Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାର ଗ୍ରାମାଞ୍ଚଳରୁ ଦୁର୍ଘଟଣା ହ୍ରାସ ପାଇଁ କାମ କରିବ ଆଇଆଇଟି ମାଡ୍ରାସ ଟିମ୍‌, ଜାଣନ୍ତୁ କଣ
ଜାତୀୟ ଖବର

ଓଡିଶାର ଗ୍ରାମାଞ୍ଚଳରୁ ଦୁର୍ଘଟଣା ହ୍ରାସ ପାଇଁ କାମ କରିବ ଆଇଆଇଟି ମାଡ୍ରାସ ଟିମ୍‌, ଜାଣନ୍ତୁ କଣ

August 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାର ଗ୍ରାମାଞ୍ଚଳରୁ ଦୁର୍ଘଟଣା ହ୍ରାସ ପାଇଁ କାମ କରିବ ଆଇଆଇଟି ମାଡ୍ରାସ ଟିମ୍‌, ଜାଣନ୍ତୁ କଣ

ଭୁବନେଶ୍ୱର: ରାଜ୍ୟରେ ଦୁର୍ଘଟଣା ଓ ତଦଜନିତ ମୃତୁ୍ୟସଂଖ୍ୟା ହ୍ରାସକୁ ପ୍ରାଧାନ୍ୟ ଦେଇଛି ବାଣିଜ୍ୟ ଓ ପରିବହନ ବିଭାଗ। ବିଶେଷକରି ଗ୍ରାମାଞ୍ଚଳ ଓ ଅଧିକ ଦୁର୍ଘଟଣାପ୍ରବଣ ଜିଲ୍ଲା ଉପରେ ବିଶେଷ ଧ୍ୟାନ ଦିଆଯିବ। ଏ ସଂକ୍ରାନ୍ତରେ ଆଗକୁ ପଦକ୍ଷେପ ନେବା ଲକ୍ଷ୍ୟରେ ଆଇଆଇଟି ମାଡ୍ରାସର ପ୍ରତିନିଧିଙ୍କ ସହ ଖାରବେଳ ଭବନରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ ପରିବହନ କମିସନର ଅମିତାଭ ଠାକୁର ଆଲୋଚନା କରିଛନ୍ତି।

ଆଇଆଇଟି ମାଡ୍ରାସ ପକ୍ଷରୁ ସେଣ୍ଟର ଅଫ ଏକସିଲେନ୍ସ ଫର ରୋଡ଼୍‌ ସେଫଟିର ମୁଖ୍ୟ ଡ. ଭେଙ୍କଟେଶ ବାଲାସୁବ୍ରମଣ୍ୟମ ବିସ୍ତୃତ ଭାବେ ତାଙ୍କର ମତାମତ ଉପସ୍ଥାପିତ କରିଥିଲେ।
ଆଧୁନିକ ଜ୍ଞାନକୌଶଳ ଓ ସୁବ୍ୟବସ୍ଥିତ ଢଙ୍ଗରେ ସଡ଼କ ସୁରକ୍ଷା କାର୍ଯ୍ୟକୁ କିଭଳି ପରିଚାଳନା କରାଯିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଦୁର୍ଘଟଣା କାହିଁକି ଘଟୁଛି, କିପରି ଏହାକୁ କମ କରାଯାଇପାରିବ, ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ କିଭଳି ରକ୍ଷା କରାଯାଇପାରିବ ସେ ଦିଗରେ ଆଲୋଚନା ହୋଇଥିଲା। ସଡ଼କ ବ୍ୟବହାରକାରୀଙ୍କୁ ସଚେତନ କରିବା ଉପରେ ଓଡ଼ିଶା ଗୁରୁତ୍ୱ ଦେଉଛି। ଏ ଦିଗରେ ନିଆଯିବାକୁ ଥିବା ସମସ୍ତ ପଦକ୍ଷପର ପ୍ରଭାବ ଓ ସମୟସୀମା ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ।

ଦୁର୍ଘଟଣା ତଥ୍ୟରୁ ସମାଧାନର ସୂତ୍ର ବାହାର କରାଯିବ। ପୂର୍ବରୁ ରାଜ୍ୟ ସଫଳତାର ସହ ଏ ଦିଗରେ କାର୍ଯ୍ୟ କରୁଛି। ତେବେ ଏଥିରେ ଅଧିକ ସଫଳତା ହାସଲ ଦିଗରେ ଜାତୀୟ ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞ ଓ ସଂସ୍ଥାମାନଙ୍କ ସହଯୋଗ ନିଆଯିବ।

ଆଇଆଇଟି ମାଡ୍ରାସ ଏ କ୍ଷେତ୍ରରେ ଜାତୀୟ ସ୍ତରରେ ହେଉ କିମ୍ବା ବିଭିନ୍ନ ରାଜ୍ୟ ସହ ସହଭାଗୀ ହୋଇ କାର୍ଯ୍ୟ କରୁଛି। ତଥ୍ୟ ସଂଗ୍ରହ ପାଇଁ ଆଧୁନିକ ପଦ୍ଧତି ବ୍ୟବହାର, ଏହାର ବିଶ୍ଳେଷଣ ଓ ସମାଧାନ କ୍ଷେତ୍ରରେ ସୁନାମ ରହିଛି। କେମିତି ସଡ଼କ ସୁରକ୍ଷାକୁ ନେଇ ଓଡିଶାର ଗ୍ରାମାଞ୍ଚଳରେ ସଫଳତାର ସହ କାର୍ଯ୍ୟ କରିହେବ ସେ ଦିଗରେ ସେମାନେ ଯୋଜନା ପ୍ରସ୍ତୁତ କରିବେ। ଖଣି ଅଞ୍ଚଳ ମୁଖ୍ୟ ଫୋକସରେ ରହିବ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପରିବହନ କମିସନର ଲାଲମୋହନ ସେଠୀ, ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି ଓ ବିକାଶ ଚୌଧୁରୀ, ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତପନ କୁମାର ମିଶ୍ର, ସ୍ୱତନ୍ତ୍ର ଅଧିକାରୀ ଭ୍ରମରବର ମହାପାତ୍ର ଓ ସେଣ୍ଟର ଅଫ ଏକସିଲେନ୍ସ ଫର ରୋଡ଼୍‌ ସେଫଟିର ପ୍ରତିନିଧି ଅତୁଲ ସିଂହ ପ୍ରମୁଖ ଆଲୋଚନାରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଅମିତାଭ ଠାକୁର ଆଇଆଇଟି ମାଡ୍ରାସ ଉଷା ପାଢୀ ବାଣିଜ୍ୟ ଓ ପରିବହନ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026
Latest News

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026

ଆଜି ମଙ୍ଗଳବାର ଏପ୍ରିଲ ୨୧ ତାରିଖ କିପରି ରହିବ ଦିନଟି, ଜାଣନ୍ତୁ ନିଜର ରାଶିଫଳ

April 21, 2026

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.