ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ: ଓଡିଆ ଝିଅ ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କଲେ ମୋଦୀ

Published: Jan 31, 2021, 12:55 pm IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତରେ ଓଡିଶାର ଆଉ ଜଣେ ଝିଅଙ୍କୁ ପ୍ରଶଂସା କରିଛନ୍ତି। ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କ ପଟ୍ଟଚିତ୍ରକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ର କରିଥିବାରୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଲକଡାଉନ ସମୟରେ ବୋତଲରେ ମଧ୍ୟ ସେ ପେଣ୍ଟିଂ କରୁଥିଲେ। ଗତ କିଛି ଦିନ ହେଲା ପଟ୍ଟଚିତ୍ରକୁ ଆପଣାଇ ଯେଉଁଭଳି ନିପୁଣତା ହାସଲ କରିଛନ୍ତି, ତାହା ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାଗ୍ୟଶ୍ରୀଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଦେବା ସହ ଆଗକୁ ମଧ୍ୟ କଳା ମାଧ୍ୟମରେ ବହୁତ କିଛି ଶିଖାଯାଇପାରିବ ବୋଲି ସେ କହିଛନ୍ତି।

ଆଜିର ମନ୍ କୀ ବାତରେ ପ୍ରଧାନମନ୍ତ୍ରୀ କରୋନା ବିପକ୍ଷରେ ଭାରତର ଲଢେଇ ଉତ୍ସାହଜନକ ରହିଛି ବୋଲି କହିଥିଲେ। କରୋନା ଟିକାକରଣରେ ଭାରତ ଉଦାହରଣ ପାଲଟିଛି। ଔଷଧ ଓ ଟିକା କ୍ଷେତ୍ରରେ ଭାରତ ଏବେ ଆତ୍ମନିର୍ଭର ହୋଇପାରିଛି। ସେଥିପାଇଁ ସମଗ୍ର ବିଶ୍ଵ ଭାରତକୁ ପ୍ରଶଂସା କରିଛି। ଜାନୁଆରୀ ୨୬ ହିଂସା ଘଟଣାକୁ ନେଇ ଆଜି ମୋଦୀ ନିଜର ମନର କଥା କହିଛନ୍ତି। ତ୍ରିରଙ୍ଗାର ଅପମାନକୁ ସମଗ୍ର ଦେଶ ଦେଖିଲା। ତ୍ରିରଙ୍ଗାର ଅପମାନ ଦେଖି ସମଗ୍ର ଦେଶ ଦୁଃଖି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

Related posts