ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୪୦ ଜଣ କରୋନା ଆକ୍ରାନ୍ତ

Published: Jan 25, 2021, 7:11 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୧୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୨୫, ନୂଆପଡାରୁ ୧୪, ଅନୁଗୁଳରୁ ୧୩, ପୁରୀରୁ ୧୩, ସମ୍ବଲପୁରରୁ ୧୨, ବରଗଡରୁ ୧୦, ବାଲେଶ୍ବରରୁ ୭, ଯାଜପୁରରୁ ୭, ଝାରସୁଗୁଡାରୁ ୬, ସୋନପୁରରୁ ୬, ଖୋର୍ଦ୍ଧାରୁ ୫, ଭଦ୍ରକରୁ ୪, କଟକରୁ ୪, ବଲାଙ୍ଗୀରିରୁ ୩, ଗଞ୍ଜାମରୁ ୨, କେନ୍ଦୁଝରରୁ ୨, ବୌଦ୍ଧରୁ ୧, ଗଜପତିରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, ନବରଙ୍ଗପୁରରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୧ ଜଣ ସୁସ୍ଥ ହୋଇଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୧ ହଜାର ୨୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୪୩୦ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୧୮୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts