ଭଲ୍ଲାଲଦେବ ଜବାବରେ ମୋଦିଙ୍କୁ ଆତଙ୍କବାଦୀ କହିଲେ ଚନ୍ଦ୍ରବାବୁ ନାଇଡୁ

Published: Apr 3, 2019, 6:17 pm IST

ତେଲୁଗ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୁଧବାର ଏକ ନିର୍ବାଚନୀ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଡିପି ଅଧ୍ୟକ୍ଷ ଚନ୍ଦ୍ରବାବୁଙ୍କ ତୁଳନା ଚଳଚ୍ଚିତ୍ର ବାହୁବଳୀର ଖଳନାୟକ ଭଲ୍ଳାଳ ଦେବଙ୍କ ସହ କରିବା ପରେ ଚନ୍ଦ୍ରବାବୁ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି। ଚିତୁରର ମଦନପଲ୍ଲୀଠାରେ ନିିର୍ବାଚନୀ ସଭାରେ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ନରେନ୍ଦ୍ର ମୋଦି ଜଣେ ଦୁର୍ଦ୍ଦଶ ଆତଙ୍କବାଦୀ। ସେ ଜଣେ ଧାର୍ମିକ ବ୍ୟକ୍ତି ନୁହନ୍ତି। ମୋଦୀ ସଂଖ୍ୟାଲଘୁ ଲୋକଙ୍କୁ ଜେଲରେ ପହଞ୍ଚାଇବା ପାଇଁ ତିନି ତଲାକ ଉପରେ ଆଇନ ଆଣିଛନ୍ତି।ମୋଦିଙ୍କୁ ଭୋଟ ଦେଲେ ସଂଖ୍ୟାଲଘୁ ଲେକେ ବହୁ ସମସ୍ୟାରେ ପଡିବେ। ତେଣୁ ମୋଦିଙ୍କୁ ଭୋଟ ନଦେବାକୁ ସେ ସଂଖ୍ୟାଲଘୁଙ୍କୁ ନିବେଦନ କରିଛନ୍ତି। ଏହାସହ ସେ କହିଥିଲେ ଯେ ୨୦୧୨ରେ ଗୁଜୁରାଟ ଦଙ୍ଗା ପରେ ପ୍ରଥମ ବ୍ୟକ୍ତି ଭାବେ ସେ ମୋଦିଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ଅନେକ ଦେଶ ତାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ସେ ପୁଣିଥରେ ସଂଖ୍ୟାଲଘୁଙ୍କୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି। ଏହା ପୂର୍ବରୁ ଏକ ନିର୍ବାଚନୀ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ୟୁ-ଟର୍ଣ୍ଣ ବାବୁ ବୋଲି ଅଭିହିତ କରିଥିଲେ। ମୋଦୀ କହିଥିଲେ ଯେ ଟିଡିପି ସେବା ମିତ୍ର ଯୋଜନା ନାମରେ ଲୋକଙ୍କ ତଥ୍ୟ ଚୋରି କରୁଛି। ଏହା ଏକ ସାଇବର ଅପରାଧ। ଏନେଇ ତେଲଙ୍ଗାନାର ଏକ ଆଇଟି କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗ ହୋଇଛି ଯେ ଏହି କମ୍ପାନୀ ଟିଡିପି ପାଇଁ କାର୍ଯ୍ୟ କରୁଥିଲେ। ପ୍ରଧାନମନ୍ତ୍ରୀ ଏହି ଆଧାରରେ ଚନ୍ଦ୍ରବାବୁଙ୍କୁ ତୁଳନା ଚଳଚ୍ଚିତ୍ର ବାହୁବଳୀର ଖଳନାୟକ ସହ କରିଥିଲେ।

Related posts