ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୨ ଜଣ କରୋନା ଆକ୍ରାନ୍ତ

Published: Feb 5, 2021, 8:17 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ କଟକରୁ ୨୫, ଖୋର୍ଦ୍ଧାରୁ ୧୭, ସୁନ୍ଦରଗଡରୁ ୧୫, ସମ୍ବଲପୁରରୁ ୯, ବରଗଡରୁ ୭, ପୁରୀରୁ ୭, ବାଲେଶ୍ବରରୁ ୬, ଜଗତସିଂହପୁରରୁ ୫, ନୂଆପଡ଼ାରୁ ୫, ଅନୁଗୁଳରୁ ୪, ଯାଜପୁରରୁ ୪, ଗଞ୍ଜାମରୁ ୩, ରାୟଗଡାରୁ ୩, ଝାରସୁଗୁଡାରୁ ୩, ରାୟଗଡ଼ାରୁ ୩, ମୟୂରଭଞ୍ଜରୁ ୨, ନୟାଗଡରୁ ୨, ବଲାଙ୍ଗୀରିରୁ ୧, ଢେଙ୍କାନାଳରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୨ ହଜାର ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୪୬୬ କୁ ବୃଦ୍ଧି ହୋଇଛି। ତେବେ ୭୭୨ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts