
ସୀତାରାମ ଅଗ୍ରୱାଲ
ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ଟାଙ୍ଗୀରୁ ନାଭାଲ ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା, ଚୋରି, ଲୁଟ ଓ ଡକାୟତି ବଢ଼ୁଥିବାର ଦେଖିବାକୁ ମିଳୁଛି। ଏନେଇ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଲୋକଙ୍କ ସହାୟତା ଉଦ୍ଦେଶ୍ୟରେ ଏକ ଜରୁରୀକାଳୀନ ନମ୍ବର ଜାରି କରିଛନ୍ତି।
ଅସୁବିଧା ସମୟରେ ଯେ କୌଣସି ବ୍ୟକ୍ତି ୮୫୯ ୬୮୬୬ ୨୩୨ ନମ୍ବରକୁ ଫୋନକରି ସୂଚନା ଦେଇପାରିବେ। ଟାଙ୍ଗୀ ଠାରୁ ନାଭାଲ ଜାତୀୟ ରାଜପଥ ମଧ୍ୟରେ ଯଦି କୌଣସି ଯାତ୍ରୀ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯଥା ଚୋରି, ଡକାୟତି ଅବା ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ତୁରନ୍ତ ଉକ୍ତ ନମ୍ବରକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଏସଡ଼ିପିଓ।
ଯୋଗାଯୋଗ କରିବା ମାତ୍ରେ ତୁରନ୍ତ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ସହଯୋଗ ପାଇଁ ପହଁଚିବ। ଏହି ନମ୍ବରଟି ଚବିଶ ଘଣ୍ଟା ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଏସଡ଼ିପିଓ ଶ୍ରୀ ବାରିକ। ତେବେ ଜାତୀୟ ରାଜପଥରେ ପୋଲିସର ତୁରନ୍ତ ସହାୟତା ପାଇଁ ଉକ୍ତ ଉପାୟ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।