Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତିରକ୍ଷା କ୍ଷେତ୍ରରେ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ଦିଗରେ ଗୁରୁତ୍ୱ ଦିଆଯାଉଛି: ପ୍ରଧାନମନ୍ତ୍ରୀ
ଆଜିର ଖବର

ପ୍ରତିରକ୍ଷା କ୍ଷେତ୍ରରେ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ଦିଗରେ ଗୁରୁତ୍ୱ ଦିଆଯାଉଛି: ପ୍ରଧାନମନ୍ତ୍ରୀ

February 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ବଜେଟରେ ନିଆଯାଇଥିବା ପଦକ୍ଷେପ ଗୁଡିକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ୱେବିନାରରେ ଅଭିଭାଷଣ ଦେବା ଅବସରରେ ପ୍ରକାଶ କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ନେଇ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିବାରୁ ଏହି ୱେବିନାର ଖୁବ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ଦେଶରେ ଶହ ଶହ ଆୟୁଧ କାରଖାନା କାର୍ଯ୍ୟରତ ଥିଲା। ଉଭୟ ବିଶ୍ୱ ଯୁଦ୍ଧରେ ଭାରତରୁ ବହୁଳ ଅସ୍ତ୍ରଶସ୍ତ୍ର ରପ୍ତାନୀ ହେଉଥିଲା। ମାତ୍ର ସ୍ୱାଧୀନତା ପରେ ଯଦିଓ ଏ କ୍ଷେତ୍ରକୁ ଅଧିକ ମଜଭୁତ କରାଯିବା ଉଚିତ ଥିଲା, ଅନେକ କାରଣବଶତଃ ତାହା କରାଗଲା ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତି  ଯେ ତାଙ୍କ ସରକାର ଆମର ଯନ୍ତ୍ରୀ ଓ ବେଜ୍ଞାନିକ ମାନଙ୍କ ସାମର୍ଥ୍ୟ ଉପରେ ଆସ୍ଥା ରଖି ତେଜସ ଲଢ଼ୁଆ ବିମାନ ବିକଶିତ କଲେ ଓ ଆଜି ତେଜସ ସ୍ୱଚ୍ଛନ୍ଦରେ ଆକାଶରେ ଉଡୁଛି। ଅଳ୍ପ କେତେ ସପ୍ତାହ ପୂର୍ବରୁ ତେଜସ ରପ୍ତାନୀ ପାଇଁ ୪୮ ହଜାର କୋଟି ଟଙ୍କା ବହିନା ମିଳିଛି।

ସେ କହିଛନ୍ତି ଯେ ୨୦୧୪ ମସିହାଠାରୁ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଚ୍ଛତା, ନିର୍ଦ୍ଦିଷ୍ଟ ଲକ୍ଷ୍ୟର ଆକଳନ ଓ ବ୍ୟାବସାୟିକ ସୁଗମତା ଆଣିବା ପାଇଁ ସରକାର ଅଧ୍ୟବସାୟ ଜାରି ରଖିଛନ୍ତି। ସରକାର ଏହି କ୍ଷେତ୍ରକୁ ଲାଇସେନ୍ସ ଓ ନିୟନ୍ତ୍ରଣ ମୁକ୍ତ, ରପ୍ତାନୀ ଅଭିମୁଖୀ, ବିଦେଶୀ ପୁଞ୍ଜିନିବେଶ ଓ ସ୍ୱାଧୀନ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଭାରତ ଶହେଟି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରିଛି ଯାହାକି ଆମର ସ୍ଥାନୀୟ କାରଖାନା ଗୁଡିକରେ ତିଆରି ହୋଇପାରିବ। ଏଥିପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଇଛି, ଯାହା ଫଳରେ ଆମର କାରଖାନାଗୁଡିକ ଏଥିପାଇଁ ଯୋଜନା କରିପାରିବେ।

ସରକାରୀ ଭାଷାରେ ଏହି ତାଲିକା ନକାରାତ୍ମକ ହୋଇପାରେ ମାତ୍ର ଆତ୍ମନିର୍ଭରଶୀଳତା ଭାଷାରେ ଏହା ସକାରାତ୍ମକ ବୋଲି କୁହାଯାଇପାରିବ। ଏହା ଏକ ସକାରାତ୍ମକ ତାଲିକା ଯାହାଯୋଗୁଁ ଆମ ଦେଶର ନିର୍ମାଣ ସାମର୍ଥ୍ୟ ବୃଦ୍ଧି ପାଇବ। ଏହି ସକାରାତ୍ମକତା ଯୋଗୁଁ ଆମର ଅଧିକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ତାଲିକା  ଯୋଗୁଁ ଆମକୁ ଆମର ପ୍ରତିରକ୍ଷା ଆବଶ୍ୟକତା ପାଇଁ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ। ଏହି ସକାରାତ୍ମକ ତାଲିକା ଦେଶୀୟ ସାମଗ୍ରୀ ଦେଶରେ ବିକ୍ରୀ ପାଇଁ ଗ୍ୟାରେଣ୍ଟି ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତିରକ୍ଷା ବାବଦ ବ୍ୟୟବରାଦରେ ଦେଶୀୟ ସାମଗ୍ରୀ ଆହରଣ ନିମନ୍ତେ ମଧ୍ୟ ବ୍ୟବସ୍ଥା ରହିଛି। ଦେଶରେ ପ୍ରତିରକ୍ଷା ସାମଗ୍ରୀ ପରିପାଟ୍ଟୀ ପ୍ରସ୍ତୁତ ସହ ନିର୍ମାଣ କରିବାକୁ ସେ ବେସରକାରୀ କ୍ଷେତ୍ରକୁ ଆହ୍ୱାନ କରିଛନ୍ତି। ପ୍ରତିରକ୍ଷା ଉପକରଣ ତିଆରି କରି ବୈଶ୍ୱିକ ମଞ୍ଚରେ ସେମାନେ ବିଜୟ ପତାକା ଉଡାଇପାରିବେ।

ସମଗ୍ର ନିର୍ମାଣ କ୍ଷେତ୍ର ପାଇଁ ଏମଏସଏମଇ ଏକ ମେରୁଦଣ୍ଡ ସଦୃଶ ବୋଲି ସେ କହିଛନ୍ତି। ଆଜି ଯେଉଁସବୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଉଛି ସେଥିରେ ଏମଏସଏମଇକୁ ଅଧିକ ସ୍ୱାଧୀନତା ଦିଆଯାଇଛି। ଯାହା ଫଳରେ ଏହା ଅଧିକ ସଂପ୍ରସାରିତ ହେବାକୁ ପ୍ରୋତ୍ସାହନ ପାରିବ।

ଦେଶରେ ଆଜି ଯେଉଁ ପ୍ରତିରକ୍ଷା କରିଡର ତିଆରି ହେଉଛି ତାହା ସ୍ଥାନୀୟ ଶିଳ୍ପୋଦ୍ୟୋଗୀ ଓ ନିର୍ମାଣକର୍ତ୍ତାଙ୍କୁ ସାହାଯ୍ୟ କରିବ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆମର ଜବାନ ଓ ଯୁବଗୋଷ୍ଠୀ ଉଭୟଙ୍କୁ ସଶକ୍ତ କରିବ ବୋଲି ସେ କହିଛନ୍ତି।

ପ୍ରତିରକ୍ଷା କ୍ଷେତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025
Latest News

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.