ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

Published: Feb 22, 2021, 12:28 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପାରିବାରିକ କଳହ ସହିନପାରି ଜନୈକ ଯୁବକ ଆଜି ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ କବିସୂର୍ଯ୍ୟନଗର ସହର ଉପକଣ୍ଠ କମା ରାମଚନ୍ଦ୍ରପୁର ସାହିର ମନୋଜ ପାତ୍ର। ଆଜି ସକାଳୁ ନିଜ ଘର ଭିତରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବାବେଳେ ଶ୍ୱଶୁରଙ୍କ ଏତଲାକ୍ରମେ ପୋଲିସ୍ ପହଞ୍ଚି ଶବଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନା କେସ ନଂ ୩/୨୧ରେ ଏକ ଅପମୃତ୍ୟୁ ମାମଲା ରଜୁ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଛି।

ସୂଚନାଯୋଗ୍ୟ ମୃତ ମନୋଜର ଘର ନବରଙ୍ଗପୁରରେ। ସେ କବିସୂର୍ଯ୍ୟନଗର ଗଣେଶ୍ୱର ସାହିରେ ବିଶ୍ୱନାଥ ନାହାକଙ୍କ ଝିଅଙ୍କୁ ବିବାହ କରିଥିଲା। ପେଷାରେ ମିସ୍ତ୍ରୀ କାମ କରୁଥିବାବେଳେ ପ୍ରତିଦିନ ମଦ୍ୟପାନ କରୁଥିବାରୁ ପାରିବାରିକ କଳହ ଲାଗି ରହୁଥିଲା। କିଛିଦିନ ତଳେ ସ୍ତ୍ରୀର ପରିବାର ପକ୍ଷରୁ ମନୋଜ ନାମରେ ମାମଲା ମଧ୍ୟ ରୁଜୁ ହୋଇଥିବାବେଳେ ଆପୋଷ ସମାଧାନ ହୋଇ ବର୍ତ୍ତମାନ ମିଳିମିଶି ରହୁଥିବାବେଳେ ଆଜି ମନୋଜର ଝୁଲନ୍ତା ମୃତଦେହ ମିଳିଥିଲା। ପୋଲିସ୍ ଘଟଣାର ଅଧିକ ଅନୁସନ୍ଧାନ ଜାର ରଖିଛି।

Related posts