Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ପୁଣିଥରେ ବିବାଦୀୟ ବୟାନ ଦେଲେ ମାୟାବତୀ
ଆଜିର ଖବର

ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ପୁଣିଥରେ ବିବାଦୀୟ ବୟାନ ଦେଲେ ମାୟାବତୀ

April 3, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
again mayawati in controversial statement
again mayawati in controversial statement

ବିଏସପିର ନିର୍ବାଚନୀ ଚିହ୍ନ ହାତୀ ଏବଂ ନିଜ ପ୍ରତିମୂର୍ତ୍ତି  ସ୍ଥାପନାକୁ ନେଇ ବିବାଦ ଘେରରେ ଥିବା ବିଏସ୍‌ପି ସୁପ୍ରିମୋ ମାୟାବତୀ ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ଏହି ମାମଲାକୁ ନେଇ ତାଙ୍କୁ ସୁପ୍ରିମକୋର୍ଟର ସାମ୍ନା କରିବାକୁ ପଡିଥିଲା । ତେବେ ସେ ସୁପ୍ରିମକୋର୍ଟରେ ମଧ୍ୟ ନିଜର ଗର୍ବ ଦେଖାଇଛନ୍ତି । ମାୟାବତୀ କହିଛନ୍ତି କି, ଯଦି ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୂର୍ତ୍ତି ଲାଗି ପାରିବ ତେବେ ତାଙ୍କର ପ୍ରତିମୂର୍ତ୍ତି କଣ ପାଇଁ ନୁହେଁ ବୋଲି ଯୁକ୍ତି ବାଢିଛନ୍ତି । ଅଯୋଧ୍ୟାରେ ପ୍ରସ୍ତାବିତ ଭଗବାନ ରାମଙ୍କର ୨୨୧ ମିଟର ପ୍ରତିମୂର୍ତ୍ତି ଉପରେ କଣ ପାଇଁ କୌଣସି ବିରୋଧ କରାଯାଉ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ସୁପ୍ରିମକୋର୍ଟକୁ ସ୍ପଷ୍ଟୀକରଣ କରିବା ସମୟରେ ମାୟାବତୀ କହିଛନ୍ତି, ଦେଶରେ ପ୍ରତିମୂର୍ତ୍ତି ଲଗାଇବାର ପରମ୍ପରା ରହିଛି । ଭାରତରେ ସ୍ମାରକୀ ନିର୍ମାଣ କରିବା ଏବଂ ମୂର୍ତ୍ତି ଲଗାଇବା କୌଣସି ନୂଆ କଥା ନୁହେଁ । କଂଗ୍ରେସ ଶାସନ କାଳରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଶରେ ସରକାରୀ ଖଜାନାରୁ ଜବାହାର ଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ନରସିଂହା ରାଓଙ୍କ ପ୍ରତିମୂର୍ତ୍ତି ଲଗାଇଥିଲେ । କିନ୍ତୁ ଏହି ମୂର୍ତ୍ତି ବିରୋଧରେ କୌଣସି ପ୍ରଶ୍ନ ଉଠୁନାହିଁ ।  ୨୦୧୮ ମସିହାରେ ଗୁଜୁରାଟ ସରକାରଙ୍କ ଦ୍ୱାରା ୩ହଜାର କୋଟି ଟଙ୍କା ବିନିମୟରେ ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପିତ ତଥା ପ୍ରସ୍ତାବିତ ମୁମ୍ବାଇରେ ଶିବାଜୀ ମହାରାଜାଙ୍କ ମୂର୍ତ୍ତି ବିଷୟରେ ମଧ୍ୟ ମାୟାବତୀ ଅବତାରଣା କରାଇଛନ୍ତି । ସେହିପରି ପ୍ରସ୍ତାବିତ ପ୍ରତିମୂର୍ତ୍ତି ନିର୍ମାଣ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ମାୟାବତୀ  । ସୁପ୍ରିମ୍‌କୋର୍ଟ ଏକ ଅଧିବକ୍ତା ଦ୍ବାରା ୨୦୦୯ ମସିହାର ଏକ ଯାଚିକାର ଶୁଣାଣୀ କରିଥିଲେ । ଏହି ଯାଚିକାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀତ୍ବ କାଳରେ ମାୟାବତୀ ନିଜର ଦଳର ପ୍ରଚାର ଚିହ୍ନ ହାତୀ ତଥା ମୂର୍ତ୍ତି ନିର୍ମାଣେର ୨୦୦୮-୦୯ ଓ ୨୦୦୯-୧୦ ର ରାଜ୍ୟ ବଜେଟ୍‌ରୁ ପାଖାପାଖି ଦୁଇହଜାର କୋଟିର ବିନିଯୋଗ କରିଥିଲେ ।  ତେବେ ଏହି ପ୍ରତିମୂର୍ତ୍ତି ନିର୍ମାଣକୁ ନେଇ ସେ ତାଙ୍କ ସମାଜ ସୁଧାରକର ମୂଳ ଆଦର୍ଶର ପ୍ରଚାର ପ୍ରସାର ପାଇଁ କରିଥିବାର କହିଛନ୍ତି । ପୁନଶ୍ଚ ସେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସାରା ଜୀବନ କାମ କରିବା ସହିତ ଅବିବାହିତ ରହି ସେବା କରିବାର ନିଷ୍ପତ୍ତି ନେଇ ଜୀବନ ଉତ୍ସର୍ଗ କରୁଛନ୍ତି ବୋଲି ମାୟାବତୀ କହିଛନ୍ତି ।

mayawati the samikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026
Latest News

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.