ଚିଟଫଣ୍ଡ ଠକେଇ ମାମଲା: ୭ ଜଣଙ୍କୁ ଦଣ୍ଡାଦେଶ ଦେଲେ ସ୍ଵତନ୍ତ୍ର କୋର୍ଟ

Published: Feb 4, 2021, 5:31 pm IST

ଭୁବନେଶ୍ବର: ଚିଟଫଣ୍ଡ ଠକେଇ ମାମଲାରେ ସ୍ଵତନ୍ତ୍ର କୋର୍ଟ ୭ ଜଣଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ସ୍ଵତନ୍ତ୍ର କୋର୍ଟ ୭ ଜଣଙ୍କୁ ୭ ବର୍ଷ ଲେଖାଏଁ ଦଣ୍ଡାଦେଶ ଘୋଷଣା କରିଛନ୍ତି। ୨ ଟି ଚିଟଫଣ୍ଡ ଠକେଇ ମାମଲାରେ ସେମାନଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି। ଏହା ସହିତ ପ୍ରତ୍ଯେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ହୋଇଛି।

ସିଦ୍ଧ ମହାପୁରୁଷ ମନି ସୋସାଇଟି ୨ ଟି ଠକେଇ ମାମଲାରେ ଶୁଣାଣି କରି ଆଜି ସ୍ଵତନ୍ତ୍ର କୋର୍ଟ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି। ୨ ଟି ମାମଲାରୁ ୮ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା।

Related posts