
ପୁରୀ, ଆଜି 72 ତମ ଗଣତନ୍ତ୍ର ଦିବସ। ଏହ ଦିବସ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଶୋଭା ପାଉଛି ଏକ ଆକର୍ଷଣୀୟ ବାଲୁକା କଳା। ଯାହାକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ରଂଗୀନ ବାଲିରେ ସେ ଏହି ସ୍ଥାପତ୍ୟ କରିଛନ୍ତି। ଏଥିରେ ସେ 72 ତମକୁ ଜାତୀୟ ପତାକା ମଧ୍ୟରେ ସ୍ଥାପିତ କରିଛନ୍ତି। ସେହିପରି ନିମ୍ନ ଭାଗରେ ବାପି ରିପବ୍ଲିକ ଡେ ବୋଲି ସେ ଉଲ୍ଲେଖ କରିଛନ୍ତି।