
ନୂଆଦିଲ୍ଲୀ: ଦିଲ୍ଲୀରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଦୂତାବାସ ନିକଟରେ ପାଖାପାଖି ସନ୍ଧ୍ୟା ୫.୪୫ ସମୟରେ ଆଇଇଡି ବିସ୍ଫୋରଣ ହୋଇଥିବା ବେଳେ ଅନେକ କାର କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ କେହି ମୃତାହତ ହୋଇନଥିବା ଖବର ମିଳିଥିବା ବେଳେ କାରର କାଚ ଗୁଡିକ ଭାଙ୍ଗି ଯାଇଛି। ବିସ୍ଫୋରଣ ଛୋଟ ଧରଣର ହୋଇଥିବା ଦିଲ୍ଲୀ ପୋଲିସ କହିଛି।
ତେବେ ବିସ୍ପୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ଏଭଳି ଏକ ସଂବେଦନଶୀଳ ଅଞ୍ଚଳରେ ବିସ୍ଫୋରଣ ଘଟିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ପୋଲିସ ବର୍ତ୍ତମାନ ସିସିଟିଭି ଯାଞ୍ଚ କରିବାରେ ଲାଗିପଡିଛି।