
ଭୁବନେଶ୍ୱର: ରାଉରକେଲା ବିମାନ ଘାଟିରୁ ଶୀଘ୍ର ବିମାନ ଉଡିବ। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଉଷା ପାଢୀ ଏନେଇ ସୂଚନା ଦେଇଛନ୍ତି। ଉଷା ପାଢ଼ୀଙ୍କ ଟ୍ବିଟ୍ ପରେ ରାଉରକେଲା ବିମାନ ଘାଟିରୁ ବିମାନ ଉଡିବା ଏକ ପ୍ରକାର ସୁନିଶ୍ଚିତ ହୋଇଛି। ତେବେ ଦେଢ ବର୍ଷ ଭିତରେ ବିମାନ ବନ୍ଦର କାମ ସମ୍ପୂର୍ଣ କରାଯିବ ବୋଲି ଉଷା ପାଢୀ କହିଛନ୍ତି। ରନୱେର ସଂପ୍ରସାରଣ ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯିବ।
ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ୨୦ ତାରିଖରେ ଏୟାର ଅଥରିଟି ଅଫ୍ ଇଣ୍ଡିଆର ସ୍ବତନ୍ତ୍ର ଟିମ୍ ସହ ଦୁଇଟି ଘରୋଇ ବିମାନ କମ୍ପାନୀର ବରିଷ୍ଠ ଅଧିକାରୀ ରାଉରକେଲା ବିମାନ ବନ୍ଦରକୁ ଆସି ସ୍ଥିତିର ଅନୁଧ୍ୟାନ କରିଥିଲେ।