ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ପୁଣିଥରେ ବିବାଦୀୟ ବୟାନ ଦେଲେ ମାୟାବତୀ

Published: Apr 3, 2019, 2:21 pm IST
again mayawati in controversial statement

ବିଏସପିର ନିର୍ବାଚନୀ ଚିହ୍ନ ହାତୀ ଏବଂ ନିଜ ପ୍ରତିମୂର୍ତ୍ତି  ସ୍ଥାପନାକୁ ନେଇ ବିବାଦ ଘେରରେ ଥିବା ବିଏସ୍‌ପି ସୁପ୍ରିମୋ ମାୟାବତୀ ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ଏହି ମାମଲାକୁ ନେଇ ତାଙ୍କୁ ସୁପ୍ରିମକୋର୍ଟର ସାମ୍ନା କରିବାକୁ ପଡିଥିଲା । ତେବେ ସେ ସୁପ୍ରିମକୋର୍ଟରେ ମଧ୍ୟ ନିଜର ଗର୍ବ ଦେଖାଇଛନ୍ତି । ମାୟାବତୀ କହିଛନ୍ତି କି, ଯଦି ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୂର୍ତ୍ତି ଲାଗି ପାରିବ ତେବେ ତାଙ୍କର ପ୍ରତିମୂର୍ତ୍ତି କଣ ପାଇଁ ନୁହେଁ ବୋଲି ଯୁକ୍ତି ବାଢିଛନ୍ତି । ଅଯୋଧ୍ୟାରେ ପ୍ରସ୍ତାବିତ ଭଗବାନ ରାମଙ୍କର ୨୨୧ ମିଟର ପ୍ରତିମୂର୍ତ୍ତି ଉପରେ କଣ ପାଇଁ କୌଣସି ବିରୋଧ କରାଯାଉ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ସୁପ୍ରିମକୋର୍ଟକୁ ସ୍ପଷ୍ଟୀକରଣ କରିବା ସମୟରେ ମାୟାବତୀ କହିଛନ୍ତି, ଦେଶରେ ପ୍ରତିମୂର୍ତ୍ତି ଲଗାଇବାର ପରମ୍ପରା ରହିଛି । ଭାରତରେ ସ୍ମାରକୀ ନିର୍ମାଣ କରିବା ଏବଂ ମୂର୍ତ୍ତି ଲଗାଇବା କୌଣସି ନୂଆ କଥା ନୁହେଁ । କଂଗ୍ରେସ ଶାସନ କାଳରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଶରେ ସରକାରୀ ଖଜାନାରୁ ଜବାହାର ଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ନରସିଂହା ରାଓଙ୍କ ପ୍ରତିମୂର୍ତ୍ତି ଲଗାଇଥିଲେ । କିନ୍ତୁ ଏହି ମୂର୍ତ୍ତି ବିରୋଧରେ କୌଣସି ପ୍ରଶ୍ନ ଉଠୁନାହିଁ ।  ୨୦୧୮ ମସିହାରେ ଗୁଜୁରାଟ ସରକାରଙ୍କ ଦ୍ୱାରା ୩ହଜାର କୋଟି ଟଙ୍କା ବିନିମୟରେ ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପିତ ତଥା ପ୍ରସ୍ତାବିତ ମୁମ୍ବାଇରେ ଶିବାଜୀ ମହାରାଜାଙ୍କ ମୂର୍ତ୍ତି ବିଷୟରେ ମଧ୍ୟ ମାୟାବତୀ ଅବତାରଣା କରାଇଛନ୍ତି । ସେହିପରି ପ୍ରସ୍ତାବିତ ପ୍ରତିମୂର୍ତ୍ତି ନିର୍ମାଣ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ମାୟାବତୀ  । ସୁପ୍ରିମ୍‌କୋର୍ଟ ଏକ ଅଧିବକ୍ତା ଦ୍ବାରା ୨୦୦୯ ମସିହାର ଏକ ଯାଚିକାର ଶୁଣାଣୀ କରିଥିଲେ । ଏହି ଯାଚିକାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀତ୍ବ କାଳରେ ମାୟାବତୀ ନିଜର ଦଳର ପ୍ରଚାର ଚିହ୍ନ ହାତୀ ତଥା ମୂର୍ତ୍ତି ନିର୍ମାଣେର ୨୦୦୮-୦୯ ଓ ୨୦୦୯-୧୦ ର ରାଜ୍ୟ ବଜେଟ୍‌ରୁ ପାଖାପାଖି ଦୁଇହଜାର କୋଟିର ବିନିଯୋଗ କରିଥିଲେ ।  ତେବେ ଏହି ପ୍ରତିମୂର୍ତ୍ତି ନିର୍ମାଣକୁ ନେଇ ସେ ତାଙ୍କ ସମାଜ ସୁଧାରକର ମୂଳ ଆଦର୍ଶର ପ୍ରଚାର ପ୍ରସାର ପାଇଁ କରିଥିବାର କହିଛନ୍ତି । ପୁନଶ୍ଚ ସେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସାରା ଜୀବନ କାମ କରିବା ସହିତ ଅବିବାହିତ ରହି ସେବା କରିବାର ନିଷ୍ପତ୍ତି ନେଇ ଜୀବନ ଉତ୍ସର୍ଗ କରୁଛନ୍ତି ବୋଲି ମାୟାବତୀ କହିଛନ୍ତି ।

Related posts