
ବଲାଙ୍ଗୀର: ଭିଜିଲାନ୍ସ ପକ୍ଷରୁ ବଲାଙ୍ଗୀର ବନ ବିଭାଗର ଡେପୁଟି ରେଞ୍ଜରଙ୍କ ଘରେ ଚଢାଉ କରାଯାଉଛି। ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି।
ବଲାଙ୍ଗିର ସାଗରପଡା ବାସଭବନ, ଇନ୍ଦିରାନଗର, ଗୁପ୍ତେଶ୍ବର ନଗର, ରେଞ୍ଜ କାର୍ୟ୍ୟାଳୟ ସମେତ ସୋନପୁର ମଝିପଡା ପେତୃକ ବାସଭବନରେ ଚଢାଉ କରାଯାଉଛି।