ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Published: Sep 17, 2020, 8:28 am IST

ପୁରୀ, ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେହିପରି ପୁରୀ ବେଳାଭୂମିରେ ଏକ ବାଲୁକା କଳା କରି ଅଭିନନ୍ଦନ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏଥିରେ ସୁଦର୍ଶନ ଏକ ପାହଡାକୃତି ବାଲିରେ ମୋଦିଙ୍କ ପ୍ରତିମୂର୍ତ୍ତି ନର୍ମାଣ କରିଛନ୍ତି। ସେହି ପ୍ରତିମୁର୍ତ୍ତି ନିକଟରେ ଇଂରାଜୀରେ ହାପି ବାର୍ଥ ଡେ ଲେଖି,ଏହାର ତଳେ କୋଟିକୋଟି ଶୁଭେଚ୍ଛା ବୋଲି ଉଲ୍ଲେଖ କରିଛନ୍ତି। ତେବେ ସୁଦର୍ଶନ ପ୍ରଧାନମନ୍ତ୍ରୀଙ୍କ ଲୋକ ପ୍ରିୟ ଯୋଜନା ମଧ୍ୟରୁ ଆତ୍ମ ନିର୍ଭର ଭାରତକୁ ଗୁରୁତ୍ବ ଦେଇଛନ୍ତି। ସେଥିପାଇଁ ସେ ମୋଦିଙ୍କୁ ଆତ୍ମ ନିର୍ଭର ଭାରତର ବିନ୍ଧାଣି ବୋଲି ଅଭିହିତ କରିଛନ୍ତି।

Related posts