Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ବ୍ୟକ୍ତିତ୍ୱ

ଆଜି ବିରାଟ କୋହଲିଙ୍କ ଜନ୍ମଦିନ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଧୁନିକ ଯୁଗର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ଆଜି 35 ବର୍ଷ ପୁରଣ ହୋଇଛି। ସେ 5 ନଭେମ୍ବର 1988 ମସିହାରେ ଜନ୍ମଗ୍ରହଣ କରିଥିଲେ। କୋହଲିଙ୍କୁ ଏଥର ଜନ୍ମଦିନର ଢେର କିଛି ଶୁଭେଚ୍ଛା ମିଳିବ। କାରଣ ବର୍ତ୍ତମାନ ଚାଲିଛି ବିଶ୍ବକପ। ତାହା ଭାରତ ହାସଲ କରିବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ ଆଜି ତାଙ୍କୁ ବିଭିନ୍ନ ମହଲରୁ ବହୁ ଶୁଭେଚ୍ଛା ମିଳିବାରେ ଲାଗିଛି।

ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଦ ପଡି ନାହାଁନ୍ତି। ସେ ପୁରୀ ବେଳାଭୂମିରେ ନିଜ ବାଲୁକା କଳାରେ କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ବାଲୁକାର ବହୁ କ୍ରିକେଟ ବ୍ୟାଟ କରି ତା ସାମନାରେ ବିରାଟଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି। ଯାହା ପୁରୀ ପର୍ଯ୍ୟଟକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର ବ୍ୟକ୍ତିତ୍ୱ

କୋହଲିଙ୍କୁ ବାଲୁକା କଳାରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ, ଆଜି ହେଉଛି ବିରାଟ କୋହଲିଙ୍କର 32 ତମ ଜନ୍ମଦିନ। କୋହଲି 5 ନଭେମ୍ବର 1988 ରେ ଜନ୍ମ ହୋଇଥିଲେ।ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର କଳାମାଧ୍ୟମରେ ଜଣାଇଛନ୍ତି ଅଭିନନ୍ଦନ। ସୁଦର୍ଶନ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ଏକ ସ୍ଥାପତ୍ୟ। ଯେଉଁଥିରେ ସୁଦର୍ଶନ ବିରାଟଙ୍କ ଏକ ପ୍ରତିମୂର୍ତ୍ତି ସହିତ ବ୍ୟାଟବଲର ସ୍ଥାପତ୍ୟ କରିଛନ୍ତି। ସେହି ବ୍ୟାଟ ଉପରେ ସେ ହାପି ବାର୍ଥ ଡେ ଲେଖିଛନ୍ତି।

ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ କୋହିଲି କ୍ରିକେଟ୍ ଜଗତରେ ବେଶ୍ ଜଣାଶୁଣା। ଟେଷ୍ଟ କ୍ରିକେଟ୍ ହେଉ କିମ୍ବା ଦିନିକିଆ କିମ୍ବା ଟି20, ଏହି ତିନୋଟି ଫର୍ମାଟରେ କୋହଲି ପୁରା ଫିଟ। କ୍ରିକେଟର ଯେ କୌଣସି ଭାଗ ବିଷୟରେ ଆଲୋଚନା କର କୋହଲିଙ୍କ ରେକର୍ଡ ସେଠାରେ ନିଶ୍ଚିତ ମିଳିବ।