଭାରତୀୟ ଯବାନ ଆହତ ହୋଇଥିବା ବେଳେ ଚୀନର ୨୦ ଜଣ ସୈନ୍ୟ ମଧ୍ୟ ଆହତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ଯବାନଙ୍କ କଡା ଜବାବରେ ଟଳିଲେ ୮ ପାକିସ୍ଥାନୀ ସୈନ୍ୟ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର କିରାନ ସେକ୍ଟରରେ ଆଜି ପୁଣି ପାକିସ୍ଥାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ପାକିସ୍ତାନ ପକ୍ଷରୁ ମୋର୍ଟାର ଏବଂ ପ୍ରଚୁର ଗୁଳିଗୋଳା ପ୍ରୟୋଗ କରାଯାଇଛି। ଏହାର ପ୍ରଭାବରେ ଭାରତର ତିନି ଜଣ ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ସ୍ଥାନୀୟ ଲୋକଙ୍କ ପ୍ରାଣହାନୀ ଘଟିଛି। ପାକିସ୍ଥାନର ଏହି  ଅସ୍ତ୍ରବିରତି ଉଲ୍ଲଂଘନକୁ କଡା ଜବାବ ଦେଇଛି ଭାରତ। ଭାରତୀୟ ଯବାନଙ୍କ ଆକ୍ରମଣରେ ୮ ଜଣ ପାକିସ୍ଥାନ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥି ମଧ୍ୟରୁ ଦୁଇ ରୁ ତିନି ଜଣ ପାକିସ୍ତାନର ଏସଏସଜି କମଣ୍ଡୋଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ସହିତ ୧୦ରୁ ଉର୍ଦ୍ଧ୍ଵ ପାକିସ୍ତାନ ସୈନ୍ୟ ଆହତ ହୋଇଛନ୍ତି। ଭାରତୀୟ ଯବାନଙ୍କ ଗୁଳିମାଡ଼ରେ ପାକିସ୍ଥାନର ଏକାଧିକ ବଙ୍କର ଏବଂ ଲଞ୍ଚ ପ୍ୟାଡ ଧ୍ଵଂସ ହୋଇଛି। (ଏଜେନ୍ସି)