ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୮ ଜଣ କରୋନା ଆକ୍ରାନ୍ତ

Published: Feb 17, 2021, 7:37 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୨୧, ଯାଜପୁରରୁ ୭, ବାଲେଶ୍ବରରୁ ୬, ବରଗଡରୁ ୬, କେନ୍ଦୁଝରରୁ ୬, ପୁରୀରୁ ୬, ଖୋର୍ଦ୍ଧାରୁ ୫, ମୟୂରଭଞ୍ଜରୁ ୫, କଟକରୁ ୪, ବୌଦ୍ଧରୁ ୩, ବଲାଙ୍ଗୀରିରୁ ୨, ଜଗତସିଂହପୁରରୁ ୨, ନୂଆପଡାରୁ ୨, ରାୟଗଡାରୁ ୨, ସମ୍ବଲପୁରରୁ ୨, ଅନୁଗୁଳରୁ ୧, ଭଦ୍ରକରୁ ୧, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧, ଝାରସୁଗୁଡାରୁ ୧, କୋରାପୁଟରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୭୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୯୭ କୁ ବୃଦ୍ଧି ହୋଇଛି। ତେବେ ୬୪୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts