Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ସମେତ ୧୦ ଟି ସହରରେ ଆରମ୍ଭ ହେବ ପେୟ ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ
ଆଜିର ଖବର

ଭୁବନେଶ୍ୱର ସମେତ ୧୦ ଟି ସହରରେ ଆରମ୍ଭ ହେବ ପେୟ ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ

February 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ସମେତ ଦେଶର ୧୦ ଟି ସହରରେ ପେୟ (ପାନୀୟ) ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଆଜି ମନ୍ତ୍ରଣାଳୟର ସଚିବ ଦୁର୍ଗା ଶଙ୍କର ମିଶ୍ରା ଆଜି ଏହି ମିଶନର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମିଶ୍ରା ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ସହରାଞ୍ଚଳରେ ପାନୀୟ ଜଳର ଉପଯୁକ୍ତ ବିତରଣ ଓ ବର୍ଜ୍ୟଜଳର ପୁନଃଉପଯୋଗ ସମ୍ପର୍କରେ ସୂଚନା ସଂଗ୍ରହ କରିବା ତଥା ପ୍ରତିଯୋଗିତାମୂଳକ ପ୍ରକ୍ରିୟାରେ ଜଳର ପରିମାଣ ଓ ଗୁଣବତ୍ତା ସମ୍ପର୍କରେ ଜାଣିବା ଲାଗି ଜଳ ଉତ୍ସଗୁଡ଼ିକର ମ୍ୟାପିଂ କରିବା ଉଦ୍ଦେଶ୍ୟରେ ଏହି ସର୍ବେକ୍ଷଣ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଦଶଟି ସହର-ଭୁବନେଶ୍ୱର, ଆଗରା, ବଦଲାପୁର, ଭୁବନେଶ୍ୱର, ଚୁରୁ, କୋଚ୍ଚି, ମଦୁରାଇ, ପଟିଆଲା, ରୋହତକ, ସୁରତ ଏବଂ ତୁମକୁରରେ ପାଇଲଟ୍ ପ୍ରକଳ୍ପ ସ୍ବରୂପ ଏହି ସର୍ବେକ୍ଷଣ ଆୟୋଜନ କରାଯିବ। ଏଥିରୁ ମିଳିବାକୁ ଥିବା ଅଭିଜ୍ଞତା ଆଧାରରେ ସମସ୍ତ ଅମୃତ ସହରରେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯିବ।

ନାଗରିକ ଏବଂ ପୌରପାଳିକା ଅଧିକାରୀଙ୍କ ସହିତ ସାମ୍ନାସାମ୍ନୀ ସାକ୍ଷାତକାର ମାଧ୍ୟମରେ ପାନୀୟ ଜଳ, ବର୍ଜ୍ୟ ଜଳ ପରିଚାଳନା, ଅଣ ରାଜସ୍ୱ ଜଳ ଏବଂ ସହରର ତିନୋଟି ଜଳାଶୟର ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଏହି ସର୍ବେକ୍ଷଣ ମଞ୍ଜୁରିପ୍ରାପ୍ତ ପ୍ରଶ୍ନାବଳୀ ଏବଂ ଅନକଲ ସାକ୍ଷାତକାର, ଜଳନମୁନା ସଂଗ୍ରହ ଏବଂ ପରୀକ୍ଷାଗାର ପରୀକ୍ଷଣ ଆଧାର ଏବଂ ଅଣରାଜସ୍ୱ ଜଳ ପାଇଁ କ୍ଷେତ୍ର ସର୍ବେକ୍ଷଣ ଆଧାରରେ କରାଯିବ।

ପ୍ରଯୁକ୍ତି ଆଧାରିତ ପ୍ଲାଟଫର୍ମ ଜରିଆରେ ମିଶନକୁ ଅନୁଧ୍ୟାନ କରାଯିବ। ଏହି ପ୍ଲାଟଫର୍ମର ଅଗ୍ରଗତି ଏବଂ ଫଳାଫଳ ଆଧାରରେ ହିତାଧିକାରୀଙ୍କ ନିରୀକ୍ଷଣ କରାଯିବ। ଏହି ପ୍ରକଳ୍ପ ଲାଗି ସରକାରଙ୍କ ପକ୍ଷରୁ ତିନୋଟି ପର୍ଯ୍ୟାୟରେ ଅର୍ଥ ୨୦:୪୦:୪୦ ଯୋଗାଇ ଦିଆଯିବ। ତୃତୀୟ କିସ୍ତି କାର୍ଯ୍ୟକାରିତା ଫଳାଫଳ ଆଧାରରେ ଜାରି କରାଯିବ ଏବଂ ପାଣ୍ଠି ଯୋଗାଣ ବିଶ୍ୱସନୀୟ କାର୍ଯ୍ୟକାରିତା ଆଧାରରେ କରାଯିବ।

ଜଳ ଜୀବନ ମିଶନ (ସହରାଞ୍ଚଳ) (ଜେଜେଏମ(ୟୁ)) ସମସ୍ତ ୪୩୭୮ ବୈଧାନିକ ସହରରେ ଟ୍ୟାପ ଯୋଗେ ସାର୍ବଜନୀନ ଜଳଯୋଗାଣ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି। ଏହା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଅନୁକୂଳ। ଏହାର ଉଦ୍ଦେଶ୍ୟ ୫୦୦ ଅମୃତ ସହରରେ ସ୍ବେରେଜ ପରିଚାଳନା କରିବା ଯାହାଫଳରେ ଏସବୁ ସହରରେ ଜଳଯୋଗାଣକୁ ସୁରକ୍ଷିତ କରାଯାଇପାରିବ। ୫୦୦ ଅମୃତ ସହରରେ ସହରୀ ପରିବାରକୁ ନଳଯୋଗେ ପାନୀୟ ଜଳ ଉପଲବ୍ଧ କରାଇବାର ବ୍ୟବଧାନ ୨.୬୮ କୋଟି ରହିଛି ଏବଂ ସ୍ବେରେଜ ସଂଯୋଗ ଦେବାର ବ୍ୟବଧାନ ୨.୬ କୋଟି ରହିଛି। ଜଳ ଜୀବନ ମିଶନ (ସହରାଞ୍ଚଳ)ରେ ଏହି ବ୍ୟବଧାନକୁ ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଜଳଜୀବନ ମିଶନ ଅନ୍ତର୍ଗତ ମୋଟ ୨,୮୭,୦୦୦ କୋଟି ଟଙ୍କା ବ୍ୟୟ କରାଯିବା ଲାଗି ପ୍ରସ୍ତାବ ରହିଛି। ଏଥିରେ ଅମୃତ ମିଶନ ଜରିଆରେ ୧୦,୦୦୦ କୋଟି ଟଙ୍କାର ନିରନ୍ତର ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇଛି। ସରକାରୀ ଘରୋଇ ଭାଗିଦାରୀକୁ ପ୍ରୋତ୍ସାହନ ଦେବା ଲାଗି ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ମୋଟ ପ୍ରକଳ୍ପ ବ୍ୟୟର ୧୦ ପ୍ରତିଶତ ଅର୍ଥ ପର୍ଯ୍ୟନ୍ତ ପିପିପି ପ୍ରକଳ୍ପ ଆରମ୍ଭ କରାଯିବ।

ଉତ୍ତର ପୂର୍ବାଞ୍ଚଳ ଏବଂ ପାର୍ବତ୍ୟାଞ୍ଚଳ ରାଜ୍ୟ ପାଇଁ ୯୦% କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବ। କେନ୍ଦ୍ରଶାସିତ ପ୍ରଦେଶ ପାଇଁ ୧୦୦%, ୧ ଲକ୍ଷରୁ କମ ଜନସଂଖ୍ୟା ଥିବା ସହରରେ ୫୦% କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବ। ୧ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ସହର ପାଇଁ ଏକ ତୃତୀୟାଂଶ ଏବଂ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ପାଇଁ ୨୫ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବ।

ପାଇଲଟ୍ ପ୍ରକଳ୍ପ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.