ବିହାରର ସ୍ୱତନ୍ତ୍ର ଟିମ୍‌ର ବ୍ରହ୍ମପୁର ଆଇଟିଆଇ ପରିଦର୍ଶନ

Published: Feb 13, 2021, 6:00 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସରକାରୀ ଆଇଟିଆଇକୁ ବିହାର ରାଜ୍ୟର ନିଯୁକ୍ତି ଏବଂ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ ଆଇଏଏସ୍ ରଂଜିତା ଏବଂ ରାଜ୍ୟର ୧୧ଟି ବିଭିନ୍ନ ଆଇଟିଆଇର ପ୍ରିନସପାଲ୍‌ମାନେ ପରିଦର୍ଶନରେ ଆସିଥିଲେ। ବ୍ରହ୍ମପୁର ଆଇଟିଆଇର ବିଭିନ୍ନ ଟ୍ରେଡ଼୍‌, ସ୍କାର୍ପ ମ୍ୟୁଜିୟମ, ସ୍କାର୍ପ ପାର୍କ, କୋଭିଡ଼୍ ଇନୋଭେସନ ସେଣ୍ଟର ଇତ୍ୟାଦି ବୁଲି ଦେଖିବା ସହ ଏଠାକାର କାର୍ଯ୍ୟଦକ୍ଷତା ଦେଖି ଉଚ୍ଚ ପ୍ରଶଂସା କରିଥିଲେ।

ଏଭଳି କାର୍ଯ୍ୟ ଯୋଗୁଁ ବ୍ରହ୍ମପୁର ଆଇଟିଆଇ ସାରା ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ସେମାନେ କହିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସେମାନଙ୍କୁ ବ୍ରହ୍ମପୁର ଆଇଟିଆଇର ଏକ ଛୋଟ ପ୍ରେଜେଣ୍ଟେସନ ମଧ୍ୟ କରାଇଥିଲେ।

Related posts