କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୧୨ ହଜାର ୯୨୩ ଆକ୍ରାନ୍ତ ଚିହ୍ନଟ

Published: Feb 11, 2021, 10:20 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୯୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୦୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୭୧ ହଜାର ୨୯୪ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୩୬୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୭୩ ହଜାର ୩୭୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୪୨ ହଜାର ୫୬୨  ଆକ୍ଟିଭ୍‌ କେସ୍ ରହିଛି।

Related posts