କୋହଲିଙ୍କୁ ବାଲୁକା କଳାରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

Published: Nov 5, 2020, 10:27 am IST

ପୁରୀ, ଆଜି ହେଉଛି ବିରାଟ କୋହଲିଙ୍କର 32 ତମ ଜନ୍ମଦିନ। କୋହଲି 5 ନଭେମ୍ବର 1988 ରେ ଜନ୍ମ ହୋଇଥିଲେ।ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର କଳାମାଧ୍ୟମରେ ଜଣାଇଛନ୍ତି ଅଭିନନ୍ଦନ। ସୁଦର୍ଶନ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ଏକ ସ୍ଥାପତ୍ୟ। ଯେଉଁଥିରେ ସୁଦର୍ଶନ ବିରାଟଙ୍କ ଏକ ପ୍ରତିମୂର୍ତ୍ତି ସହିତ ବ୍ୟାଟବଲର ସ୍ଥାପତ୍ୟ କରିଛନ୍ତି। ସେହି ବ୍ୟାଟ ଉପରେ ସେ ହାପି ବାର୍ଥ ଡେ ଲେଖିଛନ୍ତି।

ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ କୋହିଲି କ୍ରିକେଟ୍ ଜଗତରେ ବେଶ୍ ଜଣାଶୁଣା। ଟେଷ୍ଟ କ୍ରିକେଟ୍ ହେଉ କିମ୍ବା ଦିନିକିଆ କିମ୍ବା ଟି20, ଏହି ତିନୋଟି ଫର୍ମାଟରେ କୋହଲି ପୁରା ଫିଟ। କ୍ରିକେଟର ଯେ କୌଣସି ଭାଗ ବିଷୟରେ ଆଲୋଚନା କର କୋହଲିଙ୍କ ରେକର୍ଡ ସେଠାରେ ନିଶ୍ଚିତ ମିଳିବ।

Related posts