
ଭୁବନେଶ୍ବର: ପୁଣି ବିଧାନସଭା ନିକଟରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକର ବୋଲି ଜଣାପଡିଛି। ସେ ବିଧାନସଭା ନିକଟସ୍ଥ ଜୟଦେବ ଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୋଲିସ ମହିଳାଙ୍କୁ କାବୁ କରିନେଇଥିବା ଜଣାପଡିଛି। ହେଲେ ସେ ମହିଳାଜଣଙ୍କ କଣ ପାଇଁ ଆତ୍ମାହୁତି ଉଦ୍ୟମ କରୁଥିଲେ, ଏଯାଏଁ କିଛି କାରଣ ଜଣାପଡି ନାହିଁ।
ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ସମୟରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଧାନସଭା ସମ୍ମୁଖ ରାସ୍ତାକୁ ସିଲ କରାଯାଇଛି। ଯାହାଫଳରେ ରାସ୍ତାଘାଟ ଜାମ ହେବାର ଦେଖାଦେଇଛି। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି।