ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୬ ଜଣ କରୋନା ଆକ୍ରାନ୍ତ

Published: Feb 7, 2021, 9:23 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସମ୍ବଲପୁରରୁ ୧୮, ସୁନ୍ଦରଗଡରୁ ୯, ଅନୁଗୁଳରୁ ୮, ପୁରୀରୁ ୮, ଯାଜପୁରରୁ ୭, ନୂଆପଡ଼ାରୁ ୭, ଝାରସୁଗୁଡ଼ାରୁ ୫, ରାୟଗଡ଼ାରୁ ୫, ବାଲେଶ୍ବରରୁ ୪, କଟକରୁ ୪, ଦେବଗଡ଼ରୁ ୪, କେନ୍ଦ୍ରାପଡ଼ାରୁ ୪, ଭଦ୍ରକରୁ ୩, ବଲାଙ୍ଗୀରିରୁ ୩, ଗଞ୍ଜାମରୁ ୩, ବରଗଡରୁ ୨, ମାଲକାନାଗିରିରୁ ୨, ମୟୂରଭଞ୍ଜରୁ ୨, ସୋନପୁରରୁ ୨, ବୌଦ୍ଧରୁ ୧, ଗଜପତିରୁ ୧, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ଜଣେ ସୁସ୍ଥ ହୋଇଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୨ ହଜାର ୯୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୬୨୦ କୁ ବୃଦ୍ଧି ହୋଇଛି। ତେବେ ୭୧୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts