ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୦ ଜଣ କରୋନା ଆକ୍ରାନ୍ତ

Published: Feb 13, 2021, 8:36 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୨୬, ଅନୁଗୁଳରୁ ୯, ଖୋର୍ଦ୍ଧାରୁ ୯, ପୁରୀରୁ ୮, କଟକରୁ ୬, ଯାଜପୁରରୁ ୬, ସମ୍ବଲପୁରରୁ ୬, ବଲାଙ୍ଗୀରିରୁ ୫, ମୟୂରଭଞ୍ଜରୁ ୪, ଦେବଗଡ଼ରୁ ୩, ଗଜପତିରୁ ୩, ଝାରସୁଗୁଡ଼ାରୁ ୩, ବରଗଡରୁ ୨, ଢେଙ୍କାନାଳରୁ ୨, କେନ୍ଦୁଝରରୁ ୨, ରାୟଗଡ଼ାରୁ ୨, ନୂଆପଡ଼ାରୁ ୧ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୪୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୦୧ କୁ ବୃଦ୍ଧି ହୋଇଛି। ତେବେ ୬୮୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts