ପରିବର୍ତ୍ତନ ଆଣିବାର ସମୟ ଆସିଛି – ଶିବରାଜ ସିଂହ ଚୌହ୍ବାନ

Published: Apr 2, 2019, 8:29 pm IST

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ପ୍ରାୟ ସମସ୍ତ ରାଜନୈତିକ ଦଳମାନଙ୍କର ମାରାଥନ୍‌ ପ୍ରଚାର ଚାଲିଛି। ଏହି କ୍ରମରେ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭବାନୀପାଟଣା ଗସ୍ତ ପରେ ଆଜି ତିର୍ତ୍ତୋଲର ରେଢୁଆ ହାଟ ପଡ଼ିଆ ଓ ରାହାମା ହାଟ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସେ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାର ଉପରେ ହମଲା କରିଛନ୍ତି। ପରିବର୍ତ୍ତନ ଆଣିବାର ସମୟ ଆସିଛି। ବିଜେପିକୁ ସୁଯୋଗ ଦେବାକୁ ସେ ଜନତାଙ୍କୁ ଅପିଲ କରିଛନ୍ତି। ଶିବରାଜ କହିଛନ୍ତି ଯେ, ବିଜେଡି ଶାସନରେ ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ପରିପୂର୍ଣ୍ଣ ହୋଇଛି। ମହିଳାଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି। ତେଣୁ ଏହି ବିଜେଡି ସରକାରକୁ ହଟାଇ ବିଜେପିକୁ ରାଜ୍ୟରେ କ୍ଷମତାକୁ ଆଣିବାକୁ ସମୟ ଆସିଯାଇଛି। ଦୀର୍ଘ ବର୍ଷ ଶାସନରେ ରହିବା ପରେ ବି ରାଜ୍ୟରେ ଚାଷୀଙ୍କ ଅବସ୍ଥାରେ ସୁଧାର ଆସିନାହିଁ। ଏବେ ଭୋଟ୍ ବ୍ୟାଙ୍କ ହାତେଇବା ପାଇଁ ଏବଂ ନିଶ୍ଚିତ ପରାଜୟ ଭୟରେ ସରକାର କାଳିଆ ଯୋଜନା ପ୍ରଚଳନ କରିଛନ୍ତି।  ସେହିପରି କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ଶିବରାଜ ସିଂହ ଚୌହ୍ବାନ।

Related posts