Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର କ୍ୟାବିନେଟ୍ ବୈଠକ: କିଶୋର ନ୍ୟାୟ ଆଇନ, ୨୦୧୫ରେ ସଂଶୋଧନକୁ ମିଳିଲା ମଞ୍ଜୁରି
ଆଜିର ଖବର

କେନ୍ଦ୍ର କ୍ୟାବିନେଟ୍ ବୈଠକ: କିଶୋର ନ୍ୟାୟ ଆଇନ, ୨୦୧୫ରେ ସଂଶୋଧନକୁ ମିଳିଲା ମଞ୍ଜୁରି

February 17, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
ଭାରତର ଜନଗଣନା 2027 ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରସ୍ତାବକ୍ରମେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ (ଜୁଭେନାଇଲ ଜଷ୍ଟିସ୍ ଆକ୍ଟ), ୨୦୧୫ରେ ସଂଶୋଧନକୁ ମଞ୍ଜୁରି ମିଳିଛି। ଏହାଫଳରେ ଶିଶୁଙ୍କ ଶ୍ରେଷ୍ଠ ହିତ ସାଧନ ସୁନିଶ୍ଚିତ କରିବା ଲାଗି ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇପାରିବ।

ଏହି ସଂଶୋଧନ ଫଳରେ ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଆଦେଶ ଜାରି କରିବାର ଅଧିକାର ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ମିଳିପାରିବ। ଯାହାଦ୍ବାରା ମାମଲାଗୁଡ଼ିକର ତ୍ବରିତ ସମାଧାନ ସୁନିଶ୍ଚିତ ହେବା ସହିତ ଉତ୍ତରଦାୟିତ୍ବ ବୃଦ୍ଧି ପାଇବ। ଏହାଛଡ଼ା ଆଇନର ସୁଗମ କାର୍ଯ୍ୟକାରିତା ଏବଂ ଅସହାୟ ଅବସ୍ଥାରେ ଥିବା ଶିଶୁଙ୍କ ସପକ୍ଷରେ ସମନ୍ବିତ ପ୍ରୟାସ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଏହି ଆଇନ ଅଧୀନରେ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଛି।

ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି) ସଦସ୍ୟମାନଙ୍କୁ ନିଯୁକ୍ତି ଦେବା ଲାଗି ଯୋଗ୍ୟତା ମାନଦଣ୍ଡ ନିର୍ଦ୍ଧାରଣ କରିବା ଏବଂ ପୂର୍ବରୁ ପରିଭାଷିତ ହୋଇନଥିବା ଅପରାଧଗୁଡ଼ିକୁ ‘ଗମ୍ଭୀର ଅପରାଧ’ ଭାବେ ବର୍ଗୀକୃତ କରିବା ଆଦି କେତେକ ପ୍ରସ୍ତାବ ଏହି ସଂଶୋଧନରେ ସାମିଲ ରହିଛି। ଆଇନର କେତେକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାକୁ ସମାଧାନ କରିବା ଲାଗି ମଧ୍ୟ ସଂଶୋଧନ ଜରିଆରେ ପ୍ରୟାସ କରାଯାଇଛି।

କେନ୍ଦ୍ର କ୍ୟାବିନେଟ୍ ବୈଠକ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି: ରାଜ୍ୟଗୁଡ଼ିକୁ ମିଳିବ ୪୧% କେନ୍ଦ୍ରୀୟ ଟିକସ

February 1, 2026

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026

ଆସନ୍ତାକାଲିଠାରୁ ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଭୁବନେଶ୍ବରର ଏହି ରାସ୍ତା ହେବ ବନ୍ଦ

February 1, 2026
Latest News

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି: ରାଜ୍ୟଗୁଡ଼ିକୁ ମିଳିବ ୪୧% କେନ୍ଦ୍ରୀୟ ଟିକସ

February 1, 2026

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026

ବଜେଟ 2026 କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ପ୍ରତିକ୍ରିୟା, କହିଲେ…….

February 1, 2026

ଆସନ୍ତାକାଲିଠାରୁ ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଭୁବନେଶ୍ବରର ଏହି ରାସ୍ତା ହେବ ବନ୍ଦ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.