Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ବଜେଟ ପରେ ହୋଇପାରେ ବଡ ପରିବର୍ତ୍ତନ: ଜନତାଙ୍କ ଉପରେ ପଡ଼ିପାରେ ପ୍ରଭାବ
ଆଜିର ଖବର

ଆସନ୍ତାକାଲି ବଜେଟ ପରେ ହୋଇପାରେ ବଡ ପରିବର୍ତ୍ତନ: ଜନତାଙ୍କ ଉପରେ ପଡ଼ିପାରେ ପ୍ରଭାବ

January 31, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମଣ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏହାପରେ ଫେବୃୟାରୀ ୧ ତାରିଖଠାରୁ କିଛି ବଡ ପରିବର୍ତ୍ତନ ହୋଇପାରେ। ଯାହା ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିପାରେ। ଏଥିରେ କିଛି ପରିବର୍ତ୍ତନ ହେବାକୁ ଯାଉଛି, ଯେଉଁଥିରେ ସିଧା ସଳଖ ଆପଣଙ୍କ ପକେଟ ଉପରେ ପ୍ରଭାବ ପଡ଼ିବ।

ଜାଣନ୍ତୁ ଫେବୃୟାରୀ ମାସରୁ କଣ ପରିବର୍ତ୍ତନ ହେବ:

୧- ପିଏନବି ଏଟିଏମରୁ ଟଙ୍କା ଉଠାଇବା ନିୟମ-

ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକାମି ରୋକିବା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଯାଉଛି। ବ୍ୟାଙ୍କ ଅନୁଯାୟୀ ଆସନ୍ତାକାଲି ଠାରୁ ପିଏନବି ଗ୍ରାହକମାନେ ନନ-ଇଏମବି ଏଟିଏମ ମସିନରୁ ଟ୍ରାଞ୍ଜାକ୍ସନ କରି ପାରିବେ ନାହିଁ।

୨- ରୋଷେଇ ଗ୍ୟାସର ଦାମରେ ପରିବର୍ତ୍ତନ ସମ୍ଭବ-

ଦେଶରେ ତେଲ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ୧ ତାରିଖରେ ଗ୍ୟାସ ସିଲିଣ୍ଡର ଦାମର ସମୀକ୍ଷା କରନ୍ତି। ତେଣୁ ଆସନ୍ତାକାଲି ତେଲ କମ୍ପାନୀ ସିଲିଣ୍ଡର ଦାମ ବଢାଇବା ପାଇଁ ନିଷ୍ପତ୍ତି ନେଇପାରନ୍ତି।

୩- ଟ୍ରେନରେ ଇ-କ୍ୟାଟରିଙ୍ଗ ବ୍ୟବସ୍ଥା-

କରୋନା ମହାମାରୀ ଯୋଗୁଁ ଯାତ୍ରୀମାନଙ୍କୁ ଟ୍ରେନରେ ଇ-କ୍ୟାଟରିଙ୍ଗ ସୁବିଧା ମିଳୁନଥିଲା। କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏହି ବ୍ୟବସ୍ଥା ପୁନଶ୍ଚ ଚାଲୁ ହେଉଛି। ହେଲେ ବର୍ତ୍ତମାନ ଏହି ସୁବିଧା ମନୋନୀତ କେତୋଟି ନିର୍ଦ୍ଧିଷ୍ଟ ଷ୍ଟେସନରେ ମିଳିବ। ଏହା ସହିତ ରେଳବାଇ ପକ୍ଷରୁ ଫେବୃୟାରି ମାସ ଠାରୁ କେତୋଟି ରୁଟରେ ଟ୍ରେନ ଚାଲିବା ନେଇ ନିଷ୍ପତ୍ତି ହୋଇଛି।

୪- ବିମାନ ସେବା-

ବିମାନ ଯାତ୍ରୀଙ୍କ ସଂଖ୍ୟା ବଢୁଥିବାରୁ ଆଉ କିଛି ରୁଟରେ ବିମାନ ଚଳାଚଳ ହେବାକୁ ଯାଉଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ଚଳାଚଳ ନେଇ ଘୋଷଣା କରିଛି। ଏୟାର ଇଣ୍ଡିଆ ଫେବୃୟାରୀ ୨୭ ଠାରୁ ତିର୍ଚ୍ଚି ଏବଂ ସିଙ୍ଗାପୁର ଲାଗି ଦୈନିକ ଚଳାଚଳ ଆରମ୍ଭ କରିବ। ଏତଦ୍ ବ୍ୟତୀତ ଇଣ୍ଡିଗୋ ବିମାନ ଫେବୃୟାରୀ ୩ ତାରିଖରେ ରାଜା ଭୋଜ ଏୟାରପୋର୍ଟ୍ସରୁ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ପାଇଁ ଚଳାଚଳ ଆରମ୍ଭ କରିବ। ଏହି ଦୁଇ ବିମାନର ସିଟ ସଂଖ୍ୟା ୭୪ ରହିବ।

Share. Facebook Twitter LinkedIn Email WhatsApp Copy Link

Related Posts

କେଦାରନାଥ ମନ୍ଦିରରେ ରିଲ୍ ମନା: ଚାରିଧାମ ଯାତ୍ରାରେ ମୋବାଇଲ୍ ଫୋନ୍ ଉପରେ କଟକଣା

January 18, 2026

ନାରୀ ଅଦାଲତରେ ନ୍ୟାୟସଖୀ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ: ଆଇନ ମନ୍ତ୍ରୀ

January 18, 2026

ସୁମିତ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡ଼ା ମନ୍ତ୍ରୀ: ୪୮ ଘଣ୍ଟା ଦୌଡ଼ି ଅତିକ୍ରମ କରିଥିଲେ ୨୦୨ କିମି ଦୂରତା

January 18, 2026

୨୦୨୭ ରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସମୀକ୍ଷା ବୈଠକ

January 18, 2026
Latest News

କେଦାରନାଥ ମନ୍ଦିରରେ ରିଲ୍ ମନା: ଚାରିଧାମ ଯାତ୍ରାରେ ମୋବାଇଲ୍ ଫୋନ୍ ଉପରେ କଟକଣା

January 18, 2026

ନାରୀ ଅଦାଲତରେ ନ୍ୟାୟସଖୀ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ: ଆଇନ ମନ୍ତ୍ରୀ

January 18, 2026

ସୁମିତ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡ଼ା ମନ୍ତ୍ରୀ: ୪୮ ଘଣ୍ଟା ଦୌଡ଼ି ଅତିକ୍ରମ କରିଥିଲେ ୨୦୨ କିମି ଦୂରତା

January 18, 2026

୨୦୨୭ ରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସମୀକ୍ଷା ବୈଠକ

January 18, 2026

ମହାନଦୀ ଜଳ ବିବାଦ ଉପରେ ଆନ୍ତଃମନ୍ତ୍ରାଳୟ କମିଟି ବୈଠକ

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.