Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ଦୋଳନରେ କନିଷ୍ଠ ଶିକ୍ଷକ ଆଶାୟୀ: ମନ୍ତ୍ରୀଙ୍କ ଘର ସାମ୍ନାରେ ଧାରଣା ବେଳେ ଉଠାଇ ନେଲା ପୋଲିସ୍‌
ଆଜିର ଖବର

ଆନ୍ଦୋଳନରେ କନିଷ୍ଠ ଶିକ୍ଷକ ଆଶାୟୀ: ମନ୍ତ୍ରୀଙ୍କ ଘର ସାମ୍ନାରେ ଧାରଣା ବେଳେ ଉଠାଇ ନେଲା ପୋଲିସ୍‌

February 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ଭୁବନେଶ୍ୱର/ବ୍ରହ୍ମପୁର: ଆଜି ୪ ଦଫା ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦିଆଯିବା ସହ ଦାବି ପୂରଣ ପାଇଁ ମନ୍ତ୍ରୀଙ୍କ ବାସ ଭବନ ସମ୍ମୁଖରେ ଆଶାୟୀମାନେ ଧାରଣା ଦେଇଥିଲେ।

ଆଶାୟୀମାନେ ଏକ୍‌ଜିଦ୍‌ରେ ମନ୍ତ୍ରୀ ସହ ସାକ୍ଷାତ କରି ନିର୍ଭର ପ୍ରତିଶ୍ରୁତି ପାଇଲା ପରେ ଧାରଣାରୁ ହଟିବେ ବୋଲି କହିଥିଲେ। କିନ୍ତୁ ଏହି ସମୟରେ କମିଶନରେଟ ପୋଲିସ୍ ପକ୍ଷରୁ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ବାସଭବନରୁ ଆଶାୟୀମାନଙ୍କୁ ଉଠାଇ ନିଆଯାଇଥିଲା। ପରେ ସେମାନଙ୍କୁ ପୁଣିଥରେ ଧାରଣାସ୍ଥଳ ପିଏମ୍‌ଜି ଛକ ନିକଟରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ଗତ ୧୪ ତାରିଖରୁ ପିଏମ୍‌ଜି ଛକ ନିକଟରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ଧାରଣାରେ ବହୁ ଶିକ୍ଷକ ଆଶାୟୀ ଯୋଗଦେଇ ନିଜ ଦାବି ଜଣାଇଥିଲେ। କନିଷ୍ଠ ଶିକ୍ଷକ ସଂଘର ଦାବିଗୁଡ଼ିକ ମଧ୍ୟରେ ତୁରନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ, ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର, କନିଷ୍ଠ ଶିକ୍ଷକ ନିଯୁକ୍ତି ବୟସସୀମା ୩୨ରୁ ୪୨ କରିବା ଏବଂ ବେଆଇନ ଭାବେ ବିନା ଏନ୍‌ଓସି/ସିଓଆର୍‌ରେ ଚାଲୁôଥିବା ବେସରକାରୀ ସ୍କୁଲ ବନ୍ଦ କରିବା।

ସୂଚନାଯୋଗ୍ୟ ଗତ ଡ଼ିସେମ୍ବର ୨୦୧୬ ମସିହାଠାରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ବାହାରିନାହିଁ । ଫଳରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଟ୍ରେନିଂ ପାଇ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ୱ ସିଟି, ବି.ଇଡ଼ି. ଓଟିଇଟି ପାସ୍ କରି ଆଶାୟୀମାନେ ବେକାର ହୋଇ ଘରେ ବସିଛନ୍ତି । ଏନେଇ ପୂର୍ବରୁ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ, ଭୁବନେଶ୍ୱର ତରଫରୁ ୠତ ୧୧.୧୧.୨୦୧୯, ୨୯.୧୧.୨୦୧୯, ୧୨.୨.୨୦୨୦, ୧୭.୨.୨୦୨୦, ୧୫.୧.୨୦୨୧ ତାରିଖରେ ବିଧାନସଭା ସମ୍ମୁଖ ଗାନ୍ଧିମାର୍ଗରେ ବିଶାଳ ଗଣଧାରଣାମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ହଜାର ହଜାର କନିଷ୍ଠ ଶିକ୍ଷକ ଆଶାୟୀମାନେ ଯୋଗ ଦେଇଥିଲେ।

ଉକ୍ତ ଦିନମାନଙ୍କରେ ସଂଘର ପ୍ରତିନିଧି ଦଳ ଲୋକସେବା ଭବନରେ ବିଭାଗୀୟ ଗଣଶିକ୍ଷା ମନ୍ତ୍ରୀ, ସଚିବଙ୍କୁ ଭେଟି ଦାବି ସଂପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଓ ସଚିବ ମଧ୍ୟ ସଂଘର ଦାବି ଉପରେ ବିଚାର କରି ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଥିଲେ। କିନ୍ତୁ ସରକାର ଏଯାଏଁ ସଂଘର ଦାବି ପୂରଣ ନିମନ୍ତେ କୌଣସି ଦିଗରେ ଅଗ୍ରସର ହେଉନାହାନ୍ତି। ଏପଟେ ଗୁଣାତ୍ମକ ଶିକ୍ଷାର ନାରା ଦେଉଥିବା ସରକାର ସ୍କୁଲରେ ଶିକ୍ଷକ ଅଭାବରୁ ତାଙ୍କର ସ୍ୱପ୍ନକୁ ସାକାର କରିପାରୁନାହାନ୍ତି।

ଯଦି ସ୍କୁଲରେ ବିଷୟଭିତ୍ତିକ ଶିକ୍ଷକ ରହିବେ ନାହିଁ ତେବେ ଗୁଣାତ୍ମକ ଶିକ୍ଷା ସାତସପନ ହୋଇଯିବ। ଦୀର୍ଘଦିନ ଧରି ନିଯୁକ୍ତି ନ ବାହାରିବାରୁ ପିଲାମାନଙ୍କ ବୟସ ମଧ୍ୟ ଅତିକ୍ରାନ୍ତ ହେବାକୁ ବସିଲାଣି। ତେଣୁ ତୁରନ୍ତ ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ କରିବାକୁ ସଂଘର ସଭାପତି ଜୀବନବନ୍ଧୁ ଭୋଇ ଏବଂ ସଂପାଦକ ସୁବ୍ରତ କୁମାର ପଣ୍ଡା ଦାବି କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଆଶାୟୀ ଶିକ୍ଷକମାନେ ଧାରଣା ଦେଇଥିବାବେଳେ ଯେତେ ସମୟ ପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ପୂରଣ ପାଇଁ ନିର୍ଭର ପ୍ରତିଶ୍ରୁତି ଦେବେ ନାହିଁ ସେମାନେ ଧାରଣାରତ ରହିବା ସହ ଆଗକୁ ଆମରଣ ଅନଶନ କରିବେ ବୋଲି କହିଛନ୍ତି।

ଆନ୍ଦୋଳନ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026
Latest News

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.