କୃଷକ ଆନ୍ଦୋଳନକୁ ନେଇ ସଚିନ ତେନ୍ଦୁଲକରଙ୍କ ଟୁଇଟ: ପ୍ରାତିକ୍ରିୟା ରଖିଲେ ଏନସିପି ସଭାପତି ଶରଦ ପାୱାର

Published: Feb 7, 2021, 1:37 pm IST

ମୁମ୍ବାଇ: କିଛି ଦିନ ପୂର୍ବେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର କୃଷକ ଆନ୍ଦୋଳନକୁ ନେଇ ଏକ ଟୁଇଟ କରିଥିଲେ। ଭାରତରେ ଚାଲିଥିବା କୃଷି ଆନ୍ଦୋଳନରେ ବେଦେଶୀ ଲୋକ ଦଖଲ ନକରିବା ପାଇଁ ସେ ତାଙ୍କର ଟୁଇଟର ଆକାଉଣ୍ଟରେ ଲେଖିଥିଲେ। ଭାରତୀୟ କେବଳ ଭାରତୀୟଙ୍କ ବିଷୟରେ ଚିନ୍ତା କରିବାକୁ ସକ୍ଷମ ଅଛନ୍ତି ବୋଲି ସଚିନ ଲେଖିଥିଲେ। ସଚିନଙ୍କ ଏହି ଟୁଇଟ ପରେ ଏବେ ରାଜନୀତି ଆରମ୍ଭ ହୋଇଯାଇଛି।

ତେବେ ଏନେଇ ସଚିନଙ୍କୁ ନିଜ କ୍ଷେତ୍ରକୁ ଛାଡି ଅନ୍ୟ ଘଟଣା ଉପରେ ଧ୍ୟାନ ନଦେବା ପାଇଁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସଭାପତି ଶରଦ ପାୱାର ପରାମର୍ଶ ଦେଇଛନ୍ତି। ସଚିନ ତେନ୍ଦୁଲକର ଏବଂ ଲତା ମଙ୍ଗେସ୍କରଙ୍କ କୃଷି ଆଇନକୁ ନେଇ ରଖିଥିବା ବୟାନ ଉପରେ ଗଣମାଧ୍ୟମରେ ଶରଦ ନିଜର ପ୍ରତିକ୍ରିୟା  ରଖିଛନ୍ତି। ସେ କହିଛନ୍ତି ଯେ, କୃଷି ଆନ୍ଦୋଳନକୁ ବଦନାମ କରିବା ପାଇଁ  ସରକାର ଦଳର କିଛି ନେତାଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଏନେଇ କୃଷି ଆନ୍ଦୋଳନକାରୀଙ୍କୁ କ୍ଷମତାଧାରୀ ନେତାମାନେ କେବେ ଆତଙ୍କବାଦୀ ତ କେବେ ଖଲିସ୍ଥାନୀ କହୁଛନ୍ତି।

Related posts