ନୂଆଦିଲ୍ଲୀ, ସିଏନଜି କାର ଏବଂ ଅଟୋ ପରେ ବର୍ତ୍ତମାନ ବାହାରିଲା ଟ୍ରାକ୍ଟର। ସିଏନଜି ଇନ୍ଧନ ଦ୍ବାରା ବର୍ତ୍ତମାନ ଟ୍ରାକ୍ଟର ଚାଲିବ। ଭାରତର ପ୍ରଥମ ସିଏନଜି ଟ୍ରାକ୍ଟରକୁ ଭୂପୃଷ୍ଟ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହାକୁ ଉଦଘାଟନ କରିଛନ୍ତି। ଏଥିସହିତ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଏବଂ ମନ୍ତ୍ରୀ ଭି.କେ ସିଂ ମଧ୍ୟ ଉପସ୍ଥିତ ଥିଲେ।
ଏହି ସିଏନଜି ଟ୍ରାକ୍ଟର ଦ୍ବାରା ଚାଷୀମାନେ ବର୍ତ୍ତମାନ ଇନ୍ଧନ ବାବଦକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ। ଗୋଟିଏ ବର୍ଷରେ ଚାଷୀମାନେ ଇନ୍ଧନ ବାବଦକୁ ପ୍ରାୟ ଲକ୍ଷେ ଟଙ୍କା ବଞ୍ଚାଇପାରିବେ ବୋଲି ଗଡକରୀ କହିଛନ୍ତି। ଖୁବ ଶିଘ୍ର ଏହାକୁ ପର୍ଯ୍ୟାପ୍ତ ପରିମାଣର ବଜାରେ ଉପଲବ୍ଧ କରାଇବାକୁ ନିଷ୍ପତି କରାଯାଇଛି।