Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ଗଂଜାମ ଜିଲ୍ଲା ଟିମ୍‌ର ନୂତନ କର୍ମକର୍ତ୍ତା ନିର୍ବାଚିତ
ଆଜିର ଖବର

ବିଜେପି ଗଂଜାମ ଜିଲ୍ଲା ଟିମ୍‌ର ନୂତନ କର୍ମକର୍ତ୍ତା ନିର୍ବାଚିତ

February 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପ୍ରଦେଶ ସଂଗଠନ ସାଧାରଣ ସଂପାଦକ ମାନସ ମହାନ୍ତିଙ୍କ ଅନୁମୋଦନ କ୍ରମେ ଗଂଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚିତ କରିଛନ୍ତି। ଜିଲ୍ଲା ଉପସଭାପତି ରୂପେ ନିରଞ୍ଜନ ପାଣିଗ୍ରାହୀ, ମନୋଜ କୁମାର ପଟ୍ଟନାୟକ, ବିନୋଦ ଚନ୍ଦ୍ର ମିଶ୍ର, ପରେଶ ଚନ୍ଦ୍ର ରଥ, ରାମକୁମାର ପାତ୍ର, ୱାଇ. ମୋହନ ରାଓ, ରଶ୍ମୀରେଖା ମହାପାତ୍ର. ଡ. ନମିତାରାଣୀ ପଣ୍ଡା, ସାଧାରଣ ସଂପାଦକ ରୂପେ ଏନ୍‌. ରାଜେନ୍ଦ୍ର କୁମାର, ଗଙ୍ଗାଧର ଶତପଥୀ, ପ୍ରଭାତ କିରଣ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟମଣୀ ପାତ୍ର, ସଂପାଦକ ଭାବେ ସୁଶିଳା ମଲିକ ଓ ନଗ୍‌ମା, ସନ୍ତୋଷିନୀ ମହାରଣା, ଭିମସେନ ବେହେରା, ଲକ୍ଷ୍ମୀ ଚରଣ ପଣ୍ଡା, ବାଳକୃଷ୍ଣ ସାମନ୍ତରାୟ, ପ୍ରଦୀପ କୁମାର ଶତପଥୀ, କାର୍ଯ୍ୟକାରୀ ସଂପାଦକ ରୂପେ ଗୋପିନାଥ ପଣ୍ଡାଙ୍କ ନାମ ଘୋଷଣା କରିଛନ୍ତି।

ସେହିଭଳି ଯୁବମୋର୍ଚ୍ଚା ସଭାପତି ରୂପେ ଏଲ୍‌. ମୋହନ ଦାସ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରୂପେ ପ୍ରଶାନ୍ତ କୁମାର କର, କୃଷକ ମୋର୍ଚ୍ଚା ସଭାପତି ଚିନ୍ମୟାନନ୍ଦ ଦାସ ମହାରାଜ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଏସ୍‌. ରାଣୀ, ପଛୁଆବର୍ଗ ମୋର୍ଚ୍ଚା ସଭାପତି ମଦନମୋହନ ପାତ୍ର, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଧନୁ ଶବର, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରାଙ୍କ ନାମ ଘୋଷଣା କରାଯାଇଥିବାବେଳେ ମିଡ଼ିଆ ସେଲ୍ ସଂଯୋଜକ ଭାବେ ସୁନିଲ କୁମାର ସାହୁ, ଅର୍ଥନୈତିକ ସେଲ୍ ସଂଯୋଜକ ଭାବେ ଆଇନଜୀବୀ ଭୁବନେଶ୍ୱର ମିଶ୍ର, ଆଇନ ସେଲ୍‌ର ସଂଯୋଜକ ଆଇନଜୀବୀ ପ୍ରଦୀପ କୁମାର ପାଢ଼ି, ସାମାଜିକ ଗଣମାଧ୍ୟମ ସଂଯୋଜକ ଶିବ ପ୍ରସାଦ ପାତ୍ର, ସମବାୟ ସେଲ୍ ସଂଯୋଜକ ଭାବେ ରାମପ୍ରସାଦ ସାମଲ, ସୂଚନା ଅଧିକାର ସେଲ୍ ସଂଯୋଜକ ଆଇନଜୀବୀ ସୈଳେନ୍ଦ୍ର କୁମାର ମିଶ୍ର, ବୁଦ୍ଧିଜୀବୀ ସେଲ୍‌ର ସଂଯୋଜକ ପ୍ରଫେସର କେ. ସେଶଗିରି ରାଓ, କର୍ମଜୀବୀ ସେଲ୍ ସଂଯୋଜକ ଡ. ଅମୂଲ୍ୟ ଚୌଧୁରୀ, ସ୍ୱାସ୍ଥ୍ୟ ସେଲ୍ ରାଜୀବ କୁମାର ମିଶ୍ର, ବିପଣନ ସଂଯୋଜକ ଡି. କରୁଣାକର, ମତ୍ସ୍ୟଜୀବୀ ସେଲ୍ ସଂଯୋଜକ ଏସ୍‌. ରାଜା ରାଓ, ଶିକ୍ଷକ ସେଲ୍ ସଂଯୋଜକ ତ୍ରିନାଥ ମିଶ୍ରଙ୍କ ନାମ ଘୋଷଣା କରିଛନ୍ତି।

ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ କୁଂଜବିହାରୀ ପାଣିଗ୍ରାହୀ, ନନ୍ଦ କିଶୋର ସାହୁ, ଶିଶିର ପାଢ଼ି, ଭୃଗୁ ବକ୍ସିପାତ୍ର, ପିଙ୍କୁ ପ୍ରଧାନ, ସରୋଜ ସାବତ, କାହ୍ନୁଚରଣ ପତି, ମନୋରଂଜନ ଦ୍ୟାନସାମନ୍ତରାଙ୍କ ସମେତ ୯୧ ଜଣଙ୍କୁ ଜିଲ୍ଲା କାର୍ଯ୍ୟକାରିଣୀରେ ସାମିଲ କରାଯାଇଥିବା ସଭାପତି ଶ୍ରୀ ଜେନା ସୂଚନା ଦେଇଛନ୍ତି।

କର୍ମକର୍ତ୍ତା ନିର୍ବାଚିତ ଗଂଜାମ ଜିଲ୍ଲା ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026
Latest News

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.