Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ଦୁଇ ଲସ୍କର-ଏ-ତୋଏବା ଆତଙ୍କୀ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଶୋପିୟା ଜିଲ୍ଲାରେ ଲସ୍କର-ଏ-ତୋଏବା ସଂଗଠନର ଦୁଇ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ଯବାନମାନେ ମୃତ୍ୟୁମୁଖରେ ପହଞ୍ଚାଇ ଦେଇଛନ୍ତି। ସୁରକ୍ଷାବାହିନୀଙ୍କୁ ଏହା ଏକ ବଡ ସଫଳତା ମିଳିଛି।

ସୂଚନା ମୁତାବକ, ସନ୍ଦିଗ୍ଧ ଆତଙ୍କିଙ୍କ ଖବର ପାଇ ସୁରକ୍ଷା ବାହିନୀ ତଦନ୍ତ ଅଭିଯାନଙ୍କୁ କଡାକଡି କରିଥିଲା। ଏହି ସମୟରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଫଳରେ ସୁରକ୍ଷାବାହିନୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ କିଛି ଆତଙ୍କବାଦୀ ଲୁଚି ଥିବା ସନ୍ଦେହରେ ସେହି ଅଞ୍ଚଳକୁ ଆହୁରି ତଦନ୍ତ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ-କାଶ୍ମୀର: ଭାରତୀୟ ଯବାନଙ୍କ ଗୁଳିରେ ଟଳିଲେ ତିନି ଲସ୍କର ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଭାରତୀୟ ଯବାନଙ୍କ ଗୁଳିରେ ଲସ୍କର-ଏ-ତୋଏବାର ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଅନନ୍ତନାଗ ଜିଲ୍ଲାର ବାଇଲୋ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀ ଲୁଚି ରହହିଥିବା ଖବର ପାଇ ଭାରତୀୟ ଯବାନମାନେ ଚତୁଃପାର୍ଶ୍ୱକୁ ଘେରିଯାଇଥିଲେ। ଭାରତୀୟ ଯବାନ, ସିଆରପିଏଫ ଏବଂ ପୋଲିସ ଦ୍ଵାରା ତଦନ୍ତ ଅଭିଯାନ ଆରମ୍ଭ ହୋଇଥିଲା।

ଯେମିତି ସେଓର ଏକ ବଗିଚାରେ ଲୁଚିଥିବା ଆତଙ୍କବାଦୀମାନଙ୍କୁ ସୁରକ୍ଷା ବଳ ଘେରିଗଲେ, ତତକ୍ଷଣାତ ସେନାଙ୍କ ଉପରକୁ ସେମାନେ ଗୁଳି ବର୍ଷିଥିଲେ। ତଥାପି ସୁରକ୍ଷା ବଳ ସେମାନଙ୍କୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦେଇଥିଲେ। ହେଲେ ସେମାନେ ଆକ୍ରମଣ ଜାରି ରଖିଥିଲେ।

ଫଳରେ ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରି ତିନି ଜଣ ଆତଙ୍କବଦୀଙ୍କୁ ସଫା କରିଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଆତଙ୍କୀଙ୍କ ପରିଚୟ ମିଳିପାରିନାହିଁ। ତେବେ ଏହା ପୂର୍ବରୁ ମେ’ ୬ ତାରିଖରେ ନିକଟସ୍ଥ ଶୋପିୟା ଜିଲ୍ଲାରେ ମଧ୍ୟ ତିନି ଜଣ ଆତଙ୍କବାଦୀଙ୍କୁ ମାରିବାରେ ଭାରତୀୟ ଯବନମାନେ ସକ୍ଷମ ହୋଇଥିଲେ।