ଜମ୍ମୁ-କାଶ୍ମୀର: ଭାରତୀୟ ଯବାନଙ୍କ ଗୁଳିରେ ଟଳିଲେ ତିନି ଲସ୍କର ଆତଙ୍କବାଦୀ

Published: May 11, 2021, 1:26 pm IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଭାରତୀୟ ଯବାନଙ୍କ ଗୁଳିରେ ଲସ୍କର-ଏ-ତୋଏବାର ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଅନନ୍ତନାଗ ଜିଲ୍ଲାର ବାଇଲୋ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀ ଲୁଚି ରହହିଥିବା ଖବର ପାଇ ଭାରତୀୟ ଯବାନମାନେ ଚତୁଃପାର୍ଶ୍ୱକୁ ଘେରିଯାଇଥିଲେ। ଭାରତୀୟ ଯବାନ, ସିଆରପିଏଫ ଏବଂ ପୋଲିସ ଦ୍ଵାରା ତଦନ୍ତ ଅଭିଯାନ ଆରମ୍ଭ ହୋଇଥିଲା।

ଯେମିତି ସେଓର ଏକ ବଗିଚାରେ ଲୁଚିଥିବା ଆତଙ୍କବାଦୀମାନଙ୍କୁ ସୁରକ୍ଷା ବଳ ଘେରିଗଲେ, ତତକ୍ଷଣାତ ସେନାଙ୍କ ଉପରକୁ ସେମାନେ ଗୁଳି ବର୍ଷିଥିଲେ। ତଥାପି ସୁରକ୍ଷା ବଳ ସେମାନଙ୍କୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦେଇଥିଲେ। ହେଲେ ସେମାନେ ଆକ୍ରମଣ ଜାରି ରଖିଥିଲେ।

ଫଳରେ ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରି ତିନି ଜଣ ଆତଙ୍କବଦୀଙ୍କୁ ସଫା କରିଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଆତଙ୍କୀଙ୍କ ପରିଚୟ ମିଳିପାରିନାହିଁ। ତେବେ ଏହା ପୂର୍ବରୁ ମେ’ ୬ ତାରିଖରେ ନିକଟସ୍ଥ ଶୋପିୟା ଜିଲ୍ଲାରେ ମଧ୍ୟ ତିନି ଜଣ ଆତଙ୍କବାଦୀଙ୍କୁ ମାରିବାରେ ଭାରତୀୟ ଯବନମାନେ ସକ୍ଷମ ହୋଇଥିଲେ।

Related posts