Categories
ଫଟୋ ଖବର

ଆଜି ମାତୃଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା, କରୋନା ଯୋଦ୍ଧାଙ୍କୁ ସଲାମ

ଆଜି ମାତୃଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, କରୋନା ଯୋଦ୍ଧାଙ୍କୁ ସଲାମ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ହୋଲି ଅଭିନନ୍ଦନ, ବାଲୁକା କଳାରେ ରଂଗର ପର୍ବକୁ ରଂଗୀନ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ, ଆଜି ହୋଲି ଉପଲକ୍ଷେ ପୁରୀ ବେଳାଭୂମିରେ ଶୋଭା ପାଉଛି ଆକର୍ଷଣୀୟ ହୋଲି ଶୁଭେଚ୍ଛାର ବାଲୁକା କଳା। ଏହାକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତେବେ ଏଥର କରୋନା ଭାଇରସରୁ ଦୂରେଇ ରହିବା ପାଇଁ ଏକ ସୁନ୍ଦର ବାର୍ତ୍ତା ସହିତ ଏହି ବାଲୁକା ସ୍ଥାପତ୍ୟ କରିଛନ୍ତି। ସୁଦର୍ଶନ ଏହି ବାଲୁକା କଳାରେ ଦୁଇଜଣ ମାସ୍କ ପିନ୍ଧି ହୋଲି ଖେଳୁଥିବାର ଦୃଶ୍ୟକୁ ଉପସ୍ଥାପିତ କରିଛନ୍ତି। ସେ ଏକ ସ୍ଲୋଗାନ ମଧ୍ୟ ଲେଖିଛନ୍ତି ଯାହାର ଓଡିଆରେ ହେଲେ ସୁରକ୍ଷିତ ରୁହନ୍ତୁ, ସୁରକ୍ଷିତ ଭାବେ ଖେଳନ୍ତୁ। ଏହି ବାଲୁକା ସ୍ଥାପତ୍ୟ ଆଗରେ ଥାଳିରେ ବାଲିର ରଂଗ ବେଶ୍ ଆକର୍ଷଣୀୟ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ପଖାଳ ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ପୁରୀ: ଆଜି ପଖାଳ ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କରିଛନ୍ତି ବାଲୁକା କଳା। ଏଥିରେ ସେ ବାଲୁକାରେ କଂସା ବେଲାରେ ପଖାଳ, ଶୁଖୁଆ ଭଜା, ବଡି, ବଡିଚୁରା ପ୍ରଭୃତି ଖାଦ୍ୟ ନିର୍ମାଣ କରିଛନ୍ତି। ସେହିପରି ଏକ ବଡ କଦଳୀ ପତ୍ରରେ ପଖାଳ ଦିବସ ଉପଲକ୍ଷେ ଶୁଭେଚ୍ଛା ବୋଲି ଉଲ୍ଲେଖ କରିଛନ୍ତି। ଓଡିଆ ଘରର ଚିତା ଉପରେ ଓଡିଆ ଖାଦ୍ୟକୁ ନେଇ ଏହି ବାଲୁକା କଳା ବେଶ ଆକର୍ଷଣୀୟ ଦେଖା ଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଭାରତ ବିରୋଧୀ ପ୍ରଚାର ବିରୋଧରେ ସଚେତନତା ସୃଷ୍ଟି କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ, ଚାଷୀ ଆନ୍ଦୋଳନ ନେଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ସେଲିବ୍ରିଟ ଭାରତ ବିରୋଧୀ ପ୍ରଚାର କରିବାରେ ଲାଗିଛନ୍ତି। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେମାନେ ଏହି ଟୁଇଟ କରି ଦେଶ ଦେଶ ଭିତରେ ଏକ ବିଭେଦ ସୃଷ୍ଟି କରୁଛନ୍ତି। ଯାହାକୁ ନେଇ ଭାରତକ କଳାକାରମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ ଦେଶ ଭିତର ସମସ୍ୟା ଦେଶ ବୁଝିବ ବୋଲି ମତାମତ ଦେଇଛନ୍ତି।

ଏହିପରି ପରିସ୍ଥିତିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜର କଳା ମାଧ୍ୟମରେ ଭାରତ ବିରୋଧୀ ବିବୃତିକୁ ନିନ୍ଦା କରିଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ ଚାଷୀମାନଙ୍କୁ ନେଇ ଏକ ଆକର୍ଷଣୀୟ ସ୍ଥାପତ୍ୟ ନିର୍ମାଣ କରିଛନ୍ତି। ଚାଷୀମାନେ ଆମର ଗର୍ବ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିସହିତ ସେ ଏହି ସ୍ଥାପତ୍ୟ ତଳେ ଭାରତ ବିରୋଧୀ ପ୍ରଚାରରେ ସମସ୍ତେ ଏକାଠି ହେବା ବୋଲି ଇଂରାଜୀରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି।

ଗତ ଦୁଇ ମାସ ଧରି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅନ୍ତର୍ଜାତୀୟ ପପ ତାରକା ରିହାନା ଟ୍ୱିଟ କରିଛନ୍ତି। ଏହା ପରେ ବିରାଟ କୋହଲି, ଅକ୍ଷୟ କୁମାର, ସଚିନ ତେନ୍ଦୁଲକର, ଲତା ମଙ୍ଗେସକରଙ୍କ ପରି ଅନେକ ସେଲିବ୍ରିଟି ଏହାର ପ୍ରତିକ୍ରିୟା ଦେବା ଆରମ୍ଭ କରିଥିଲେ। ସେମାନେ ସୋସିଆଲ ମିଡିଆରେ India Together ଏବଂ India Against Propaganda ଭଳି ହ୍ୟାସଟ୍ୟାଗ ବ୍ୟବହାର କରି ଆନ୍ତର୍ଜାତୀୟ ପ୍ରଚାର ବିରୋଧରେ ଖୋଲାଖୋଲି ଭାବେ ସ୍ୱର ଉତ୍ତୋଳନ କରିଥିଲେ। ଏଥିରେ ସାମିଲ ହୋଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି 72 ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ବାଲୁକା ଅଭିନନ୍ଦନ ଜଣାଲେ ସୁଦର୍ଶନ ପଟ୍ଟନାୟକ

ପୁରୀ, ଆଜି 72 ତମ ଗଣତନ୍ତ୍ର ଦିବସ। ଏହ ଦିବସ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଶୋଭା ପାଉଛି ଏକ ଆକର୍ଷଣୀୟ ବାଲୁକା କଳା। ଯାହାକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ରଂଗୀନ ବାଲିରେ ସେ ଏହି ସ୍ଥାପତ୍ୟ କରିଛନ୍ତି। ଏଥିରେ ସେ 72 ତମକୁ ଜାତୀୟ ପତାକା ମଧ୍ୟରେ ସ୍ଥାପିତ କରିଛନ୍ତି। ସେହିପରି  ନିମ୍ନ ଭାଗରେ ବାପି ରିପବ୍ଲିକ ଡେ ବୋଲି ସେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଲୁକା କଳାରେ ଦୀପାବଳି ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ, ରଂଗବେରଂଗର ଆଲୋକମାଳରେ ପାଳନ କରାଯାଇଥାଏ ଦୀପାବଳି। ହେଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କିନ୍ତୁ ଭିନ୍ନ ଢଙ୍ଗରେ କରିଛନ୍ତି ଦୀପାବଳି। ସେ ପୁରୀ ବେଳାଭୂମିରେ ଏକ ବାଲୁକା କଳା କରି ସମସ୍ତଙ୍କୁ ଜଣାଇଛନ୍ତି ଏହି ଶୁଭେଚ୍ଛା।

ସେ ବେଳାଭୂମିର ବାଲିରେ ଦୀପଟିଏ ନିର୍ମାଣ କରିଛନ୍ତି। ସେହି ଦୀପର ମୁହଁ ସମୁଦ୍ର ଆଡକୁ ରହିଛି। ଲାଗୁଛି ସତେ ଯେପରି ସମୁଦ୍ରକୁ ଦୀପଟିଏ ପ୍ରଦାନ କରାଯାଉଛି। ଆଉ ସେହି ଦୀପ ଉପରେ ସେ ଏକ ସ୍ଥାପତ୍ୟ ନିର୍ମାଣ କରି ଦୀପାବଳିର ଶୁଭେଚ୍ଛା ଲେଖିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ବାଲୁକା କଳାରେ ସୁଦର୍ଶନଙ୍କ ଅଭିନନ୍ଦନ

ପୁରୀ, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଏବଂ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ନିଜର ବାଲୁକା କଳାରେ ଅଭିନନ୍ଦନ। ପୁରୀ ବେଳାଭୂମିରେ ଏହି ଅଭିନନ୍ଦନ କଳାକୁ ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ 25 ଫୁଟ ଉଚ୍ଚତାର ଏହି ବାଲୁକା କଳାରେ ଉଭୟ ବିଡେନ ଏବଂ କମଳାଙ୍କ ପ୍ରତିକୃତି କରିଛନ୍ତି। ଏଥିପାଇଁ ସେ 10 ଟନ ବାଲି ବ୍ୟବହାର କରିଛନ୍ତି।

ଏହି ବାଲୁକାକଳାରେ ସେ ବିଭିନ୍ନ ରଂଗର ଉପଯୋଗ କରିଛନ୍ତି ଯାହା ବେଶ୍ ଜୀବନ୍ତ ହୋଇ ଉଠିଛି। ଉଭୟ ବିଜେତାଙ୍କ କଳାକୃତି ମଝିରେ ଇଂରାଜୀରେ ଅଭିନନ୍ଦନ ଲେଖିଛନ୍ତି। ପୂର୍ବରୁ ନିର୍ବାଚନ ସମୟରେ ସୁଦର୍ଶନ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଏକ ବାଲୁକା କଳା କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର ବ୍ୟକ୍ତିତ୍ୱ

କୋହଲିଙ୍କୁ ବାଲୁକା କଳାରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ, ଆଜି ହେଉଛି ବିରାଟ କୋହଲିଙ୍କର 32 ତମ ଜନ୍ମଦିନ। କୋହଲି 5 ନଭେମ୍ବର 1988 ରେ ଜନ୍ମ ହୋଇଥିଲେ।ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର କଳାମାଧ୍ୟମରେ ଜଣାଇଛନ୍ତି ଅଭିନନ୍ଦନ। ସୁଦର୍ଶନ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ଏକ ସ୍ଥାପତ୍ୟ। ଯେଉଁଥିରେ ସୁଦର୍ଶନ ବିରାଟଙ୍କ ଏକ ପ୍ରତିମୂର୍ତ୍ତି ସହିତ ବ୍ୟାଟବଲର ସ୍ଥାପତ୍ୟ କରିଛନ୍ତି। ସେହି ବ୍ୟାଟ ଉପରେ ସେ ହାପି ବାର୍ଥ ଡେ ଲେଖିଛନ୍ତି।

ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ କୋହିଲି କ୍ରିକେଟ୍ ଜଗତରେ ବେଶ୍ ଜଣାଶୁଣା। ଟେଷ୍ଟ କ୍ରିକେଟ୍ ହେଉ କିମ୍ବା ଦିନିକିଆ କିମ୍ବା ଟି20, ଏହି ତିନୋଟି ଫର୍ମାଟରେ କୋହଲି ପୁରା ଫିଟ। କ୍ରିକେଟର ଯେ କୌଣସି ଭାଗ ବିଷୟରେ ଆଲୋଚନା କର କୋହଲିଙ୍କ ରେକର୍ଡ ସେଠାରେ ନିଶ୍ଚିତ ମିଳିବ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର

ଅମିତାଭ ବଚନଙ୍କ ଜନ୍ନଦିନରେ ବାଲୁକା କଳାରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ, ଆଜି ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ 78 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେଥିପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ଏହି ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମଧ୍ୟ ତାଙ୍କ ଆକର୍ଷଣୀୟ କଳାରେ ଅଭିନନ୍ଦନ ଜଣାଇଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ ଅମିତାଭଙ୍କ ଏକ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ସେଥିରେ ସେ 78 ବର୍ଷରେ ପଦାର୍ପଣ କରିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ଏହା ବାଲୁକା କଳା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି ସିନେମା

ଆଜି ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଜନ୍ମ ଦିନ, ଜାଣନ୍ତୁ ସେ ଷ୍ଟୁଡିଓକୁ ଯିବା ପୂର୍ବରୁ କଣ କରନ୍ତି

ଭୁବନେଶ୍ବର, ଆଜି ହେଉଛି ପ୍ରଖ୍ୟାତ କଣ୍ଠଶିଳ୍ପ ଲତା ମଙ୍ଗେସକରଙ୍କ ଜନ୍ମଦିନ। ଲତା ୧୯୨୯ ମସିହା ସେପ୍ଟେମ୍ବର୨୮ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଏହି ମହାନ୍ ଗାୟିକାଙ୍କର ଜନ୍ମଦିବସ ଉପଲକ୍ଷେ ବିଭିନ୍ନ ମହଲରୁ ଅଭିନନ୍ଦନର ବାର୍ତ୍ତା ଆସିବାରେ ଲାଗିଛି।

ଭାରତୀୟ ସଂଗୀତ ଜଗତରେ ଲତା ମଙ୍ଗେସକର ବେଶ୍ ପରିଚିତ ନାମ। ଯାହାକୁ କୁହାଯାଇ ପାରିବ ଘରେ ଘରେ ପରିଚିତ ନାମ। ସେ ପ୍ରଥମେ ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ  ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଲତାଙ୍କ ସଂଗୀତ ଜୀବନ ମଧ୍ୟ ବେଶ୍ ସଂଘର୍ଷମୟ। ଥରେ ସେ ମୁମ୍ବାଇର ଏକ ଲୋକାଲ୍ ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ‘ଆପ୍ କି ସେବା ମେଁ’ରେ ଗାୟିକା ହେବାର ସୁଯୋଗ ମିଳିଥିଲା । ପରେ ତାଙ୍କୁ ‘ମଜବୁର୍’ ଓ ‘ବେଦର୍ଦ୍’ ନାମକ ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଲା । ଏହି ଦୁଇଟି ଚଳଚ୍ଚିତ୍ର ଦ୍ୱାରା ସେ ସଙ୍ଗୀତ ଜଗତରେ ଅଣ୍ଟା ସିଧାକରି ଛିଡା ହୋଇ ପାରିଥିଲେ। ହେଲେ ତାଙ୍କୁ ପ୍ରସିଦ୍ଧି ଆଣି ଦେଲା ଅନ୍ଦାଜ୍, ବରସାତ୍ ଓ ମହଲ୍ ଚଳଚ୍ଚିତ୍ର। ଏହି ଚଳଚିତ୍ରକ ଗୀତ ଦ୍ବାରା ସେ ସଙ୍ଗୀତ ମହଲରେ ପୁରାପୁରି ଭାବେ ପରିଚିତ ଆଣିଦେଇଥିଲା।

ତେବେ ଲତାଙ୍କ ଶହଶହ ସଂଗୀତ ମଧ୍ୟରୁ ଗୋଟିଏ ଗୀତ ଆଜି ପର୍ଯ୍ୟନ୍ତ ସବୁ ପିଢୀର ସଂଗୀତ ପ୍ରେମୀଙ୍କୁ ଆକର୍ଷିତ କରିପାରିଛି। ତାହା ହେଲା ଦେଶାତ୍ମବୋଧକ ଗୀତ ‘ଏ ମେରେ ୱତନ୍ କେ ଲୋଗୋଁ’। ୧୯୬୩ ମସିହାରେ ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କର ଏହି ଗୀତଟି ସେତେବେଳର ପ୍ରଧାନମନ୍ତ୍ରୀ ଜବହାରଲାଲ ନେହୁରଙ୍କୁ ବେଶ ଭାବ ବିହ୍ୱଳ କରିଦେଇଥିଲା । ଫଳରେ ଏହି ଗୀତ ପାଇଁ ଲତା ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଲତା ୧୯୭୦ରୁ ୧୯୮୦ ମଧ୍ୟରେ ତିନି ଜଣ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ସେମାନେ ହେଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍, କଲ୍ୟାଣଜୀ ଆନନ୍ଦଜୀ ଓ ଆର ଡି ବର୍ମନ।  ଲତା ଅନେକ ରୋମାଣ୍ଟିକ ଗୀତ ବୋଲି ମଧ୍ୟ ବେଶ ଲୋକପ୍ରିୟ ହାସଲ କରିପାରିଛନ୍ତି। ସେ ‘ହମ୍ ଆପକେ ହେ କୌନ୍’, ‘ବୀରଜାରା’ ପରି ରୋମାଣ୍ଟିକ୍ ଚଳଚ୍ଚିତ୍ରରେକଣ୍ଠଦାନ କରି ସେତେବେଳେର ଯୁବପିଢୀଙ୍କ ମନ ଜିଣିପାରିଥିଲେ।

ପୁରୁଖା ଏବଂ ନୂଆ ସଂଗୀତ ନିର୍ଦ୍ଦେଶକ ସହ ମଧ୍ୟ ସେ କାମ କରିବାରେ ଆଗ୍ରହ ପ୍ରକାଶ କରିଥାନ୍ତି। ସେ କ୍ଷେତ୍ରରେ ଏ ଆର ରେହେମାନ ଭଳି ନୂଆ ନିର୍ଦ୍ଦେଶକଙ୍କ କାମ କରିବାରେ କୁଣ୍ଠାବୋଧ କରି ନାହାଁନ୍ତି। ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଛନ୍ତି।

ତେବେ ଲତାଙ୍କର ଗୋଟିଏ ଭଲ ଗୁଣ ହେଲା ଯେ, ସେ ରେକର୍ଡିଂ ଷ୍ଚୁଡିଓକୁ ଗଲେ ବାହାରେ ଯୋତା ରଖିଥାନ୍ତି । ଯାହାକୁ ପୁରୁଣା ନୂଆ ପିଢୀର ସଂଗୀତଜ୍ଞମାନେ ପ୍ରଶଂସା କରିଥାନ୍ତି। ସେ ଜୋତା ବାହାରେ ରଖୁଥିବାର ସମସ୍ତେ ଜାଣିବା ପରେ ତାଙ୍କର ଯେଉଁଦିନ ରେକର୍ଡିଂ ଥିବ ସେଦିନ ଣନ୍ୟ ସମସ୍ତେ ଷ୍ଟୁଡିଓ ବାହାରେ ଜୋତା ରଖିବା ପାଇଁ ବାଧ୍ୟ ହୋଇଥାନ୍ତି।

ଲତାଙ୍କ ସଂଗୀତ ଜଗତରେ ଏପରି ଅବଦାନ ପାଇଁ ତାଙ୍କୁ ୨୦୦୧ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଛି। ସେହିପରି ୧୯୬୯ ମସିହାରେ ପଦ୍ମ ଭୂଷଣ, ୧୯୮୯ ମସିହାରେ ଦାଦା ସାହେବ୍ ଫାଲକେ ପୁରସ୍କାର,୧୯୯୯ ମସିହାରେ ପଦ୍ମ ବିଭୂଷଣ ସହ ଜାତୀୟ ଚଳଚିତ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ, ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେହିପରି ପୁରୀ ବେଳାଭୂମିରେ ଏକ ବାଲୁକା କଳା କରି ଅଭିନନ୍ଦନ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏଥିରେ ସୁଦର୍ଶନ ଏକ ପାହଡାକୃତି ବାଲିରେ ମୋଦିଙ୍କ ପ୍ରତିମୂର୍ତ୍ତି ନର୍ମାଣ କରିଛନ୍ତି। ସେହି ପ୍ରତିମୁର୍ତ୍ତି ନିକଟରେ ଇଂରାଜୀରେ ହାପି ବାର୍ଥ ଡେ ଲେଖି,ଏହାର ତଳେ କୋଟିକୋଟି ଶୁଭେଚ୍ଛା ବୋଲି ଉଲ୍ଲେଖ କରିଛନ୍ତି। ତେବେ ସୁଦର୍ଶନ ପ୍ରଧାନମନ୍ତ୍ରୀଙ୍କ ଲୋକ ପ୍ରିୟ ଯୋଜନା ମଧ୍ୟରୁ ଆତ୍ମ ନିର୍ଭର ଭାରତକୁ ଗୁରୁତ୍ବ ଦେଇଛନ୍ତି। ସେଥିପାଇଁ ସେ ମୋଦିଙ୍କୁ ଆତ୍ମ ନିର୍ଭର ଭାରତର ବିନ୍ଧାଣି ବୋଲି ଅଭିହିତ କରିଛନ୍ତି।