Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ଲକ୍ଷ୍ମୀ ବସରେ’ କ୍ୟାସଲେସ୍ ଯାତ୍ରା ପାଇଁ ‘ୟୁପିଆଇ କ୍ୟୁଆର କୋଡ୍’ର ଶୁଭାରମ୍ଭ

ଭୁବନେଶ୍ୱର: “ଲକ୍ଷ୍ମୀ” ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ ସ୍କାନ କରି ଟଙ୍କା ଦେଇପାରିବେ।

ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଓଏସ୍ଆରଟିସିର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଓଡ଼ିଶା ସରକାରଙ୍କ ‘୫-ଟି’ ଉପକ୍ରମ ଆଧାରରେ ବିକଶିତ ଏହି କ୍ୟୁଆର କୋଡର ବ୍ୟବହାର ଯାତ୍ରୀମାନଙ୍କ ଯାତାୟତକୁ ସୁଗମ କରିବ ବୋଲି ପ୍ରକାଶ କରିଥିଲେ। ଏଥିରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଇଥିବା ସଂପର୍କରେ ଆଲୋକପାତ କରି ସେ ‘ଲକ୍ଷ୍ମୀ ବସ’ରେ କ୍ୟୁଆର କୋଡର ସୁବିଧା କିପରି ଯାତ୍ରୀ ପରିବହନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ, ସେ ସଂପର୍କରେ ଆଲୋଚନା କରିଥିଲେ।

ଓଏସଆରଟିସିରମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦିପ୍ତେଶ ପଟ୍ଟନାୟକ କହିଛନ୍ତି, “ଏହି ବୈଷୟିକ ପ୍ରଗତିକୁ ନେଇ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ। ‘ଲକ୍ଷ୍ମୀ କ୍ୟୁଆର କୋଡ’ର ଶୁଭାରମ୍ଭ ସାର୍ବଜନୀନ ପରିବହନ ସେବା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଉଛି”। ଜନସାଧାରଣଙ୍କୁ ସହଜ ଯାତ୍ରା ଅନୁଭୂତି ପାଇଁ ଡିଜିଟାଲ୍ ସମାଧାନ ପଦ୍ଧତି ଗ୍ରହଣ ସହ ଏହା ଓଡ଼ିଶା ସରକାରଙ୍କ ୫- ଟି ରୂପାନ୍ତରଣ ଉପକ୍ରମ ସହିତ ସମ୍ପୂର୍ଣ୍ଣ ଭାବେ ଯୋଡିହୋଇଛି ବୋଲି ସେ ପ୍ରକାଶ କରିଥିଲେ।

ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ଏହି ଅଭିନବ ପ୍ରୟାସ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, “ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ ଏଚଡିଏଫସି ମଧ୍ୟରେ ଭାଗିଦାରିତା ଏହି ପେମେଣ୍ଟ ପଦ୍ଧତିକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।ଲକ୍ଷ୍ମୀ କ୍ୟୁଆର କୋଡ୍ ସାହାଯ୍ୟରେ ଲୋକମାନଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରାଯାଇଛି ଏବଂ ଏହାଦ୍ୱାରା ଯାତାୟତ ଆହୁରି ସରଳ ହେବ।”

ପ୍ରକାଶ ଥାଉକି, ସହଜ ବ୍ୟବହାର ଯୋଗ୍ୟ(ୟୁଜର ଫ୍ରେଣ୍ଡଲି) ‘ଲକ୍ଷ୍ମୀ’ କ୍ୟୁଆର୍ କୋଡ୍ ଉପଭୋକ୍ତାମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଦକ୍ଷ ଦେୟ ବିକଳ୍ପ ହୋଇଥିବା ବେଳେ ଏବା କାରବାର ସମୟ ହ୍ରାସ କରେ ଏବଂ ଯାତ୍ରୀଙ୍କ ନିରାପତ୍ତା ବୃଦ୍ଧି କରେ। କାର୍ଯ୍ୟକ୍ରମ ପରିଶେଷରେ ଓଏସ୍ଆରଟିସିର ସାଧାରଣ ସମ୍ପାକକ ଶ୍ରୀ ବିଶିକେଷନ ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଆରମ୍ଭ ହେଲା ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ରାଜ୍ୟରେ ଆରମ୍ଭ ହୋଇଛି ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା। ଏହି ଯୋଜନାରେ ନୌଯାତ୍ରୀଙ୍କର ସୁରକ୍ଷିତ ଭାବେ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯିବ। ଏ ନେଇ ଆଜି ବାଲୁଗାଁ ନିକଟସ୍ଥ ବଡକୂଳଠାରେ ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ଏଥିସହିତ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ ମଧ୍ୟ ଯୋଗ ଦେଇଛନ୍ତି।

ବଡକୂଳ ପାନ୍ଥ ନିବାସଠାରେ ମନ୍ତ୍ରୀ ନୌଯାତ୍ରା ସୁରକ୍ଷା ଉପକରଣ ବଣ୍ଟନ କରି ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ଯାତ୍ରୀମାନଙ୍କୁ ମାଗଣା ସୁରକ୍ଷା ଉପକରଣ ଯୋଗାଇ ଦିଆଯିବ। ଲାଇକ ଜ୍ୟାକେଟ, ଲାଇଫବଏ ଏବଂ ଅଗ୍ନିନିରୋଧ ଉପକରଣ ଦିଆଯିବ। ଏହା ନୌଯାତ୍ରୀ, ନୌକା ମାଲିକ, ଘରୋଇ ନୌକା ଚାଳକ ଏବଂ ଲଞ୍ଚ ଚାଳକଙ୍କୁ ପ୍ରଦାନ କରାଯାଇ ସୁରକ୍ଷିତ ଯାତ୍ରାକୁ ନିଶ୍ଚିତ କରାଯିବ।

ଆଜିର ଉଦଘାଟନୀ ସମାରୋହରେ ୨୭୬ ଟି ନୌକା ସୁରକ୍ଷା ଉପକରଣ ମନ୍ତ୍ରୀ ଟୁକୁନି ସାହୁ ବଣ୍ଟନ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ୭ ହଜାର ଲାଇଫବଏ, ୩୫ ହଜାର ଲାଇଫ ଜ୍ୟାକେଟ, ୧୫୯୫ ଟି ଅଗ୍ନିନିରୋଧ ଉପକରଣ ପ୍ରଦାନ କରାଯିବ। ଏ ସବୁ ନୌକା ମାଲିକଙ୍କୁ ପଯ୍ୟାୟ କ୍ରମେ ପ୍ରଦାନ କରାଯିବ।

ଏହି ସମାରୋହରେ ପରିବହନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ବେହେରା, ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟରିୟା ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ, ଡେପୁଟେସନରୁ ଫେରିଲେ ଉଷା ପାଢୀ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଉଷା ପାଢୀଙ୍କୁ ମିଳିଛି ନୂଆ ଦାୟିତ୍ବ। ସେହିପରି ଅନ୍ୟ ଦୁଇ ବରିଷ୍ଠ ଆଇଏଏସ ବିଷ୍ଣୁ ସେଠୀ ଏବଂ ହେମନ୍ତ ଶର୍ମାଙ୍କ ଦାୟିତ୍ବକୁ ହାଲକା କରାଯାଇଛି।

ବର୍ତ୍ତମାନ ବରିଷ୍ଠ ଆଇଏଏ, ଉଷା ପାଢୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବରେ ରହିବେ।

ବରିଷ୍ଠ ଆଇଏଏସ ହେମନ୍ତ ଶର୍ମାଙ୍କ ବିଭାଗକୁ ହାଲକା କରାଯାଇଛି। ସେ ବର୍ତ୍ତମାନ କେବଳ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ରହିବେ। ଏଥିସହିତ ପୂର୍ବ ପରି ସେ ଇପିକଲ ଏବଂ ଇଡକୋର ଅଧ୍ୟକ୍ଷ ଭାବେ ଦାୟିତ୍ବରେ ରହିବେ। ସେହିପରି ବରିଷ୍ଠ ଆଇଏଏ, ବିଷ୍ଣୁପଦ ସେଠୀ କେବଳ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ରହିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୋରାପୁଟ ଜୟପୁରକୁ ବିମାନ ଉଡିବା ପାଇଁ ମିଳିଲା ଅନୁମତି, ଉଷା ପାଢୀ ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ: କୋରାପୁଟର ଜୟପୁର ବିମାନ ବନ୍ଦର ପାଇଁ ଲାଇସେନସ ମିଳିଛି। ଏ ନେଇ ଟୁଇଟ କରି ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ବିଭାଗ ତରଫରୁ ଅବଗତ କରାଯାଇଛି। ସେହିପରି ଡିଜିସିଏ ନିର୍ଦ୍ଦେଶିକା ଉଷା ପାଢୀ ମଧ୍ୟ ଟୁଇଟ କରି ଅବଗତ କରାଇଛନ୍ତି।

ଉଷା ଟୁଇଟ କରି କହିଛନ୍ତି ଯେ, ମୁଁ ବହୁତ ଖୁସି ଯେ, ଓଡିଶାର ଜୟପୁରକୁ ବିମାନ ଉଡାଣ ପାଇଁ ଲାଇସେନସ ମିଳିଛି। ଏହି ଆଦିବାସୀ ଅଞ୍ଚଳ ମୋର ବେଶ ପସନ୍ଦ, ଉଡାନ ଯୋଜନାରେ ତାହା ସାମିଲ ହୋଇଥିବାରୁ ବିଶେଷ ଖୁସି।

ଖୁବ ଶିଘ୍ର ଜୟପୁରୁକୁ ୱାନ ଇଣ୍ଡିଆ ସଂସ୍ଥା ତରଫରୁ ବିମାନ ଚଳାଚଳ କରିବ ବୋଲି ଜଣାପଡିଛି। ପୂର୍ବରୁ ନିଜେ ଉଷା ପାଢୀ ଏକ ଅନୁଧ୍ୟାନକାରୀ ଦଳ ସହିତ ଜୟପୁର ଆସି ଏୟାରପୋର୍ଟର ଅନୁଧ୍ୟାନ କରିଯାଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଗୋୱାଲିୟର ଯୋଗ କଲେ ଓଡିଆ ଆଇଏଏସ ଅଧିକାରୀ ଉଷା ପାଢୀ

ଗୋୱାଲିୟର: ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଉପଲକ୍ଷେ ଆଜି ସକାଳୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି ଯୋଗ ଅଭ୍ୟାସ। କେବଳ ଦେଶ କାହିଁକି ବିଭିନ୍ନ ରାଷ୍ଟ୍ରରେ ମଧ୍ୟ ଏହି ଯୋଗ ଦିବସ ଆୟୋଜିତ ହୋଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ବିଭିନ୍ନ ଐତିହାସିକ ସ୍ଥଳରେ ଏହି ଯୋଗ ଅଭ୍ୟାସ କରାଯାଇଛି।

ଏହି ଦିବସ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ତରଫରୁ ଯୋଗ ଦିବସ ପାଳିତ ହୋଇଛି। ଖୋଦ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗୋୱାଲିୟର ପ୍ୟାଲେସ ସମ୍ମୁଖରେ ଏହି ଯୋଗ ଅଭ୍ୟାସ ଆୟୋଜିତ ହୋଇଥିଲା। ଏଥିରେ ନିଜେ ମନ୍ତ୍ରୀଙ୍କ ସହିତ ଯୁଗ୍ନସଚିବ ଉଷା ପାଢୀ ଯୋଗ ଦେଇଥିଲେ। ଉଷା ଗତକାଲି ଟ୍ରେନ ଯୋଗେ ଗୋୱାଲିୟରରେ ପହଞ୍ଚି ଆଜି ଏହି ଅଭ୍ୟାସରେ ନିଜକୁ ସାମିଲ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ବରିଷ୍ଠ ଆଇଏଏସ ଉଷା ପାଢୀଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା ପୁରସ୍କାର

ନୂଆଦିଲ୍ଲୀ: ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ ଉଷା ପାଢୀ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା ପୁରସ୍କାର। ସାଧାରଣ ପ୍ରଶାସନ ଦିବସ ଉପଲକ୍ଷେ ତାଙ୍କୁ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଜ୍ଞାନ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ।

ଉଷା ପାଢୀ ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ନ ସଚିବ ରହିଛନ୍ତି। ତାଙ୍କ ସମୟରେ ଉଡାନ ପରି ଏକ ଲୋକପ୍ରିୟ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ଦେଶର ଛୋଟଛୋଟ ସହରକୁ ବିମାନ ସଂଯୋଗ କରିବା ଉଦ୍ଦେଶ୍ୟ ଥିଲା। ଯାହାକୁ ଦକ୍ଷତାର ସହ ପରିଚାଳନା କରିଛନ୍ତି ଉଷା ପାଢୀ। ସେଥିପାଇଁ ଏହି ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି।

Categories
ବିଶେଷ ଖବର

ଉଡ଼ାଣ ସମୟରେ ବିମାନରେ ବାଜିବ ଭାରତୀୟ ସଙ୍ଗୀତ!: ଇଣ୍ଡିଆନ ଏୟାର ଲାଇନ୍ସକୁ ଚିଠି ଲେଖିଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତୀୟ ବିମାନବନ୍ଦରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଉଡ଼ାଣ ସମୟରେ ବିମାନରେ ଭାରତୀୟ ସଙ୍ଗୀତ ବଜାଇବାକୁ ଅନୁମତି ମିଳିପାରେ। ଏନେଇ ଇଣ୍ଡିଆନ ଏୟାର ଲାଇନ୍ସକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ ଏକ ଚିଠି ଲେଖିଛନ୍ତି।

ଚିଠିରେ ଦର୍ଶାଯାଇଛି ଯେ, ଭାରତୀୟ ପାରମ୍ପାରିକ ସଂଗୀତ ବିଭିଦତାରେ ପରିପୂର୍ଣ୍ଣ। ବିଶ୍ଵର ଏୟାରଲାଇନ୍ସ ମଧ୍ୟ ସେମାନଙ୍କର ସଂସ୍କୃତି ଅନୁଯାୟୀ ସେମାନଙ୍କର ସଙ୍ଗୀତକୁ ପ୍ରୋତ୍ସାହିତ କରନ୍ତି। ଏଭଳି ପରିସ୍ଥିତିରେ ଦେଶରେ କାର୍ଯ୍ୟ କରୁଥିବା ବିମାନ ଏବଂ ବିମାନ ବନ୍ଦରରେ ଭାରତୀୟ ସଙ୍ଗୀତ ବଜାଇବା ଭାରତ ପାଇଁ ଗର୍ବର ବିଷୟ ହେବ।

ଦେଶର ପ୍ରସିଦ୍ଧ ସଂଗୀତଜ୍ଞଙ୍କ ସହ ଇଣ୍ଡିଆନ୍ କାଉନସିଲ୍ ଅଫ୍ କଲଚର ରିଲେସନ୍ସ (ଆଇସିସିଆର) ଏକ ବୈଠକ କରିଥିଲା ​​ଏବଂ ଏହି ପ୍ରସଙ୍ଗରେ ପରାମର୍ଶ ଲୋଡିଥିଲା।

ଏଥି ସହିତ, ଡିସେମ୍ବର ୨୩ ତାରିଖରେ ଆଇସିଆରସି ଦ୍ୱାରା ଆୟୋଜିତ ବୈଠକରେ ସଂଗୀତଜ୍ଞ ଅନୁ ମଲିକ୍, ମଲିନୀ ଅବସ୍ତି, କୌଶଳ ଏସ୍ ଇନମଦାର, ଶୌନକ ଅଭିଷେକୀ, ମଞ୍ଜୁଶା ପାଟିଲ କେ, ସଞ୍ଜୀବ ଅଭ୍ୟଙ୍କର, ରୀତା ଗାଙ୍ଗୁଲି ଏବଂ ୱାସିଫୁଦ୍ଦିନ ଡାଗରଙ୍କ ସମେତ ଅନେକ କଳାକାର ଉପସ୍ଥିତ ଥିଲେ। ମନ୍ତ୍ରଣାଳୟକୁ ଦିଆଯାଇଥିବା ଚିଠିରେ ସମସ୍ତେ ଦସ୍ତଖତ କରିଛନ୍ତି। ଆଇସିଆଇସିଆଇ ମନ୍ତ୍ରଣାଳୟକୁ ଲେଖିଥିବା ଏକ ଚିଠିରେ ଭାରତୀୟ ସଙ୍ଗୀତ ବଜାଇ ନ ଥିବାରୁ ଦୁଃଖ ପ୍ରକାଶ କରି ସେମାନଙ୍କୁ ଏହି ଅନୁମତି ଦେବାକୁ ଅନୁରୋଧ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ନୂଆ ବିମାନ ବନ୍ଦର ନେଇ କେନ୍ଦ୍ର ଅଧିକାରୀଙ୍କ ସହିତ ହେଲା ବୈଠକ, ଖୁବ ଶିଘ୍ର ହେବ ଘୋଷଣା

ଭୁବନେଶ୍ବର, ଆଜି ଭୁବନେଶ୍ବରର ଖାରବେଳ ଭବନରେ ଓଡିଶାର ନୂଆ ବିମାନ ବନ୍ଦରକୁ ନେଇ ବସିଛି ଏକ ଉଚ୍ଚ ସ୍ତରୀୟ ବୈଠକ। ଓଡିଶା ପରିବହନ କମିସନର ମଧୂସୁଦନ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ର ବେସମାରିକ ବିମାନଚଳାଚଳ ମନ୍ତ୍ରଣାଳୟର ଯୁଗ୍ନ ସଚିବ ଉଷା ପାଢୀ ଯୋଗ ଦେଇଥିଲେ।

ଏଥିରେ ଓଡିଶାର ପ୍ରସ୍ତାବିତ ପୁରୀ, ରାଉରକେଲା, ଉତକେଲା ଏବଂ ଜୟପୁର ବିମାନ ବନ୍ଦର ଉପରେ ଆଲୋଚନା କରାଯାଇଥିଲା। ଏହି 4ଟିର କାର୍ଯ୍ୟ ଏବଂ ନିର୍ମାଣ ଉପରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା। ଏଥିରେ ଖୁବ ଶିଘ୍ର ଉଡାନ ଯୋଜନାରେ ଉତକେଲା ଏବଂ ଜୟପୁରକୁ ବିମାନ ଯୋଗାଯୋଗ କରାଯିବ ବୋଲି ନିଷ୍ପତି ହୋଇଛି। ତେବେ କେବେଠାରୁ ହେବ ସେ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହେବ।

ପୂର୍ବରୁ ଉଡାନ ଯୋଜନାରେ ଓଡ଼ିଶାର ୧୦ଟି ନୂଆ ବିମାନପଥ ସାମିଲ କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ଟେଣ୍ଡର ଆହ୍ବାନ ମଧ୍ୟ କରିଛନ୍ତି। ଟେଣ୍ଡରରେ ସାମିଲ ହୋଇଥିବା ବିମାନପଥ ଗୁଡିକ ହେଲା ଭୁବନେଶ୍ବର-ଉତକେଲା, ଉତକେଲା-ଭୁବନେଶ୍ବର, ରାୟପୁର-ଉତକେଲା, ଉତକେଲା-ରାୟପୁର, ଜୟପୁର-ବିଶାଖାପାଟଣା, ବିଶାଖାପାଟଣା-ଜୟପୁର, ଭୁବନେଶ୍ବର-ଅର୍ମଦାରୋଡ, ଅର୍ମଦାରୋଡ-ଭୁବନେଶ୍ବର, ଭୁବନେଶ୍ବର-ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡା-ଭୁବନେଶ୍ବର ।

ଏହି ବୈଠକ ପରେ ଖୁବ ଶିଘ୍ର ଓଡିଶାର ଏ ସବୁ ସ୍ଥାନକୁ ବିମାନ ଉଡିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଉଷା ପାଢ଼ୀଙ୍କ ଟ୍ବିଟ୍: ରାଉରକେଲା ବିମାନ ଘାଟିରୁ ଶୀଘ୍ର ଉଡିବ ବିମାନ

ଭୁବନେଶ୍ୱର: ରାଉରକେଲା ବିମାନ ଘାଟିରୁ ଶୀଘ୍ର ବିମାନ ଉଡିବ। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଉଷା ପାଢୀ ଏନେଇ ସୂଚନା ଦେଇଛନ୍ତି। ଉଷା ପାଢ଼ୀଙ୍କ ଟ୍ବିଟ୍ ପରେ ରାଉରକେଲା ବିମାନ ଘାଟିରୁ ବିମାନ ଉଡିବା ଏକ ପ୍ରକାର ସୁନିଶ୍ଚିତ ହୋଇଛି। ତେବେ ଦେଢ ବର୍ଷ ଭିତରେ ବିମାନ ବନ୍ଦର କାମ ସମ୍ପୂର୍ଣ କରାଯିବ ବୋଲି ଉଷା ପାଢୀ କହିଛନ୍ତି। ରନୱେର ସଂପ୍ରସାରଣ ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯିବ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ୨୦ ତାରିଖରେ ଏୟାର ଅଥରିଟି ଅଫ୍ ଇଣ୍ଡିଆର ସ୍ବତନ୍ତ୍ର ଟିମ୍ ସହ ଦୁଇଟି ଘରୋଇ ବିମାନ କମ୍ପାନୀର ବରିଷ୍ଠ ଅଧିକାରୀ ରାଉରକେଲା ବିମାନ ବନ୍ଦରକୁ ଆସି ସ୍ଥିତିର ଅନୁଧ୍ୟାନ କରିଥିଲେ।

Categories
ଫଟୋ ଖବର

ବରିଷ୍ଠ ଆଇଏଏସ ଉଷା ପାଢୀ ସିଆଇଏସଏଫ ଯବାନଙ୍କ ସହିତ କରୁଛନ୍ତି ଦୀପାବଳି ପାଳନ

ନୂଆଦିଲ୍ଲୀ, ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ନ ସଚିବ ତଥା ବରିଷ୍ଠ ଆଇଏଏସ ଅଫିସର ଉଷା ପାଢୀ ନିଜ କାର୍ଯ୍ୟାଳୟରେ ମୁତୟନ ସିଆଇଏସଏଫ ଯବାନଙ୍କ ସହିତ ଦୀପାବଳି ପାଳନ କରୁଛନ୍ତି।