Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଆନ୍ଧ୍ରର ଚାଲ ପଣ୍ଡ ହେଲା: ପ୍ରଶାସନର ହସ୍ତକ୍ଷେପ ପରେ ନାମାଙ୍କନ ପ୍ରତ୍ୟାହାର କଲେ ଦୁଇ ପ୍ରାର୍ଥୀନୀ
ଆଜିର ଖବର

ପୁଣି ଆନ୍ଧ୍ରର ଚାଲ ପଣ୍ଡ ହେଲା: ପ୍ରଶାସନର ହସ୍ତକ୍ଷେପ ପରେ ନାମାଙ୍କନ ପ୍ରତ୍ୟାହାର କଲେ ଦୁଇ ପ୍ରାର୍ଥୀନୀ

February 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଗାମୀ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ନିମନ୍ତେ ସଂଶୋଧିତ କାର୍ଯ୍ୟସୂଚୀ ଜାରି
ଆଗାମୀ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ନିମନ୍ତେ ସଂଶୋଧିତ କାର୍ଯ୍ୟସୂଚୀ ଜାରି

ଗଜପତି: ଓଡ଼ିଶାରେ ଆନ୍ଧ୍ର ଆରମ୍ଭ କରିଥିବା ପଞ୍ଚାୟତ ନିର୍ବାଚନ ପ୍ରକିୟା ଗଜପତି ପ୍ରଶାସନର କଡା ପଦକ୍ଷେପ ଯୋଗୁଁ ପରିଶେଷରେ ବିଫଳ ହେଲା। ଉକ୍ତ ତାତି କମିନଥିବା ବେଳେ ଆଜି ଆନ୍ଧ୍ରର ତହସିଲ କର୍ମଚାରୀମାନେ ସୀମା ନିର୍ଦ୍ଧାରଣ କରିବା ସକାଶେ ଆସିଥିଲେ।

ଉକ୍ତ ଖବର ଶୁଣି  ରାୟଗଡ ତହସିଲଦାର ଓ ଗାରବନ୍ଧା ପୁଲିସ  ଘଟଣା ସ୍ଥଳରେ ପହଁଚିବାରୁ ସେମାନେ ସେଠାରୁ ଚାଲି ଯାଇଥିଲେ। ଉକ୍ତ ଅଂଚଳ ଓଡ଼ିଶାର କହି ଆମେ ଭୂଲରେ ପଳେଇ ଆସିଥିଲୁ କହି ଚାଲିଯାଇଥିଲେ। ଏହିପରି ଆନ୍ଧ୍ରର ବେଆଇନ କାର୍ଯ୍ୟ ଯୋଗୁଁ ଓଡ଼ିଶାରେ ଦିନକୁ ଦିନ ସୀମା ବିବାଦ ଲାଗିରହୁଛି।

ବର୍ତ୍ତମାନ ଆନ୍ଧ୍ରରେ ହେଉଥିବା ନିର୍ବାଚନରେ ଓଡ଼ିଆର ଦୁଇ ଜଣ ପ୍ରାର୍ଥୀ ସକାଶେ ନାମାଙ୍କନ କରିଥିଲେ। ସେଥିରୁ ଗତ ଦୁଇ ଦିନ ମଧ୍ୟରେ ଜଣେ ପ୍ରାର୍ଥୀନୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ଗତକାଲି ପୁଣି ଜଣେ ପ୍ରାର୍ଥୀନୀ ତାଙ୍କର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି। ତଥାପି ଏହି ସୀମାନ୍ତ ବର୍ତ୍ତୀ ଅଞ୍ଚଳର କୌଣସି ଗ୍ରାମର ଜଣେ ହେଲେ ବ୍ୟକ୍ତି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଯେପରି ଭାଗ ନେବେ ନାହିଁ ସେଥି ପାଇଁ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ପଦସ୍ଥ ଅଧିକାରୀମାନେ ସେଠାରେ ସଜାଗ ରହିଛନ୍ତି।

ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ରାୟଗଡ ବ୍ଲକ ମହେନ୍ଦ୍ରଗିରି ପାଦଦେଶରେ ଆନ୍ଧ୍ର ସୀମାନ୍ତରେ ଥିବା ୬ ଗୋଟି ଗ୍ରାମ ଯଥା ଗଙ୍ଗାବାଡ, ମାଣିକପାଟଣା, ଅମରିଙ୍ଗି, ବୁରସିଙ୍ଗ, ଗଡୁଗୁଡି ଓ ମାଧିଆଖୋଲ ଆଦି ଗ୍ରାମ ଗୁଡିକରେ ଆନ୍ଧ୍ର ପ୍ରଶାସନ ତରଫରୁ ଶତାଧିକ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ କରି ଭୋଟ କାର୍ଡଦେବା ସହ ରାସନ କାର୍ଡ, କିଛି ଗ୍ରାମକୁ ରାସ୍ତା ନିର୍ମାଣ ଏବଂ କେତେତକଙ୍କୁ ବିଜୁଳି ସଂଯୋଗ ଆଦି ଦ୍ୱାରା ଓଡିଶାର ରାଜସ୍ୱ ଗ୍ରାମ ଗୁଡିକୁ ବେଦଖଲ କରି ଆନ୍ଧ୍ର କର୍ତ୍ତୃତ୍ୱ ଜାହିର କରିବାପାଇଁ ଗତ କିଛି ବର୍ଷ ହେଲା ଅପଚେଷ୍ଟା ଚଳାଇ ଆସିଛି।

ଏଥି ସହ ଚଳିତ ବର୍ଷ ବେଆଇନ ଭାବେ ଓଡିଶାର ଗ୍ରାମରେ ଆନ୍ଧ୍ର ପଞ୍ଚାୟତ ନିର୍ବଚନ ପ୍ରକିୟା ଓ ପ୍ର‌ଚାର ବ୍ୟାନେର, ପୋଷ୍ଟର, ପତାକା ଆଦିରେ ଆନ୍ଧ୍ର ନିର୍ବାଚନ ମାହୋଲ ସୃଷ୍ଟି କରିଥିଲା। ଏ ସମସ୍ତ ତଥ୍ୟ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ଠାରେ ପହଂଚିବା କ୍ଷଣି ବିହିତ ପଦକ୍ଷେପ ପାଇଁ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ପଦସ୍ଥ ଅଧିକାରୀ ଓ ପୋଲିସ ଟିମ୍‌କୁ ଗତ ୪ ଦିନ ତଳେ ପଠାଇଥିଲେ। ଏମାନେ ଏହି ସମସ୍ତ ଗ୍ରାମକୁ ପାଦ ଚଲାରେ ଗସ୍ତକରି ଲୋକଙ୍କ ସହ ବାରମ୍ବାର ବୈଠକ ଓ ଆଲୋଚନା ଦ୍ୱାରା ସମସ୍ତ ଗ୍ରାମର ବିଭିନ୍ନ ସମସ୍ୟାକୁ ଓଡିଶା ସରକାର ଜନହିତକର ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏଥିସହ ଆନ୍ଧ୍ରର ଏଭଳି ହୀନ ଉଦ୍ୟମ ବିରୁଦ୍ଧରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରକାଶ କରିବା ପରେ ଅଞ୍ଚଳବାସୀ ଆନ୍ଧ୍ର ନିର୍ବାଚନରେ କୌଣସି ଭାବେ ସାମିଲ ହେବୁ ନାହିଁ ବୋଲି ପ୍ରିତଶ୍ରୁତି ଦେବା ସହ ଯେଉଁମାନେ ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କୁ ଆନ୍ଧ୍ର ନିର୍ବାଚନକୁ ଓହରି ଯିବାପାଇଁ ପଦକ୍ଷେପର ନିଆଯିବାପାଇଁ ପ୍ରକାଶ କରିଥିଲେ।

ଏଥି ଅନୁଯାୟୀ ଉପଜିଲ୍ଲାପଳ ଶ୍ରୀ ପଣ୍ଡା  ସମିତି ସଭ୍ୟ ପ୍ରାର୍ଥୀନୀ ହୋଇଥିବା ୱାଇ.ଏସ୍‌.ଆର୍‌. କଂଗ୍ରେସ ପାର୍ଟି ସମର୍ଥିତ ଲକ୍ଷ୍ମୀ ଶବରଙ୍କୁ ବୁଝାଇବାପରେ ଗତକାଲି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ସେହିଭଳି ଆଜି ପୁଣି ଉପଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ଅନୁରୋଧ କ୍ରମେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନରେ ଟିଡିପି ଦଳ ସମର୍ଥିତ ପ୍ରାର୍ଥିନୀ ଦୈାପଦୀ ଶବର ଆଜି ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି।

ଆଗାମୀ ୧୩ ତାରିଖ ଦିନ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ହେବ। ତେଣୁ ଆନ୍ଧ୍ରର ଚାଲକୁ ସମ୍ପୂର୍ଣ୍ଣ ଭଣ୍ଡୁର ପାଇଁ ଏବଂ ଜଣେ ହେଲେ ଓଡିଶାବାସୀ ଆନ୍ଧ୍ର ନିର୍ବାଚନରେ  ଯେପରି ଭୋଟ ଦେବେ ନାହିଁ ସେଥି ପାଇଁ ଶ୍ରୀ ପଣ୍ଡାଙ୍କ ପ୍ରଶାସନିକ ଟିମ ସଂପୃକ୍ତ ଗ୍ରାମ ଗୁଡିକରେ ସଜାଗ ରହିଛନ୍ତି।

ନାମାଙ୍କନ ପ୍ରତ୍ୟାହାର
Share. Facebook Twitter LinkedIn Email WhatsApp Copy Link

Related Posts

ରେଳବାଇରେ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ 3,477 ପଦବୀ: NTPC ନିଯୁକ୍ତି ସୁଯୋଗ

September 28, 2026

ଷ୍ଟକ୍ ବଜାରରେ ହାହାକାର: ସେନସେକ୍ସ ୭୦୦ ପଏଣ୍ଟ ଖସିଲା, କିଛି ମିନିଟ୍‌ରେ ନିବେଶକଙ୍କ ୪.୩ ଲକ୍ଷ କୋଟି ଟଙ୍କା ସ୍ୱାହା

September 28, 2026

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026

ଏସୀୟ କ୍ରୀଡ଼ା: କ୍ରିକେଟରେ ଗୋଟିଏ ବଲ ନଖେଳି ସେମିଫାଇନାଲରେ ପ୍ରବେଶ କଲା ଭାରତ

September 28, 2026
Latest News

ରେଳବାଇରେ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ 3,477 ପଦବୀ: NTPC ନିଯୁକ୍ତି ସୁଯୋଗ

September 28, 2026

ଷ୍ଟକ୍ ବଜାରରେ ହାହାକାର: ସେନସେକ୍ସ ୭୦୦ ପଏଣ୍ଟ ଖସିଲା, କିଛି ମିନିଟ୍‌ରେ ନିବେଶକଙ୍କ ୪.୩ ଲକ୍ଷ କୋଟି ଟଙ୍କା ସ୍ୱାହା

September 28, 2026

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026

ଏସୀୟ କ୍ରୀଡ଼ା: କ୍ରିକେଟରେ ଗୋଟିଏ ବଲ ନଖେଳି ସେମିଫାଇନାଲରେ ପ୍ରବେଶ କଲା ଭାରତ

September 28, 2026

ସୋଲୋ ଟ୍ରାଭେଲ୍ ପୂର୍ବରୁ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.