
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୫, କଟକରୁ ୧୩, ସୁନ୍ଦରଗଡରୁ ୧୧, ଅନୁଗୁଳରୁ ୮, ପୁରୀରୁ ୬, ବରଗଡରୁ ୫, ଭଦ୍ରକରୁ ୫, କେନ୍ଦୁଝରରୁ ୫, ନୂଆପଡାରୁ ୫, ଦେବଗଡରୁ ୪, ଝାରସୁଗୁଡ଼ାରୁ ୪, ବାଲେଶ୍ବରରୁ ୩, କନ୍ଧମାଳରୁ ୩, ସମ୍ବଲପୁରରୁ ୩, ବଲାଙ୍ଗୀରିରୁ ୧, ଗଞ୍ଜାମରୁ ୧, କେନ୍ଦ୍ରାପଡ଼ାରୁ ୧, କୋରାପୁଟରୁ ୧, ମୟୂରଭଞ୍ଜରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୮୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୬୦ କୁ ବୃଦ୍ଧି ହୋଇଛି। ତେବେ ୬୦୬ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।