ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୪୩ ଜଣ କରୋନା ଆକ୍ରାନ୍ତ

Published: Jan 26, 2021, 7:55 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୧୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୨୯, ଖୋର୍ଦ୍ଧାରୁ ୧୯, ପୁରୀରୁ ୧୬, ସମ୍ବଲପୁରରୁ ୧୨, ବରଗଡରୁ ୧୦, ଅନୁଗୁଳରୁ ୯, କଟକରୁ ୭, ଯାଜପୁରରୁ ୭, ବାଲେଶ୍ବରରୁ ୬, ନୂଆପଡାରୁ ୫, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୩, ବଲାଙ୍ଗୀରିରୁ ୨, ବୌଦ୍ଧରୁ ୨, ଗଞ୍ଜାମରୁ ୨, ଝାରସୁଗୁଡାରୁ ୨, ଭଦ୍ରକରୁ ୧, ଦେବଗଡରୁ ୧, ଜଗତସିଂହପୁରରୁ ୧ ଏବଂ ଷ୍ଟେଟପୁଲରୁ ୫ ଜଣ ସୁସ୍ଥ ହୋଇଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୧ ହଜାର ୪୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୫୨୯ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୧୪୩ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts