Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କମୋଡର ଋତୁରାଜଙ୍କ ଠାରୁ ଆଇଏନଏସ ଚିଲିକା କମାଣର ପଦଭାର ସମ୍ଭାଳିଲେ କମୋଡର ଏନପି ପ୍ରଦୀପ
ଆଜିର ଖବର

କମୋଡର ଋତୁରାଜଙ୍କ ଠାରୁ ଆଇଏନଏସ ଚିଲିକା କମାଣର ପଦଭାର ସମ୍ଭାଳିଲେ କମୋଡର ଏନପି ପ୍ରଦୀପ

January 27, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ୨୬ ଜାନୁଆରୀ ୨୦୨୧ ଦିନ ଏକ ସମାରୋହ ପରେଡରେ କମୋଡର ଏନପି ପ୍ରଦୀପ ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇଏନଏସ ଚିଲିକାର କମାଣ ଏବଂ ନୌସେନା ଅଧିକାରୀ ଓଡିଶାର ଦାୟିତ୍ୱ କମୋଡର ଋତୁରାଜ ସାହୁଙ୍କ ଠାରୁ ଗ୍ରହଣ କରିଛନ୍ତି।

ଆଇଏନଏସ ଚିଲିକାର ଅଧିକାରୀ ଗଣ ଓ ନାବିକମାନେ କମୋଡର ଋତୁରାଜ ସାହୁଙ୍କ ୨୨ ମାସର କାର୍ଯ୍ୟକାଳ ଶେଷରେ ଏକ ପାରମ୍ପାରିକ ସମାରୋହରେ ବିଦାୟ ଦେଇଥିଲେ। କମୋଡର ଋତୁରାଜ ସାହୁ ଖୁବ୍ ଶୀଘ୍ର କୋଲକାତାର ଆଇଏନଏସ ନେତାଜୀ ସୁବାଷର କମାଣ ଓ ନୌସେନା ଅଧିକାରୀ (ପଶ୍ଚିମ ବଙ୍ଗ) ର ଦାୟିତ୍ଵ ଗ୍ରହଣ କରିବେ।

କମୋଡର ଏନପି ପ୍ରଦୀପ ଯେ କି କେରଳର ଭାଡାନାମକୁରୁସିରୁ ଅସିଛନ୍ତି। ସେ ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ (ଖଡଗ ବଲସା) ର ପୁରତନ ଛାତ୍ର। ଏହି ଅଧିକାରୀ ୧୯୯୨ ମସିହାରେ ଭାରତୀୟ ନୌସେନାରେ ଜାହାଜପଥ ପ୍ରଦର୍ଶକ ଓ ଦିଗ ବିଶେଷଜ୍ଞ ଭାବେ ଭାରତୀୟ ନୌସେନାରେ ଯୋଗଦାନ କରିଥିଲେ।

ଦୀର୍ଘ ୨୯ ବର୍ଷର ନୌସେନା ସେବା ସମୟରେ ଏହି ଅଧିକାରୀ ନୌସେନା ଜାହାଜ ରାଜପୁତ, ରଣଜିତ, କୀର୍ପାନରେ ଜାହାଜ ପଥପ୍ରଦର୍ଶକ ଅଧିକାରୀ ରୂପେ ଏବଂ ଭାରତୀୟ ନୌସେନା ଜାହାଜ ବିନାଶ, କେଶରୀ ଏବଂ ଗଙ୍ଗାରେ କମାଣ ଅଧିକାରୀ ରୂପେ କାର୍ଯ୍ୟ କରିଛନ୍ତି।

ତାଙ୍କର ଅନ୍ୟ ନିଯୁକ୍ତି ମଧ୍ୟରେ ଏନଡିଏରେ ସ୍କାଡନ କମାଣ୍ଡର, ନୌସେନା ଅପରେଶନର ଯୁଗ୍ମ ନିର୍ଦ୍ଦେଶକ (ନେଟ ଆସେସମେଣ୍ଟ କକ୍ଷ) ଏମଡିସିସି କମାଣ ଅପରେସନ ଅଧିକାରୀ (ଦକ୍ଷିଣ ନୌସେନା କମାଣ) କପ୍ତାନ କାର୍ଯ୍ୟଶୈଳୀ ସ୍ଥାନୀୟ କାର୍ଯ୍ୟଦଳ (ପଶ୍ଚିମ) ଏବଂ କମୋଡର (ଯୋଜନା) ପୂର୍ବାଞ୍ଚଳ ନୌସେନା କମାଣ ଭାବରେ କାର୍ଯ୍ୟ କରିଛନ୍ତି।

ସେ ମଧ୍ୟ ଶ୍ରୀଲଙ୍କାରେ ନୌସେନା ସମୁଦ୍ର ଜାହାଜ ସମ୍ଭନ୍ଧିତ ପ୍ରତିଷ୍ଠାନ ସଂସ୍ଥା ତ୍ରିକୋମାଲୀ ରେ ପ୍ରଶିକ୍ଷକ ଭାବେ କୁଟନୈତିକ କାର୍ଯ୍ୟ ସମ୍ପାଦନ କରିଛନ୍ତି।

ଆଇଏନଏସ ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.