ଜମ୍ମୁ କାଶ୍ମୀରରେ ଭାରତୀୟ ଯବାନଙ୍କ ଆକ୍ରମଣ: ଆତ୍ମସମର୍ପଣ କଲା ଜଣେ, ଟଳିଲେ ତିନି ଆତଙ୍କୀ

Published: May 6, 2021, 11:05 am IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଶୋପିୟା ଜିଲ୍ଲାରେ ଭାରତୀୟ ଯବାନଙ୍କ ଏନକାଉଣ୍ଟର ସମୟରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହାସହ ଜଣେ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛି।

ପୋଲିସର ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀରର କନିଗମ ଅଞ୍ଚଳରେ କେତେ ଜଣ ଆତଙ୍କବାଦୀ ଉପସ୍ଥିତ ଥିବା ଖବର ପାଇ ଭାରତୀୟ ଯବାନମାନେ ଘେରାବନ୍ଦୀ କରିବା ସହ ତଲାସ ଅଭିଯାନ ଆରମ୍ଭ କରିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାପାଇଁ ସେନା ପକ୍ଷରୁ କୁହାଯାଇଥିଲା।

କିନ୍ତୁ ଆତ୍ମସମର୍ପଣ କରିବା ବଳଦଳରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚାଳନା ଆରମ୍ଭ କରିଦେଇଥିଲେ। ଯାହାଫଳରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଆକ୍ରମଣ କରାଯାଇଥିଲା। ତେବେ ଗୁଳିବିନିମୟ ସମୟରେ ଜଣେ ଆତଙ୍କି ସେନା ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ତିନିଜଣ ମୃତ୍ୟୁବରଣ କରିଥିଲେ।

Related posts