ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର: କ୍ଷମା ମାଗିଲେ ଡାକ୍ତର

Published: Feb 14, 2021, 12:02 pm IST
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦିଗପହଣ୍ଡି ମେଡିକାଲ ପରିସରରେ ଜଣେ ସାମ୍ବାଦିକଙ୍କ ବାଇକରୁ ପମ୍ପ ଛାଡ଼ିବା ଡାକ୍ତରଙ୍କୁ ମହଙ୍ଗା ପଡିଥିଲା। ଶେଷରେ ସର୍ବ ସମୁଖରେ ଡାକ୍ତର ଜଣକ କ୍ଷମା ମାଗିଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ ସକାଳ ୯ ଟା ସମୟରେ ବ୍ରହ୍ମପୁରର ବାସିନ୍ଦା ସୀମାଞ୍ଚଳ ଚୌଧୁରୀ ନିଜ ବାଇକ ଯୋଗେ ଘୋଡାହାଡ଼ ଡ୍ୟାମ ଅଭିମୁଖେ ଯାଉଥିଲେ। ପେଣ୍ଡୁରାବାଡ଼ି ଛକ ନିକଟରେ ଏକ ଘୁଷୁରୀ ହଟାତ ତାଙ୍କ ବାଇକ ସାମ୍ନାକୁ ଆସିଯିବାରୁ ଭାରସାମ୍ୟ ହରାଇ ତାଙ୍କର ଦୁର୍ଘଟଣା ଘଟିଥିଲା। ସେ ରାସ୍ତା ଉପରେ ପଡିଯାଇଥିଲେ। ସେହି ସମୟରେ ସ୍ଥାନୀୟ ଏକ ଖବର କାଗଜର ସାମ୍ବାଦିକ ଅଶେଷ ନାଥ ମିଶ୍ର ଖବର ସଂଗ୍ରହ କରିବାକୁ ଯାଉଥିଲେ। ଅଶେଷ ସେହି ଆହତ ବ୍ୟକ୍ତିଙ୍କୁ ସହାୟତା କରିଥିଲେ।
ହେଲେ ନିଜ ବାଇକକୁ ଦିଗପହଣ୍ଡି ମେଡିକାଲରେ ପାର୍କିଂ କରି ଆହତଙ୍କ ନିକଟକୁ ଯାଇ ଫେରିଲା ବେଳକୁ ସ୍ଥାନୀୟ ମେଡିକାଲର ଜଣେ କାର୍ଯ୍ୟରତ ଡାକ୍ତର ତାଙ୍କ ବାଇକରୁ ପମ୍ପ ଖୋଲି ଦେଇଥିଲେ। ଏଭଳି କାର୍ଯ୍ୟକୁ ଦେଖି ସେ ପ୍ରତିବାଦ କରିବା ସହ ମେଡିକାଲ ପରିସରରେ ଧାରଣାରେ ବସିଥିଲେ। ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ପହଞ୍ଚି ତାଙ୍କୁ ବୁଝାସୁଝା କରିବା ସହ ଶେଷରେ ଡାକ୍ତର ଜଣଙ୍କ ଆସି ତାଙ୍କୁ କ୍ଷମା ମାଗିଥିଲେ।

Related posts