ରାଜ୍ୟରେ ଆଜି ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

Published: Jan 25, 2021, 4:33 pm IST

ଭୁବନେଶ୍ବର: ରାଜ୍ୟରେ ଆଜି ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୬ ଜଣ ଚିହ୍ନଟ ହୋଇଥିବାବେଳେ ୫୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୪୩୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୧୪୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୩୨୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି।

ଆଜି ରାଜ୍ୟର ୨୪ ଟି ଜିଲ୍ଲାରୁ ମୋଟ୍‌ ୧୫୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୩୨, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ବରଗଡ଼ ଜିଲ୍ଲାରୁ ୩ ଜଣ, ଭଦ୍ରକ ଜିଲ୍ଲାରୁ ୧, ବଲାଙ୍ଗୀରିରୁ ୩, କଟକ ଜିଲ୍ଲାରୁ ୭ ଜଣ, ଦେବଗଡ ଜିଲ୍ଲାରୁ ୩, ଗଜପତି ଜିଲ୍ଲାରୁ ୩, ଜଗତସିଂହପୁର ଜିଲ୍ଲାରୁ ୪, ଯାଜପୁର ଜିଲ୍ଲାରୁ ୩, ଝାରସୁଗୁଡା ଜିଲ୍ଲାରୁ ୯, କଳାହାଣ୍ଡି ଜିଲ୍ଲାରୁ ୫, କନ୍ଧମାଳ ଜିଲ୍ଲାରୁ ୧, କେନ୍ଦ୍ରାପଡା ଜିଲ୍ଲାରୁ ୨, କେନ୍ଦୁଝର ଜିଲ୍ଲାରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୬, ନବରଙ୍ଗପୁର ଜିଲ୍ଲାରୁ ୩, ନୂଆପଡ଼ା ଜିଲ୍ଲାରୁ ୬ ଜଣ, ପୁରୀ ଜିଲ୍ଲାରୁ ୭, ରାୟଗଡା ଜିଲ୍ଲାରୁ ୧, ସମ୍ବଲପୁର ଜିଲ୍ଲାରୁ ୧୪, ସୋନପୁର ଜିଲ୍ଲାରୁ ୧ ଏବଂ ଷ୍ଟେଟ ପୁଲ୍‌ରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts