ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ ଅଳ୍ପକେ ବଞ୍ଚିଲା ଜୀବନ: ପାଉଁଶ ହେଲା ମୋଟର ସାଇକେଲ

Published: Feb 3, 2021, 4:10 pm IST

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ସ୍ଥିତ କିଲିପାଳ ଗ୍ରାମରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ଦୋକାନ ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ।

ସୂଚନାନୁଯାୟୀ, କିଲିପାଳ ଗ୍ରାମର ଗୋଲେଖ ଦାସ ଦିର୍ଘ ତିନି ଚାରିବର୍ଷ ହେବ ମହାନଧିକୁଳ ମଠ ନିକଟରେ ଏକ ତେଜରାତି ଦୋକନ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସପରିବାର ଶୋଇଥିବା ବେଳେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ନିଆଁର ତାତିରେ ପରିବାର ଲୋକଙ୍କ ନିଦ ଭାଙ୍ଗି ଯିବାରୁ ଘର ହୁତୁହୁତୁ ହୋଇ ଜଳୁଥିବାର ଦେଖିଲେ।

କୌଣସି ମତେ ପରିବାର ଲୋକେ ନିଜର ଜୀବନ ବଞ୍ଚାଇବା ପାଇଁ କବାଟ ଭାଙ୍ଗି ଘର ବାହାରକୁ ପଳାଇଆସି ଲୋକଙ୍କୁ ଡାକପକାଇଥିଲେ। ଲୋକ ଧାଇଁଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ପ୍ରଚଣ୍ଡ ତାପକୁ ରୋକି ପାରିନଥିଲେ। ଫଳରେ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯିବା ସହିତ ତେଜରାତି ଦୋକାନର ସମସ୍ତ ଆସବାପତ୍ର , ହିରୋ ପ୍ୟାସନ୍ ମଟର ସାଇକେଲ ସହିତ ଗାଡି କାଗଜପତ୍ର , ଆଧାରକାର୍ଡ଼ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ଗୁଡିକ ଏହି ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି।

ଘରେ ଶୋଇଥିବା ବେଳେ କୌଣସି ଲୋକ ଘରେ ନିଆଁ ଲଗାଇ ଦେଇଛି ବୋଲି ଅଭିଯୋଗ ହେଉଛି। ଏନେଇ ଆଜି ସକାଳେ ନିକଟସ୍ଥ କ୍ରିଷ୍ଣାନନ୍ଦପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦନ୍ଦନ୍ତ ଆରମ୍ଭ କରିଛନ୍ତି।

Related posts