Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସ କ’ଣ ସାବତପୁଅ: ଶାସକ ଦଳ ପାଇଁ ଯେଉଁଟା ନିୟମ କଂଗ୍ରେସ ପାଇଁ ବେନିୟମ
ଆଜିର ଖବର

କଂଗ୍ରେସ କ’ଣ ସାବତପୁଅ: ଶାସକ ଦଳ ପାଇଁ ଯେଉଁଟା ନିୟମ କଂଗ୍ରେସ ପାଇଁ ବେନିୟମ

January 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶାସକ ବିଜେଡ଼ି ଦଳର କଳାହାଣ୍ଡି କାର୍ଯ୍ୟକ୍ରମରେ ୫୦ହଜାରରୁ ଉର୍ଦ୍ଧ୍ୱ ଲୋକ ସମ୍ମିଳୀତ ହୋଇଥିବାବେଳେ ସଦ୍ୟ ବ୍ରହ୍ମପୁରରେ ଯେଉଁ ରାମଲିଙ୍ଗମ୍ ପାର୍କର ଉଦ୍‌ଘାଟନ ପର୍ବ ଅନୁଷ୍ଠିତ ହୋଇଥିଲା ସେଥିରେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଯୋଗ ଦେଇଥିଲେ। କିନ୍ତୁ ମହାତ୍ମାଗାନ୍ଧୀଙ୍କ ଶହୀଦ୍ ଦିବସ ପାଳନ ପାଇଁ ସରକାରଙ୍କ ନାଲିଆଖି।

ଘଟଣାରୁ ପ୍ରକାଶ ଯେ ମହାତ୍ମାଗାନ୍ଧୀଙ୍କ ଶହୀଦ୍ ଦିବସକୁ ବ୍ରହ୍ମପୁରଠାରେ କୋଭିଡ଼୍ କଟକଣା ମାନି ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହା ଖଲିକୋଟ କଲେଜ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ପ୍ରାୟ ୧୫୦୦ ଲୋକଙ୍କ ପାଇଁ ଅନୁମତି ଥିବାବେଳେ ପ୍ରଶାସନ ପକ୍ଷରୁ ଏହାକୁ ଭଂଣ୍ଡୁର କରିବା ପାଇଁ କୋଭିଡ଼୍ ଟେଷ୍ଟ କରିବାକୁ ବାଧ୍ୟ କରାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଧାୟକ ରମେଶ ଜେନା ଅଭିଯୋଗ କରିଛନ୍ତି।

ପୂର୍ବରୁ ଶାସକ ଦଳର ଯେଉଁ ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ ସେତେବେଳେ କ’ଣ କୋଭିଡ଼୍ ଟେଷ୍ଟ ହୋଇଥିଲା କି ବୋଲି ସେମାନେ ପ୍ରଶ୍ନ କରିବା ସହ ସେମାନେ କ’ଣ ସାବତ ପୁଅ। ଶାସକ ଦଳର କାର୍ଯ୍ୟକ୍ରମ ପାଇଁ ଗୋଟିଏ ନିୟମ କିନ୍ତୁ କଂଗ୍ରେସ କଲେ ବେନିୟମ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ କଂଗ୍ରେସର କାର୍ଯ୍ୟକ୍ରମକୁ ଦେଖି ଶାସକ ଦଳ ଛାନିଆ ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଏବଂ ବିଜେଡ଼ି ଉପରେ ମଧ୍ୟ ତାରାପ୍ରସାଦ ବର୍ଷିଥିବା ଦେଖିବାକୁ ମିଳିଥିଲା।

ସେମାନେ କୋଭିଡ଼୍ ଗାଇଡ଼୍‌ଲାଇନ୍‌କୁ ମାନି ବୈଠକ କରିବେ କିନ୍ତୁ ଯଦି ଅନ୍ୟ କୌଣସି ଅସୁବିଧା ହେବ ସେଥିପାଇଁ ସରକାର ଦାୟୀ ରହିବେ। ପୂର୍ବରୁ ଏନେଇ କଂଗ୍ରେସ ପକ୍ଷରୁ କମିଶନର ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ହଠାତ୍ କୋଭିଡ଼୍ ଗାଇଡ଼୍‌ଲାଇନ୍ ଲାଗୁ କରିବାକୁ ନେଇ ଉଭୟ ନେତା ପ୍ରଶ୍ନ ଉଠାଇଛନ୍ତି।

ଆଜିର ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାବାହିନୀପତି ଯୋଗଦେବା ପରେ ଜିଲ୍ଲାରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଆସନ୍ତାକାଲିର କାର୍ଯ୍ୟକ୍ରମକୁ ନେଇ ବିସ୍ତାରଭାବରେ ଗଣମାଧ୍ୟମ ସମ୍ମୁଖରେ ବିବୃତ୍ତି ଦେଲାବେଳେ ସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କାରଣ କାଲିର ଏହି ସମାରୋହକୁ ଆଖି ଆଗରେ ରଖି ଏକ ବିଶାଳ ମୋଟର ସାଇକେଲ୍ ରାଲି ଯାହାକି ଅନୁମାନିକ ୫ହଜାରରୁ ଅଧିକ ମଟର ସାଇକେଲ୍ ଆରୋହୀ ଏକ ଶୋଭାଯାତ୍ରାରେ ଗୋପାଳପୁରଠାରୁ ବ୍ରହ୍ମପୁରଯାଏଁ ଆସିବାର କାର୍ଯ୍ୟକ୍ରମ ରହିଥିଲା, ଯାହାକୁ ନେଇ ଜିଲ୍ଲା ପ୍ରଶାସନକୁ ଅନୁମତି ମଗାଯାଇଥିଲା।

କିନ୍ତୁ ଶେଷ ମୁହୂର୍ତ୍ତରେ ଜିଲ୍ଲା ପ୍ରଶାସନ କରୋନା ବାହାନ ଦେଖାଇ ମାତ୍ର ୧୫୦୦ ଜଣର ଅନୁମତି ଦେବାକୁ ନେଇ ବାହିନିପତି ପ୍ରଶ୍ନ ଉଠାଇଥିଲେ। କଂଗ୍ରେସର ଏହି ରଣହୁଙ୍କାରକୁ ନେଇ ବିଜେଡ଼ି ଛାନିଆ ହେଲାଣି ବୋଲି ତାଙ୍କର ଭାବପୂର୍ଣ୍ଣ ଢ଼ଙ୍ଗୀରେ କହିଥିବା ଦେଖିବାକୁ ମିଳିଛି ଏବଂ ଆଗାମୀ ପୌରନିର୍ବାଚନ, ପଞ୍ଚାୟତ ନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ ରମେଶ ଜେନାଙ୍କ ନେତୃତ୍ୱରେ ଗଂଜାମ ଜିଲ୍ଲାରେ ଏକ ଆକସ୍ମିକ ପରିବର୍ତ୍ତନର ଆଭାସ୍ ଦେଲାଣି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିବା ଦେଖିବାକୁ ମିଳିଛି।

ସେ ଯାହାବି ହେଉ ଅନେକ ଦିନ ପରେ ଗଂଜାମ ଜିଲ୍ଲାରୁ କଂଗ୍ରେସ ଏକଦମ୍ ସୁପ୍ତ ହୋଇଯାଇଥିବାବେଳେ ରମେଶ ଜେନାଙ୍କର ଜିଲ୍ଲା ଦାୟିତ୍ୱ ଗ୍ରହଣ ପରେ କର୍ମୀମାନଙ୍କ ଗହଣରେ ଉଲ୍ଲାସ ଦେଖିବାକୁ ମିଳିଛି ଏବଂ ଆସନ୍ତାକାଲିର ଗାନ୍ଧୀ ଜୟନ୍ତୀ ଏହାର ଉଦାହରଣ ଦେଇପାରେ ବୋଲି କର୍ମୀମହଲରେ ଆଶାର ସଂଚାର ହୋଇଛି।

ତେବେ ସରକାର ଯେତେ ସାଧାରଣ ଜନତାଙ୍କ ସ୍ୱରକୁ ଦବାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ପ୍ରସ୍ଫୁଟିତ ହେବ ଏବଂ ବିନା ଦ୍ୱିଧାରେ କାଲିର ବିଶାଳ କଂଗ୍ରେସ ବୈଠକ ଅନୁଷ୍ଠିତ ହେବ ବୋଲି ଉଭୟ ନେତା ଦୃଢ଼ତାର ସହ କହିଛନ୍ତି।

କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.