Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଂଜାମ ଜିଲ୍ଲା ବିଜେପି ନୂତନ ପଦାଧିକାରୀଙ୍କ ସମ୍ବର୍ଦ୍ଧନା ସଭା ସହ ମଣ୍ଡଳସ୍ତରୀୟ ନେତା ଚୟନ
ଆଜିର ଖବର

ଗଂଜାମ ଜିଲ୍ଲା ବିଜେପି ନୂତନ ପଦାଧିକାରୀଙ୍କ ସମ୍ବର୍ଦ୍ଧନା ସଭା ସହ ମଣ୍ଡଳସ୍ତରୀୟ ନେତା ଚୟନ

February 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଜେପି ଗଂଜାମ ଜିଲ୍ଲା ନୂତନ ପଦାଧିକାରୀଙ୍କ ଏକ ସମ୍ବର୍ଦ୍ଧନା ସଭା ଷ୍ଟେସନ ରୋଡ଼୍ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଗଂଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ରଙ୍କ ସହ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ମନୋରଂଜନ ଦ୍ୟାନସାମନ୍ତରାଙ୍କ ଉପସ୍ଥିତିରେ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା ହେବା ସଂଗେ ସଂଗେ ମଣ୍ଡଳ କମିଟିର ବୈଠକ, ମୋର୍ଚ୍ଚା କମିଟିର ଗଠନ ଉପରେ ସଭାପତି ଶ୍ରୀ ଜେନା ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ଜିଲ୍ଲାର ସମସ୍ତ ମଣ୍ଡଳ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଥିଲା। ତୁଳୁ ମଣ୍ଡଳ ପାଇଁ ରଜତ ପଣ୍ଡିତ, ଗୋଳନ୍ଥରା ମଣ୍ଡଳ ପାଇଁ ଗଙ୍ଗାରେ ଶତପଥୀ, ଶିଳ୍ପାଞ୍ଚଳ ମଣ୍ଡଳ ପାଇଁ ଏନ୍‌. ରାଜେନ୍ଦ୍ର କୁମାର, ନିମଖଣ୍ଡି ମଣ୍ଡଳ ପାଇଁ ରାଜେଶ ସାହୁ, ଗୋପାଳପୁର ଏନ୍‌ଏସି ମଣ୍ଡଳ ପାଇଁ ବିନୋଦ ଚନ୍ଦ୍ର ମିଶ୍ର, କମାପଲ୍ଲି ମଣ୍ଡଳ ପାଇଁ ମନୋଜ ପଟ୍ଟନାୟକ, ଗେଟ୍‌ବଜାର ମଣ୍ଡଳ ପାଇଁ ପ୍ରଦୀପ ଶତପଥୀ, ଆସିକାରୋଡ ମଣ୍ଡଳ ପାଇଁ ରାମ ପାତ୍ର, ପୁରୁଣା ବ୍ରହ୍ମପୁର ପାଇଁ ପ୍ରବୀର ପାତ୍ର, ସାନବଜାର ପାିଁ ଅହିଂସା ସାହୁ, ଗାନ୍ଧିନଗର ପାଇଁ ଶିବ ଅଧିକାରୀ, ଗୋଷାଣିନୂଆଗାଁ ପାଇଁ ପ୍ରଭାତ ଷଡ଼ଙ୍ଗୀ, ଭିକାରୀପଲ୍ଲି ମଣ୍ଡଳ ପାଇଁ ଲକ୍ଷ୍ମୀ ପଣ୍ଡା, ଟାଙ୍ଗଣାପଲ୍ଲୀ ପାଇଁ ଗାଣ୍ଡୁ ଗୌଡ଼, କଣମଣା ପାଇଁ ବସନ୍ତ ବେହେରା, ଛତ୍ରପୁର ଏନ୍‌ଏସି ପାଇଁ ଡ. ସୁବାଷ ସାହୁ, ଗଂଜାମ ଏନ୍‌ଏସି ପାଇଁ ପ୍ରଶାନ୍ତ ନାୟକ, ରମ୍ଭା ଏନ୍‌ଏସି ପାଇଁ କୀର୍ତ୍ତିନ ଦାସ, ସନ୍ତୋଷପୁର ପାଇଁ ରଶ୍ମୀରାଣୀ ମହାପାତ୍ର, ହୁମ୍ମା ପାଇଁ କାନ୍ତାରୁ ଦଳାଇ, ସୁରଳ ପାଇଁ ବାଳକୃଷ୍ଣ ସାମନ୍ତରା, ପିତାତଳୀ ମଣ୍ଡଳ ପାଇଁ ଏନ୍‌. ଡ଼ମ୍ବୁରୁ ରେଡ୍ଡୀ, ଜରଡ଼ା ପାଇଁ ଆଇ ବାଳକୃଷ୍ଣ, ପାତ୍ରପୁର ପାଇଁ ଲଳିତା ପ୍ରଧାନ, ସୁରଙ୍ଗୀ ପାଇଁ ୱାଇ. ମୋହନ ରାଓ, ନୂଆପଡ଼ା ପାଇଁ ମଧୁସୂଦନ ସାହୁ, ଚିକିଟି ଏସ୍ ନାଗଭୂଷଣ, ଦିଗପହଣ୍ଡି ଏନ୍‌ଏସି ପାଇଁ ଅନନ୍ତ ମହାନ୍ତି, ବାଲିପଡ଼ା ସୂର୍ଯ୍ୟମଣି ପାତ୍ର, ବମକୋଇ ସୁଭେନ୍ଦୁ ପାଢ଼ି, ପଦ୍ମନାଭପୁର ପରେଶ ରଥ, ଭୀଷ୍ମିଗିର ପାଇଁ ସୂର୍ଯ୍ୟନାରାୟଣ, ମହୁଡ଼ା ମଣ୍ଡଳ ପାଇଁ ଗୋବିନ୍ଦ ବିଷୋୟୀ, ଗୋକର୍ଣ୍ଣପୁର ପାଇଁ ଫକୀର ବେହେରାଙ୍କୁ ପ୍ରଭାରୀ ରୂପେ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ଜିଲ୍ଲା କାର୍ଯ୍ୟାଳୟ ପ୍ରଭାରୀ ରୂପେ ପ୍ରଭାତ ଷଡ଼ଙ୍ଗୀ ଓ ବାଳକୃଷ୍ଣ ସାମନ୍ତରାୟ, ଅଭିଯୋଗ ପ୍ରକୋଷ୍ଠ ପ୍ରଭାରୀ ରୂପେ ନିରଞ୍ଜନ ପାଣିଗ୍ରାହୀ ଓ ମନୋଜ ପଟ୍ଟନାୟକ, କାର୍ଯ୍ୟକାରୀ ପ୍ରଭାରୀ ଏନ୍‌. ରାଜେନ୍ଦ୍ର କୁମାର ଓ ଶିବ ପ୍ରସାଦ ପାତ୍ର ଏବଂ ଜିଲ୍ଲା ବୁଥ୍‌ପ୍ରଭାରୀ ରୂପେ ସରୋଜ କୁମାର ସାବତ ଓ ଗଙ୍ଗାଧର ଶତପଥୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ଗଂଜାମ ଜିଲ୍ଲା ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026
Latest News

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.