ହୃଦ୍‌ଘାତରେ ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକଙ୍କ ମୃତ୍ୟୁ

Published: Jan 29, 2021, 11:06 am IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପଶ୍ଚିମବଙ୍ଗରୁ ଆସିଥିବା ଜନୈକ ପର୍ଯ୍ୟଟକଙ୍କ ଆଜି ଗୋପାଳପୁର ହୋଟେଲ୍‌ରେ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ବେଥଲ ସ୍ୱାମିପାଦ ଘୋଷ (୪୭)।

ଘଟଣାରୁ ପ୍ରକାଶ ଯେ ସେ ହୋଟେଲ୍‌ରେ ଥିବା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ସଂଗେ ସଂଗେ ହୋଟେଲ୍ କର୍ତ୍ତୃପକ୍ଷ ଏବଂ ତାଙ୍କ ଶଳା ଗୋପାଳପୁର ମେଡ଼ିକାଲ୍‌କୁ ନେଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ସେ ୨୭ ତାରିଖ ଦିନ ସେ ଏବଂ ତାଙ୍କ ଶଳା ଆସିଥିଲେ ଏବଂ ୨୮ ତାରିଖ ଦିନ ପରିବାରଙ୍କ ସହ ଦାରିଙ୍ଗିବାଡ଼ି ବୁଲିବାକୁ ଯିବାର ସ୍ଥିର ହୋଇଥିଲା। କିନ୍ତୁ ଘୋଷଙ୍କ ମୃତ୍ୟୁ ଘଟିଥିଲା। ଗୋପାଳପୁର ପୋଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଏନେଇ ଗୋପଳପୁର ଥାନାରେ ୩/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଛି।

Related posts