
ଲକ୍ଷ୍ନୌ: କାରରେ ବାଲାଜି ଦର୍ଶନ କରିବାକୁ ଯାଉଥିବା ସମସ୍ତ ୬ ଜଣ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ରାଜପଥରେ ଏଭଳି ଏକ ଦୁଃଖଦ ଘଟଣା ଘାଟିଯାଇଛି। ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, ଯୁବକଙ୍କ ମୃତ ଦେହକୁ କାଢିବା ପାଇଁ କାରକୁ କାଟିବାକୁ ପଡିଥିଲା।
ସୂଚନା ଅନୁଯାୟୀ, ୬ ଜଣ ସାଙ୍ଗ ବାଲାଜି ଦର୍ଶନ କରିବା ଲାଗି ଇକୋ ସ୍ପୋର୍ଟ୍ସ କାରରେ ଯାଉଥିଲେ। ରାତି ପାଖାପାଖି ୧ ଟା ସମୟରେ ଗାଡି ଚଲାଉଥିବା ଯୁବକକୁ ନିଦ ଲାଗିଯାଇଥିବାରୁ ରାସ୍ତାରେ ଥିବା ଏକ ଟ୍ରକ ଭିତରେ ପଶିଯାଇଥିଲା। ଗାଡିର ଗତି ବହୁତ ଦ୍ରୁତ ଥିବାରୁ କାରର ଉପରି ଭାଗ ଛାତ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଭୀଷଣ ଦୁର୍ଘଟଣାରେ ପ୍ରମୋଦ ଯାଦବ, ସତ୍ୟଭାନ, ମୋହିତ ପାଲ, ଶୋନୁ ଯାଦବ, ଜ୍ଞାନେନ୍ଦ୍ର ନାମଙ୍କ ୬ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।